ପୁରୀ: ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ଆରମ୍ଭ ହୋଇଗଲାଣି । ସେଥିପାଇଁ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି । ବ୍ରହ୍ମଗିରି ଆଡୁ ଆସୁଥିବା ଚାରି ଚକିଆ ଯାନଗୁଡିକ ମଙ୍ଗଳାଘାଟରୁ ଡାହାଣ ପାର୍ଶ୍ଵରେ ଷ୍ଟର୍ଲିଂ ଛକରେ ପହଞ୍ଚିବେ। ସେଠାରୁ ବେଳାଭୂମି ମାର୍ଗ ଦେଇ ଲାଇଟ୍ ହାଉସ୍ ଛକରେ ପହଞ୍ଚି ଯାତ୍ରୀକାରେ ସେମାନଙ୍କ ଗାଡି ପାର୍କିଂ କରିବେ। ପୁନର୍ବାର ସେହି ମାର୍ଗ ଦେଇ ଫେରିବା ପାଇଁ ରୁଟ୍ ମ୍ଯାପ ରହିଛି। 


COMMERCIAL BREAK
SCROLL TO CONTINUE READING

ସେହିଭଳି ଭୁବନେଶ୍ୱର ଆଡୁ ଆସୁଥିବା ଗାଡି ଗୁଡିକ ଜେଲରୋଡ ଓ ଶରଧାବାଲି ଓପନ ଗ୍ରାଉଣ୍ଡରେ ପାର୍କିଂ କରିବା ପାଇଁ ବ୍ଯବସ୍ଥା ହୋଇଛି। ବାଟଗାଁ, ଚାରିନଳା, ଅଠରନଳା, କୁମ୍ଭାରପଡା ଥାନା, ମେଡିକାଲ ଛକ ଓ ବଡଶଙ୍ଖ ଦେଇ ଶରଧାବାଲି ଓପନ ଗ୍ରାଉଣ୍ଡ ଓ ଜେଲରୋଡ ପାର୍କିଂରେ ପହଞ୍ଚି ଗାଡି ପାର୍କିଂ କରିବେ। କୋଣାର୍କ ଆଡୁ ଆସୁଥିବା ଚାରିଚକିଆ ଯାନ ଗୁଡିକ ତାଳବଣିଆ ଓପନ ଗ୍ରାଉଣ୍ଡରେ ପାର୍କିଂ କରିବେ । ତେବେ କୋଣାର୍କ ଆଡୁ ଆସୁଥିବା ଚାରିଚକିଆ ଯାନ ଗୁଡିକ ବାଇଦାସ ନଗର, ତୋଷାଳୀ, ଗ୍ରୀଡଷ୍ଟେସନ, ଭୁଦାନ ହୋଇ ତାଳବଣିଆ ଓପନ ଗ୍ରାଉଣ୍ଡ ପାର୍କିଂରେ ପହଞ୍ଚି ପାର୍କିଂ କରିବା ପାଇଁ ବ୍ଯବସ୍ଥା କରାଯାଇଛି।


ସେପଟେ ତିନି ଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ଆଡଭାଇଜରୀ ଜାରୀ ହୋଇଛି। ତାଳବଣିଆରୁ ମେଡିକାଲ ଛକ ଆଡକୁ ଆସୁଥିବା ତିନି ଚକିଆ ଯାନ ଗୁଡିକ ୱାଟର ୱାର୍କସ ରୋଡ, ଓଡ଼ିଶା ବେକେରୀ, ରାମ ମନ୍ଦିର, ଘୋଡା ବଜାର ଏବଂ ରେଡ କ୍ରସ ରୋଡ ଦେଇ ଯାତ୍ରୀଙ୍କୁ ଛାଡି ସେହି ମାର୍ଗରେ ଫେରିବେ। ତାଳବଣିଆରୁ ସମୁଦ୍ରକୂଳ ଆଡକୁ ଆସୁଥିବା ତିନି ଚକିଆ ଯାନ ପେଣ୍ଠକଟା, ସିଟି ରୋଡ୍, ୟୁଥ୍ ହଷ୍ଟେଲ, ଅର୍ବାନ ହାଟ, ଜିଲା ସ୍କୁଲ୍ ଏବଂ ଏସସିଏସ୍ କଲେଜ ଛକ ଦେଇ ଟାଉନ୍ ହଲ୍ ଛକ ପର୍ଯ୍ୟନ୍ତ ଯିବାପାଇଁ ଅନୁମତି ରହିଛି । ତିନି ଚକିଆ ଯାନକୁ ଶ୍ରୀମନ୍ଦିର ଯିବାକୁ ଅନୁମତି ଦିଆଯିବ ନାହିଁ । ତିନି ଚକିଆ ଯାନ ବାଲିସାହି ରାସ୍ତାର ସୋଲାଖିଆ ବରଗଛ ଛକରୁ ସିଂହଦ୍ୱାର ଫାଟକ, ବିଶେସ୍ୱରୀ ମନ୍ଦିରରୁ ଉତ୍ତର ଫାଟକ, ମୋଚି ସାହି ଛକରୁ ସିଂହଦ୍ୱାର ଏବଂ ଲୋକନାଥ ରୋଡର ବୃଷଭ ଛକ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ।


ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଜାରି କଲା ଟ୍ରାଫିକ ମାର୍ଗଦର୍ଶିକା । ଭୁବନେଶ୍ଵର ବ୍ରହ୍ମଗିରି କୋଣାର୍କ ପାର୍ଶ୍ୱରୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମାର୍କେଟ ଛକ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ରହିଛି । ମାର୍କେଟ ଛକ ନିକଟ ମ୍ୟୁନିସିପାଲ ମାର୍କେଟ କମ୍ପ୍ଲେକ୍ସ ପାର୍କିଂ ଅଞ୍ଚଳରେଠାରେ ସେମାନେ ନିଜର ଦୁଇ ଚକିଆ ଯାନକୁ ଫାର୍ଷ୍ଟ କମ୍ ଫାର୍ଷ୍ଟ୍ ପ୍ରାୟରିଟି ଅର୍ଥାତ୍ ପ୍ରଥମେ ଆସ ପ୍ରାଥମିକତା ପାଅ ଅନୁସାରେ ପାର୍କିଂ କରିପାରିବେ । ସେହି ପାର୍କିଂ ସ୍ଥଳ ପୂର୍ଣ୍ଣ ହୋଇଯାଇଥିଲେ ବଡ଼ଦାଣ୍ଡ ମାର୍କେଟ ଛକଠାରୁ ମେଡିକାଲ୍ ଛକ ମଧ୍ୟରେ ପୂର୍ବପାର୍ଶ୍ଵରେ ଚିହ୍ନିତ ପାର୍କିଂ ଅଞ୍ଚଳରେ ପାର୍କିଂ କରିପାରିବେ। ବେଳାଭୂମି ଆଡ଼କୁ ଯିବାକୁ ଚାହୁଁଥିବା ଦୁଇ ଚକିଆ ଯାନ ମଙ୍ଗଳା ଘାଟ ଛକ ଦେଇ ଷ୍ଟର୍ଲିଙ୍ଗ ରିସର୍ଟ ଛକ ପାର୍କିଂ ଅଞ୍ଚଳରେ ଯାଇ ପାର୍କିଂ କରିପାରିବେ ।


Also Read- ନୂଆବର୍ଷରୁ ବିମାନଯାତ୍ରୀଙ୍କୁ ଓଡ଼ିଶାର ନୂଆ ଉପହାର


Also Read- Rahu Budh Yuti: ନୂଆ ବର୍ଷରେ ରାହୁ-ବୁଧ ସଂଯୋଗ, ଚମକିବେ ୩ ରାଶିର ବ୍ୟକ୍ତି