Real Love Story: ପ୍ରେମ ଆରମ୍ଭ ପାଇଁ ଓଠର ଭାଷା ଆବଶ୍ୟକ ନଥାଏ ଆବଶ୍ୟକ ଥାଏ ଦୁଇଟି ହୃଦୟର ମିଳନ । ଆଖି ଆଖି ଇସାରା ଆଉ ଠରା ଠରିରେ ଗୋଟିଏ ହୃଦୟ ଅନ୍ୟ ହୃଦୟର କଥା ଖୁବ୍ ସହଜରେ ବୁଝିନିଏ । ଏକଥା ପୁଣିଥରେ ସତ ପ୍ରମାଣିତ ହୋଇଛି । ବାଲେଶ୍ୱର ଖନ୍ତାପଡା ଜିରିତାଳ ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ପ୍ରେମ କାହାଣୀ । ଯାହା ଆଜି ପ୍ରେମରୁ ସିନ୍ଦୂରରେ ପରିଣତ ହୋଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ରୁକ୍ମଣୀ ନାମକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ମହେଶ୍ୱର । ୩ ବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ପ୍ରେମ କାହାଣୀ । କିନ୍ତୁ ଚର୍ଚ୍ଚାର କଥା ଏହା ଯେ, ରୁକ୍ମଣୀ କଥା କହିପାରନ୍ତିନି ସେ ଦିବ୍ୟାଙ୍ଗ । ତାହା ଜାଣି ମଧ୍ୟ ମହେଶ୍ୱର ରୁକ୍ମଣୀଙ୍କୁ ଇସାରା ଇସାରାରେ ବିବାହର ପ୍ରତିଶୃତି ଦେଇଥିଲେ ଆଉ ତାହାକୁ ସତ କରିବା ପାଇଁ ଘର ଲୋକଙ୍କୁ ନିଜ ପ୍ରେମିକାଙ୍କ ବିଷୟରେ କହିଥିଲେ । ଝିଅଟି ଦିବ୍ୟାଙ୍ଗ ହୋଇଥିବାରୁ ଘରଲୋକେ ବିବାହ କରାଇବା ଘଟଣାକୁ ସହଜରେ ଗ୍ରହଣ କରିନଥିଲେ କିନ୍ତୁ ଘର ଲୋକଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ ମହେଶ୍ୱର । ଆଉ ଶେଷରେ ରୁକ୍ମଣୀଙ୍କ ସହ ମହେଶ୍ୱରଙ୍କ ବିବାହ ପାଇଁ ଘର ଲୋକ ରାଜି ହେବା ପରେ ଫେବୃଆରୀ ୪, ୨୦୨୪ ରେ ପ୍ରେମିକାକୁ ନବବଧୂର ଭାବେ ଘରକୁ ଆଣିଥିଲେ ।


ଏ ବିବାହ କୌଣସି ମନ୍ଦିର କିମ୍ୱା କୋର୍ଟରେ ନୁହେଁ ବରଂ ସେହିପରି ଅନୁଷ୍ଠିତ ହୋଇଥିଲା ଯେପରି ସାଧାରଣରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବରଯାତ୍ରୀ ସହ ରୋଷଣୀ କରି କନ୍ୟା ଘର କୁଚୁଆକୋଇଲିରେ ପହଞ୍ଚିଥିଲା ବର ଆଉ ବେଦୀରେ ହସ୍ତଗଣ୍ଠି ପକାଇ ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ପତ୍ନୀ ଭାବେ ସ୍ୱିକାର କରିଥିଲେ ମହେଶ୍ୱର । କନ୍ୟାକୁ ଧରି ଘରକୁ ଫେରିବା ପରେ ନିଜ ଘରେ ମଧ୍ୟ ଭୋଜୀ ଭାତର ଆୟୋଜନ କରିଛନ୍ତି । ଜଣେ ଇଞ୍ଜିନିୟର ହୋଇ ଜଣେ ଦିବ୍ୟାଙ୍ଗଙ୍କ ହାତ ଧରି ପତ୍ନୀର ମର୍ଯ୍ୟାଦା ଦେବା ନିଶ୍ଚିତଭାବେ ଏ ପ୍ରେମ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ।


Also Read- Rahu Transit 2024: ଏହି ୩ ରାଶି ଉପରେ ରାହୁଙ୍କ ପ୍ରଭାବ, ଜାଣନ୍ତୁ କେମିତି ରହିବେ ସତର୍କ


Also Read- ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର