Utkarsh Odisha 2025: ଭୁବନେଶ୍ବରରେ  ଚାଲିଥିବା ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି କନକ୍ଲେଭ୍-ରେ ନାମୀଦାନମୀ ବିଜେନେସ୍ ଟାଇକୁନ୍ ଯୋଗ ଦେବା ସହ ପୁଞ୍ଜି ନିବେଶ କରିଛନ୍ତି। ତେବେ, ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ କେତେ ହୋଇଛି ପୁଞ୍ଜି ନିବେଶ ଆଉ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।...


COMMERCIAL BREAK
SCROLL TO CONTINUE READING

କମ୍ପାନୀଙ୍କ ନିବେଶ?


-ଆଦାନୀ ଗ୍ରୃପ୍  ୨୮୮୦୦୦  କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ କରିବାକୁ ଥିବା ବେଳେ  ୧୫୫୫୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ସେହିପରି ବେଦାନ୍ତ ଲିମିଟେଡ୍,୧୦୦, ୦୦୦ ଟଙ୍କାର ପ୍ରକଳ୍ପ ବିନିଯୋଗ କରିବାକୁ ଥିବା ବେଳେ ୧୦୦,୦୦୦ ର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି, ଟାଟା ଗ୍ରୁପ୍ ୮୭,୯୪୪ କୋଟିର ପ୍ରକଳ୍ପ ଖର୍ଚ୍ଚ କରିଥିବାକୁ ଥିବା ବେଳେ ୨୨,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମହାନଦୀ କୋଲ୍ଡ ଫିଲ୍ଡ ୮୧,୯୦୦ କୋଟିର ପୁଂଜି ବିନିଯୋଗ କରିବାକୁ ଥିବା ବେଳେ ୧୦୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜେଏସ୍-ଡବ୍ୟୁ ଗ୍ରୁଫ୍ ,୭୫,୦୦୦ କୋଟିର ପ୍ରକଳ୍ପ ହେବାକୁ ଥିବା ବେଳେ ୧୫,୬୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନଏଲସି ୫୨,୦୦୦ କୋଟିର ପ୍ରକଳ୍ପ ଆରମ୍ଭ କରିବାକୁ ଥିବା ବେଳେ୩୨,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଲ୍ ମଧ୍ୟ ୫୦,୮୦୦ କୋଟିର ପ୍ରକଳ୍ପ ଆରମ୍ଭ କରିବାକୁ ଥିବା ବେଳେ ୧୧,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନଟିପିସି ଲିମିଟେଡ୍  ୩୬,୧୩୧ ର ପ୍ରକଳ୍ପ ଆରମ୍ଭ କରିବାକୁ ଥିବା ବେଳେ ୫,୮୬୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନାଲକୋ ମଧ୍ୟ ୩୫ ୦୦୦ କୋଟିର ପ୍ରକଳ୍ପ ଆରମ୍ଭ କରିବାକୁ ଥିବା ବେଳେ ୫୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଜେଏଲପିଏଲ୍ ୨୫,୫୭୦ ର ପ୍ରକଳ୍ପ ଆରମ୍ଭ କରିବାକୁ ଥିବା ବେଳେ ୨୨,୭୬୦  ନିଯୁକ୍ତି ସୁଯୋଗ ମିଳିବ। 



ଆଦିତ୍ୟ ବିର୍ଲା ଗ୍ରୁପ୍  ୧୯,୦୧୭ କୋଟିର ପ୍ରକଳ୍ପ ଆରମ୍ଭ କରିବାକୁ ଥିବା ବେଳେ ୩୯୯୫ ନିଯୁକ୍ତି ସୃଷ୍ଟି କରିବ।  ଜେଏଲଏସ୍ କମ୍ପାନୀ ୧୫,୦୦୦ କୋଟିର ପ୍ରକଳ୍ପ ଖର୍ଚ୍ଚ କରିବାକୁ ଥିବା ବେଳେ ୪୦୦୦ ର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଏନଜିସି ତ୍ରିପୁରା ୧୪,୫୦୦ କୋଟିର ପ୍ରକଳ୍ପ ଦେଇଥିବା ବେଳେ ୨୪,୬୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକପ ଥିବା ବେଳେ ଏନଏଚପିସି ଲିମିଟେଡ୍ ମଧ୍ୟ ୧୩,୪୮୭ ଟି କୋଟିର ପୁଂଜି ନିବେଶ  କରିବାକୁ ଥିବା ବେଳେ ୩୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେହିପରି ପାରାଦ୍ବୀପ ବନ୍ଦର  ୧୩୬୪୫ ର ପ୍ରଳଳ୍ପ ଖର୍ଚ୍ଚ କରିବାକୁ ଥିବା ବେଳେ ୧୬,୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ବିଶେଷ କରି, ଶିଳ୍ପ ବିଭାଗରେ  ସବୁଠୁ ଅଧିକ ୮୧ଟି ଏମଓୟୁ ସ୍ବାକ୍ଷରିତ ହୋଇଛି। ଏବଂ ୭,୮୫୦୦୦ କୋଟିର ନିବେଶ ହେବାକୁ ଥିବା ବେଳେ ୬,୨୦୦୦୦ ନିଯୁକ୍ତି ସୃଷ୍ଟି ହେବ। ଶକ୍ତି, ବାଣିଜ୍ୟ-ପରିବହନ, ହସ୍ତତନ୍ତ ଶିଳ୍ପ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ଇଲେକଟ୍ରୋନିକ୍  ଓ ସୂଚନା, କୃଷି-ଏମଏସଏମଇ, ଜଙ୍ଗଲ-ପରିବେଶ ବିଭାଗରେ ମୋଟ୍ ୧୪୫ ଟି ଏମଓୟୁ ସୃଷ୍ଟି ହୋଇଥିବା ବେଳେ ମୋଟ୍ ୮,୯୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।