Odisha Election 2024: ଆଜି ବିଜୁ ଜନତା ଦଳ ପକ୍ଷରୁ ବେଗୁନିଆ ମିନି ଷ୍ଟାଡିୟମ ଠାରେ ନିର୍ବାଚନ ପ୍ରଚାର ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡି ନେତା ତଥା ୫ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଯୋଗ ଦେଇଥିଲେ। ସେହିପରି ହଜାର ହଜାର ଦଳୀୟ କର୍ମକତ୍ତା ସହ ଜନସାଧାରଣ ସାମିଲ ହୋଇଥିଲେ । ଅପରାହ୍ନରେ ହେଲିକାଫ୍ଟର ଯୋଗେ ସଭା ସ୍ଥଳରେ ପହଂଚିବା ପରେ ମଞ୍ଚ ଉପରକୁ ନଯାଇ ଲୋକଙ୍କ ଗ୍ରହଣକୁ ଯାଇ ମୁଁ ଏଠାକୁ ହିସାବ ଦେବାକୁ ଆସିଛି ବୋଲି କହିଥିଲେ । ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି ମିଠା ମିଠା କଥା କହି ଚାଲିଯାଆନ୍ତି । ତାପରେ ଦେଖା ଯାଆନ୍ତି ନାହିଁ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । କିନ୍ତୁ ଆପଣମାନେ ଆମକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ଦାୟିତ୍ୱକୁ ସଫଳ ରୂପାନ୍ତରିତ କରିବା ପରେ ମୁଁ ହିସାବ ଦେବାକୁ ଆସିଛି ବୋଲି କହିଥିଲେ । ସେହିଭଳି ମଞ୍ଚ ଉପରକୁ ଚଢି ସାଂସଦ ଅପରାଜିତାଙ୍କୁ କଡା ସମାଲୋଚ଼ନା କରି ପାଞ୍ଚ ବର୍ଷରେ ସାଂସଦ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।


COMMERCIAL BREAK
SCROLL TO CONTINUE READING

 ସେହିପରି ସାଂସଦ ନିଜ କାର୍ଯ୍ୟ ଛାଡି ଅନ୍ୟ କାର୍ଯ୍ୟ ରେ ମୁଣ୍ଡ ଖେଳାଉଛନ୍ତି ଯାହା ଦ୍ବାରା ଅଚଂଳର ବିକାଶରେ ବାଧା ଉପୁଜୁଛି । ସାଂସଦ ଚାହିଁ ଥିଲେ ଅଚଂଳରେ ଶିଳ୍ପର ବିକାଶ ଘଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ପାରିଥାନ୍ତେ । କିନ୍ତୁ ତାହା ନକରି ଓଡିଆ ଅଶ୍ମିତାର କଥା କହୁଥିବା ଦଳ ଏବେ ସେହି ଓଡିଆ ଅସ୍ମିତା ପାଇକ ମାଟିର ସମସ୍ଯାକୁ ନେଇ ଦିଲ୍ଲୀ ଦରବାରରେ ଉପସ୍ଥାପନା କରିବାରେ ବିଫଳ ହୋଇଛନ୍ତି କହି ସମାଲୋଚ଼ନା କରିଥିଲେ । ସେହିପରି ଏହି ପାଇକ ମାଟିକୁ ସାଂସଦ ଠକିଛନ୍ତି , ଯାହାର ଜବାବ ବେଗୁନିଆ ନିର୍ବାଚନ ମଣ୍ଡଳୀ ବାସୀ ଦେବେ ବୋଲି କହିଛନ୍ତି । ତାହା ସହ ଅଶାନ୍ତ 25 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକ ଙ୍କ ହାତମୁଠା ଟାଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି।


 ଏଥର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ 60 ହଜାର ଭୋଟ ବ୍ୟବଧାନରେ ବିଜୟ ହେବେ ବୋଲି ସଭା ମଞ୍ଚରେରେ କହିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ପିଜେପି କର୍ମକର୍ତା ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ବେଗୁନିଆ କାର୍ଯ୍ୟକ୍ରମ ସାରି ହେଲିକାଫ୍ଟର ଯୋଗେ ଟାଙ୍ଗୀରେ ଆୟୋଜିତ ନିର୍ବାଚନୀ ସଭାରେ ପହଂଚି ଅନୁରୂପ ଭାବେ ସବସାଡ଼ାଙ୍କୁ ଟାର୍ଗେଟ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଥିଲେ।