Weather Update: ଅବପାତ ପ୍ରଭାବରେ ଆଜିଠାରୁ ସେପ୍ଟେମ୍ୱର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ପାଇଁ ୩ ଜିଲ୍ଳାକୁ ଅରେଞ୍ଜ ଆଲର୍ଟ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।


COMMERCIAL BREAK
SCROLL TO CONTINUE READING

ଅରେଞ୍ଜ ଆଲର୍ଟ ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ୍ ଏବଂ ନବରଙ୍ଗପୁର । ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୬ଟି ଜିଲ୍ଲା ଗୁଡିକ ହେଉଛି  ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି ।
ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC । ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ଗଭୀର ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।


ଅନ୍ୟପଟେ, ଆଜି ସର୍ବାଧିକ ବର୍ଷା ଦାରିଙ୍ଗବାଡିରେ ୧୭.୦ ମିମି ରେକର୍ଡ କରାଯାଇଛି । କୋରାପୁଟରେ ୧୪.୨ ମିମି, ଢେଙ୍କାନାଳରେ ୧୧.୨ ମିମି, ନୟାଗଡରେ ୧୦.୦ ମିମି, ପାରଳାଖେମୁଣ୍ଡିରେ ୯.୦ ମିମି, କଟକରେ ୮ମିମି, ଗୋପାଳପୁରରେ ୬.୨ମିମି, ଖୋର୍ଦ୍ଧାରେ ୫.୦ମିମି, ମାଲକାନଗିରିରେ ୪.୮ ମିମି,  ଅନୁଗୋଳରେ ୪.୬ ମିମି, ପୁରୀରେ ୩.୧ ମିମି, ନବରଙ୍ଗପୁରରେ ୩.୦ ମିମି, ଜଗତସିଂହପୁରରେ ୨.୪ମିମି, ଭୁବନେଶ୍ୱରରେ ୨.୩ମିମି, ପାରାଦୀପରେ ୨.୨ ମିମି, ଛତ୍ରପୁରରେ ୨.୦ ମିମି, କେନ୍ଦ୍ରାପଡାରେ ୨.୦ମିମି, ବୌଦ୍ଧରେ ୨.୦ମିମି, ଚାନ୍ଦବାଲିରେ ୧.୦ ମିମି, ଭଦ୍ରକରେ ୧.୦ମିମି, ଝାରସୁଗୁଡାରେ ୦.୪ମିମି, ଭବାନୀପାଟଣାରେ ୦.୨ ମିମି ବର୍ଷା ରେକର୍ଡ କରାଯାଇଛି ।


ଆପଣଙ୍କୁ କହିରଖୁଛୁ ଯେ, ଆଜି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଛି । ବର୍ଷା କାରଣରୁ ଜନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି । ଅନେକ ଖାଲୁଆ ଚାଷ ଜମି ଗୁଡିକରେ ପାଣି ଜମିବା କାରଣରୁ ଚାଷୀଙ୍କର ଚିନ୍ତା ବଢିଛି । ଯଦି ଆଗକୁ ମଧ୍ୟ ଏହିପରି ଅଧିକ ବର୍ଷା ହୁଏ ତେବେ ଧାନ ଫସଲ କ୍ଷତିଗ୍ରସ୍ତ ହେବା ନେଇ ଚାଷୀମାନେ ଆଶଙ୍କା କରିଛନ୍ତି ।


Also Read- ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳିବା ଆବଶ୍ୟକ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


Also Read- Grah Gochar: ସେପ୍ଟେମ୍ବରରେ ବୁଧଙ୍କ ୨ଥର ରାଶି ପରିବର୍ତ୍ତନ, ୫ ରାଶିକୁ ଶୁଭଫଳ