Advertisement
Photo Details/zeeodisha/odisha2408795
photoDetails0hindi

Grah Gochar: ସେପ୍ଟେମ୍ବରରେ ବୁଧଙ୍କ ୨ଥର ରାଶି ପରିବର୍ତ୍ତନ, ୫ ରାଶିକୁ ଶୁଭଫଳ

Grah Gochar: ୨୦୨୪ ସେପ୍ଟେମ୍ବର ୪ ତାରିଖ ଦିନ ବୁଧ ସିଂହ ରାଶିରେ ଚଳନ କରିବେ । ପରେ ସେପ୍ଟେମ୍ବର ୨୩ ତାରିଖ ଦିନ ସିଂହରୁ ବାହାରି କନ୍ୟା ରାଶିରେ ବୁଧଙ୍କ ଚଳନ ହେବ । କନ୍ୟା ରାଶିକୁ ବୁଧଙ୍କ ନିଜସ୍ୱ ରାଶି ଭାବେ ବିବେଚନା କରାଯାଏ ।

1/6

ଗୋଟିଏ ମାସରେ ବୁଧଙ୍କ ଦୁଇଥର ରାଶି ପରିବର୍ତ୍ତନ ଦେଶ ତଥା ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇବ । ବିଶେଷ କରି ଆୟ, ଅର୍ଥ, ବ୍ୟବସାୟ, ବୃତ୍ତି, ଚାକିରି, ସମ୍ପର୍କ, ପ୍ରେମ ଜୀବନ ଉପରେ ଏହି ଚଳନର ପ୍ରଭାବ ରହିବ । ତେବେ ବୁଧଙ୍କ ରାଶି ପରିବର୍ତ୍ତନରୁ କେଉଁ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

2/6

ମେଷ ରାଶି

ବୁଧଙ୍କ ଚଳନ ପ୍ରଭାବରୁ ଆପଣଙ୍କୁ ଶୁଭଫଳ ମିଳିବ । ଆପଣଙ୍କ ବ୍ୟକ୍ତିତ୍ୱର ଉନ୍ନତି ହେବ । ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଉପଯୁକ୍ତ ।

 

3/6

ମିଥୁନ ରାଶି

ବୁଧଙ୍କ ଦୁଇଥର ରାଶି ପରିବର୍ତ୍ତନ ପ୍ରଭାବରେ ଆପଣଙ୍କୁ ସଫଳତା ମିଳିବ । ବିଶେଷ କରି ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିପାରନ୍ତି । ଏକାଧିକ ଉତ୍ସରୁ ଆପଣଙ୍କ ନିକଟକୁ ଟଙ୍କା ଆସିପାରେ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

4/6

କନ୍ୟା ରାଶି

ବୁଧଙ୍କ ଶୁଭ ପ୍ରଭାବ କାରଣରୁ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ । ଚାକିରିରେ ପଦୋନ୍ନତି ପାଇବାର ସୁଯୋଗ ରହିଛି । ଆୟ ମଧ୍ୟ ବଢିବ । ଜୀବନଶୈଳୀରେ ପରିବର୍ତ୍ତନ ଆସିବ । ସାମାଜିକ ପ୍ରତିଷ୍ଠା ବଢିବା ସହ ମାନ ସମ୍ମାନ ମିଳିବ ।

5/6

ତୁଳା ରାଶି

ଆପଣଙ୍କ ରାଶିରେ ଏହି ଚଳନ ସକରାତ୍ମକ ପ୍ରଭାବ ପକାଇବ । ଆପଣଙ୍କ ପ୍ରେମକୁ ପରିବାର ସଦସ୍ୟଙ୍କ ସିକୃତି ମିଳିବ । ଷ୍ଟକ୍ ମାର୍କେଟରୁ ଭଲ ରିଟର୍ନ ପାଇବାର ସମ୍ଭାବନା ଅଛି ।

6/6

କୁମ୍ଭ ରାଶି

ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ନୂତନ ଚିନ୍ତାଧାରା ମନକୁ ଆସିବ । ସୃଜନଶୀଳ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆୟ ଉପରେ ସକରାତ୍ମକ ପ୍ରଭାବ ପଡ଼ିବ।  ସମସ୍ତ ପ୍ରକାର ଅର୍ଥନୈତିକ ଲାଭ ହେବ। ବ୍ୟବସାୟ ବଢିବା ସହ ଲାଭ ବଢିବ । ପ୍ରେମ ଜୀବନରେ ସକରାତ୍ମକ ଫଳାଫଳ ମିଳିବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)