ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳିବା ଆବଶ୍ୟକ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Advertisement
Article Detail0/zeeodisha/odisha2408848

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳିବା ଆବଶ୍ୟକ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ନଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା ନାମକ ବ୍ୟକ୍ତି ଜଣକ କରୁଥିଲେ କଣ?  ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କଣ ଗୌରବ ବିଷୟ କି ? ନାଁ ବଦଳିବା ମୋର ବ୍ୟକ୍ତିଗତ ମତ ଏବଂ ଏହା ଉପରେ ବିତର୍କ ଆବଶ୍ୟକ ତେଣୁ ରାଜ୍ୟର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳିବା ଆବଶ୍ୟକ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ: ଆଜି ସ୍ବାୟତ୍ତ ଶାସନ ଦିବସ ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ହୋଇଛି ପ୍ରକୃତରେ ତାଙ୍କର ଭୂମିକା କଣ ଥିଲା ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଏଥିସହ ଧର୍ମେନ୍ଦ୍ର କହିଥିଲେ ଯେ, ନଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା ନାମକ ବ୍ୟକ୍ତି ଜଣକ କରୁଥିଲେ କଣ?  ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କଣ ଗୌରବ ବିଷୟ କି ? ନାଁ ବଦଳିବା ମୋର ବ୍ୟକ୍ତିଗତ ମତ ଏବଂ ଏହା ଉପରେ ବିତର୍କ ଆବଶ୍ୟକ ତେଣୁ ରାଜ୍ୟର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ଅନ୍ୟପଟେ, ରେଭେନ୍ସା ନାଁ ବଦଳିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ କଡ଼ା ଭାଷାରେ ବିରୋଧ କରିଛନ୍ତି ତିନିଜଣ ପୂର୍ବତନ ପ୍ରଫେସର ଏବଂ ଅନେକ ଛାତ୍ରଛାତ୍ରୀ । ଏହି ବକ୍ତବ୍ୟକୁ ଅବାସ୍ତବ କହି ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ । ହେମେନ୍ଦ୍ର କହିଛନ୍ତି ଯେ, ରେଭେନ୍ସା କେବଳ ନାମ ନୁହେଁ, ଇଟ୍‌ ଇଜ୍‌ ୱେ ଅଫ୍‌ ଲାଇଫ୍‌ । ସେହିପରି ପୂର୍ବତନ ପ୍ରଫେସର ସତ୍ୟକାମ ମିଶ୍ର ଏହାକୁ ହୀନମନ୍ୟତା କହି ସମାଲୋଚନା କରିଛନ୍ତି । ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି ଏବଂ ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ ବୋଲି ସେ କହିଛନ୍ତି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପତି ତାଙ୍କର ଅବଦାନ ଅତୁଳନୀୟ ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ ବୋଲି ଶ୍ରୀଯୁକ୍ତ ମିଶ୍ର ମତ ଦେଇଛନ୍ତି । ପୂର୍ବତନ ପ୍ରଫେସର କମଳା ପ୍ରସାଦ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରେଭେନ୍ସା କଲେଜ ନିର୍ମାଣ କରିବାରେ ରେଭେନ୍ସାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଟି.ଇ ରେଭେନ୍ସାଙ୍କ ଅବଦାନର ପଟାନ୍ତର ନାହିଁ । ସରକାର କୌଣସି ପରିସ୍ଥିତିରେ ଏମିତି କରନ୍ତୁନି, ଏଥିରୁ ନିବୃତ ରହନ୍ତୁ ବୋଲି ସେ ମତ ଦେଇଛନ୍ତି ।

Also Read- Grah Gochar: ସେପ୍ଟେମ୍ବରରେ ବୁଧଙ୍କ ୨ଥର ରାଶି ପରିବର୍ତ୍ତନ, ୫ ରାଶିକୁ ଶୁଭଫଳ

Also Read- ମୁଁ ଓଡ଼ିଆ ସିନେ ଜଗତକୁ ଦେଇଛି ୩ ସୁପରଷ୍ଟାର- ଟୁଟୁ ନାୟକ