Weather Update: ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜ୍ୟବାସୀ। ରାଜ୍ୟରେ ମୌମୁମୀ (Monsoon) ଦୁର୍ବଳ ଥିବାରୁ ବର୍ଷାର ଦେଖାନାହିଁ । ଚାଷ ଜମି ଫାଟି ଆଁ କରିଛି । ଏହାରି ଭିତରେ ପାଣିପାଗ ବିଭାଗ (IMD) ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି । ବଙ୍ଗୋପସାଗରରେ  ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲା ଗୁଡିକରେ ବିଜୁଳି ଓ ଘଡ଼ଘଡ଼ି (thunderstorm) ସହ ବର୍ଷା (rain) ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ନିମ୍ନ ଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବାବେଳେ ଏହାର ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି, ପାଟନା, ବାଙ୍କୁରା ମଧ୍ୟଦେଇ   ପଶ୍ଚିମବଙ୍ଗର ଦିଘାରୁ  ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ଯାହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି । 


COMMERCIAL BREAK
SCROLL TO CONTINUE READING

 


#୩ରୁ ରାଜ୍ୟରେ #ବଦଳିବ ପାଗ #୪ରେ ବଙ୍ଗୋପସାଗର ରେ #ଘୂର୍ଣ୍ଣିବଳୟ!!



Also Read: Health Tips: ଜାଣିଛନ୍ତି କି? ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା


୨ ତାରିଖ ଠାରୁ ରାଜ୍ୟର କିଛି ଅଞ୍ଚଳରେ ଭାରି ବର୍ଷା (heavy rain) ସମ୍ଭାବନା ଥିବାବେଳେ  ୩ ସେପ୍ଟେମ୍ବରରେ ରାଜ୍ୟରେ ବିସ୍ତୃତି ବର୍ଷାର ସମ୍ଭାବନା ରହିଛି। ୩ ରୁ ରାଜ୍ୟରେ ପାଗ ବଦଳିବା ସହ ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଆଣିବ ଏକ ବଡ଼ ବର୍ଷା ।  ୪ ସେପ୍ଟେମ୍ବର ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ହେତୁ ୩ ତାରିଖରୁ ବଢିବ ବର୍ଷାର ବିସ୍ତୃତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  ତିନି ତାରିଖରେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି,  ୪ ତାରିଖରେ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ । 



ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୯ ମିମି ତୁଳନାରେ ୯୮% କମ ରହିଛି । ପ୍ରକାଶ ଥାଉ କି, ଏହି ସମୟରେ ଅଧିକ ବର୍ଷା ହେବା କଥା, କିନ୍ତୁ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ଚାଷୀଙ୍କୁ ନିରାଶ କରିଛି।  ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ କୃଷି ବିଭାଗ ମଧ୍ୟ ଆଶଙ୍କା ପ୍ରକଟ କରିଛି। ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୧ ଲକ୍ଷ ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଶ୍ରାବଣ ଶେଷ ହେବାକୁ ବସିଥିବା ବେଳେ ରାଜ୍ୟର ୯୦ ପ୍ରତିଶତ ଜମିରେ ତଳି ରୁଆ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୯୦ ପ୍ରତିଶତ ଢିପ ଜମିରେ ତଳି ପକା କାମ ଆରମ୍ଭ ହୋଇପାରିନାହିଁ । ଅଗଷ୍ଟ ମାସରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି, କିନ୍ତୁ ଯେତିକି ବର୍ଷା ହୋଇଛି ସେଥିରେ ଚାଷ କାମ ଆରମ୍ଭ କରିଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଦୃଷ୍ଟିରୁ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ବର୍ଷା ଯୋଗୁଁ ଧାନ ଚାଷ ସଂପୂର୍ଣ୍ଣ ରୂପେ ପ୍ରଭାବିତ ହେବା ନେଇ ଚାଷୀ ଆଶଙ୍କା କରିଛନ୍ତି ।