Weather Report: ଖୁବଶୀଘ୍ର ବଦଳିବାକୁ ଯାଉଛି ପାଣିପାଗ (Weather) । ତ୍ରାହି ପାଇବେ ଲୋକେ । ଆସନ୍ତା ୨୦ ତାରିଖ ବେଳକୁ ଗରମ ଓ ତାତିରୁ (Heat wave) ଆଶ୍ୱସ୍ତି ପାଇବେ ରାଜ୍ୟବାସୀ । ପାଣିପାଗ ବିଜ୍ଞାନିକଙ୍କ ମତ ଅନୁଯାୟୀ, ରାଜ୍ୟରେ ହାଲୁକା ବର୍ଷା (Rain) ପରେ ଆରମ୍ଭ ହୋଇଯିବ ଶୀତର ଲହର। ଆସନ୍ତା ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ରାଜ୍ୟରେ ତାପମାତ୍ରା କମିବା ସହ ଆରମ୍ଭ ହେବ ଶୀତ (Winter)। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ନିଶ୍ଚିନ୍ତ କରିଛି ବିଭାଗ। ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବୁଧବାର ଦିନ ସକାଳେ କନ୍ଧମାଳ (kandhamal) ଜିଲ୍ଲା ଫୁଲବାଣୀରେ (Phulbani) ମଧ୍ଯମ-ଧରଣ କୁହୁଡ଼ (Fog) ଦେଖିବାକୁ ମିଳିଥିଲା । କୁହୁଡ଼ି ଯୋଗୁଁ ସର୍ବନମ୍ନ ଦୃଶ୍ୟମାନ ଦୂରତା ୨୦୦ ମିଟର ରେର୍କଡ଼ କରାଯାଇଛି । ସେପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ (Daringbadi) ଆରମ୍ଭ ହୋଇଯାଛି ଶୀତର ଲହରି । ପହିଲି ଶୀତର (First winter) ଆଗମନରେ ଉତ୍ସାହିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ସୋମବାର ଦିନ ଦାରିଙ୍ଗବାଡି ଅଞ୍ଚଳରେ ପହିଲି ଶୀତର (Winter) ଅନୁଭୂତ ହୋଇଥିଲା । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଥିବା ଦେଖିବାକୁ ମିଳିଥିଲା ।



ତେବେ ହାଲୁକା ଶୀତ ପଡୁଥିବାରୁ କିଛି କିଛି ଲୋକେ ସକାଳ ସମୟରେ ଶୀତ ବସ୍ତ୍ର ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପଟେ ଶୀତୁଆ ସକାଳର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡି଼ ବୁଲିବା ନେଇ ଆସୁଥିବା ବେଳେ ସମସ୍ତ ଲଜ, ହୋଟେଲ, ରିସର୍ଟ ଗୁଡ଼କ ଆଗୁଆ ବୁକିଂ ହୋଇଥିବା ଜଣାପଡିଛି ।


Also Read- Vegetable Vendor Strike: ଆଗୁଆ କିଣି ନିଅନ୍ତୁ ପରିବା, ଏହି ଦିନଠାରୁ ରାଜଧାନୀରେ ମିଳିବନି ପନିପରିବା