Vegetable Vendor Strike: ଆଗୁଆ କିଣି ନିଅନ୍ତୁ ପରିବା, ଏହି ଦିନଠାରୁ ରାଜଧାନୀରେ ମିଳିବନି ପନିପରିବା
Advertisement
Article Detail0/zeeodisha/odisha1920558

Vegetable Vendor Strike: ଆଗୁଆ କିଣି ନିଅନ୍ତୁ ପରିବା, ଏହି ଦିନଠାରୁ ରାଜଧାନୀରେ ମିଳିବନି ପନିପରିବା

Vegetable Strike: ଶୁକ୍ରବାର ଦିନଠାରୁ ରାଜଧାନୀ ସ୍ଥିତ ୧ନଂ ହାଟରେ ମିଳିବନି କଞ୍ଚା ପରିବା । ପରିବା ବିକ୍ରି ବନ୍ଦ କରିବା ନେଇ ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ (Vegetable Traders’ Association) ପକ୍ଷରୁ ଡ଼ାକରା ଦିଆଯାଇଛି । ତେବେ ଏନେଇ ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ କରାଯାଉଛି ।

ସୌ(ସୋସିଆଲ ମିଡିଆ)

Bhubaneswar Vegetable Vendor Strike: ଆସନ୍ତା ୨୦ ତାରିଖ ଅର୍ଥାତ୍ ଶୁକ୍ରବାର ଦିନଠାରୁ ରାଜଧାନୀ ସ୍ଥିତ ୧ନଂ ହାଟରେ ମିଳିବନି କଞ୍ଚା ପରିବା । ପରିବା ବିକ୍ରି ବନ୍ଦ କରିବା ନେଇ ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ (Vegetable Traders’ Association) ପକ୍ଷରୁ ଡ଼ାକରା ଦିଆଯାଇଛି । ତେବେ ଏନେଇ ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ କରାଯାଉଛି ।

ସୂଚନା ଅନୁଯାୟୀ, ଶୁକ୍ରବାରଠାରୁ ପରିବା ବିକ୍ରି ବନ୍ଦ ନେଇ କଞ୍ଚା ପରିବା ବ୍ୟବସାୟୀ ସଂଘ (Bhubaneswar vegetable association) ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ଏନେଇ ହାଟରେ ଡାକବାଜ ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ରାସ୍ତାରେ ଜବରଦଖଲ ଉଚ୍ଛେଦ ସହ ୧-ନମ୍ବର ହାଟରେ ୯ ମହଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ ନମ୍ବର ହାଟରେ ଥଇଥାନ, ଅସ୍ଥାୟୀ ପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ ଇତ୍ୟାଦି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ୧୯ ତାରିଖ ରାତିରୁ ଆଇଗିଣିଆ ଓ ୨୦ ତାରିଖରେ ୧ ନଂ ହାଟକୁ ଗାଡ଼ି ଆସିବା ବନ୍ଦ ହୋଇଯିବ । ଫଳରେ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ କଞ୍ଚା ପରିବା ମିଳିବନାହିଁ । ଏନେଇ ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି, ପରିବା ହାଟକୁ ଆସିବା ପାଇଁ ସାଧାରଣତଃ ୨ଟି ରାସ୍ତା ରହିଛି । ହେଲେ ପୂଜା ପାଇଁ ତୋରଣ ବନ୍ଧା ହୋଇଥିବାରୁ ଗୋଟିଏ ଗଳିରେ ପରିବା ହାଟକୁ ଗାଡି଼ ଆସିପାରୁନାହିଁ । ଏହାସହ କିଛି ବେଆଇନ ଦୋକାନ ରାସ୍ତାକୁ ମାଡ଼ି ଦୋକାନ ନିର୍ମାଣ କରିଛନ୍ତି । ଅନ୍ୟପଟେ ବସ୍ତି ବାସିନ୍ଦା ବିରୋଧ କରୁଥିବାରୁ ଅନ୍ୟ ଏକ ରାସ୍ତା ଦେଇ ମଧ୍ୟ ପରିବା ଆସିପାରୁନଥିବା ସଂଘ ଅଭିଯୋଗ କରିଛି । ତେବେ ଏହିସବୁ ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସେପଟେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ସଂଘର ବନ୍ଦ ଡ଼ାକରା । ଆନ୍ଦୋଳନ ହେଲେ ଏହାର ପ୍ରଭାବ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ଜଟଣୀ, ପୁରୀ, ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରୀ ଓ ନିମାପଡ଼ା ଉପରେ ପଡିବ । ତେବେ ଆନ୍ଦୋଳନ ନ କରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର (BMC Commissioner) । ‘ପାର୍ବଣ ଋତୁ ଚାଲିଛି, ତେଣୁ ଯଦି କିଛି ସମସ୍ୟା ଅଛି ତେବେ ଆଲୋଚନା ମାଧ୍ୟମରେ ତାର ସମାଧାନ ହେବ । ଆବଶ୍ୟକ ପଡିଲେ ମହାସଂଘକୁ ଡକାଇ ଆଲୋଚନା କରାଯିବ ବୋଲି ବିଏମସି କମିଶନର କହିଛନ୍ତି’ ।

Also Read-Vigilance Raid: ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନସଲଟାଣ୍ଟ ଜେଇ, ଏକକାଳୀନ ୯ଟି ସ୍ଥାନରେ ଚଢଉ