West Bengal Governor: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ (C.V. Ananda Bose) କୋଲକାତା ପୋଲିସକୁ (Kolkata Police) ନେଇ ଏକ ବଡ ଦାବି କରିଛନ୍ତି। ସେ ପୋଲିସକୁ ତାଙ୍କ ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ସେ ରାଜ ଭବନରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରାଜ୍ୟପାଳ ଆନନ୍ଦ ବୋଷଙ୍କ ଏହି ବୟାନ ସେତେବେଳେ ଆସିଛି, ଯେତେବେଳେ ଦୁଇ ଦିନ ପୂର୍ବେ ସେ ରାଜ ଭବନକୁ ଖାଲି କରିବାକୁ ବଙ୍ଗଳା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ କୋଲକାତା ପୋଲିସର ଏକ ଟିମ୍ ସେଠାରେ ଥିବାରୁ ସେ ନିଜ ସୁରକ୍ଷା ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଗୁରୁବାର ଦିନ କହିଛନ୍ତି ଯେ ରାଜ ଭବନରେ ନିୟୋଜିତ କୋଲକାତା ପୋଲିସର ବର୍ତ୍ତମାନର କଣ୍ଟିଜେଣ୍ଟ କାରଣରୁ ସେ ତାଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍ଗା କରୁଛନ୍ତି। ମୋ ପାଖରେ କାରଣ ଅଛି, ଯାହା ପାଇଁ ମୁଁ ଅନୁଭବ କରୁଛି ଯେ ବର୍ତ୍ତମାନର ଦାୟିତ୍ୱରେ ଥିବା ଅଫିସର ଏବଂ ତାଙ୍କ ଗୋଷ୍ଠୀ ମୋର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ। ସେ କହିଛନ୍ତି, "ମୁଁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୂଚନା ଦେଇଥିଲି ଯେ ରାଜ ଭବନରେ କୋଲକାତା ପୋଲିସ ସହିତ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।"


ଅନ୍ୟପକ୍ଷରେ ରାଜ ଭବନ ସୂତ୍ରରୁ ପ୍ରକାଶ ଯେ ରାଜ ଭବନରେ ପୋଷ୍ଟିଂ ହୋଇଥିବା ପୋଲିସ କର୍ମଚାରୀଙ୍କ ଦ୍ୱାରେ ତାଙ୍କର ତଥା ତାଙ୍କ କର୍ମଚାରୀଙ୍କ ଉପରେ ନିରନ୍ତର ଜାସୁସୁ କରାଯାଉଥିବାରୁ ରାଜ୍ୟପାଳ ବୋଷ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ସେ ଅନୁଭବ କରୁଛନ୍ତି ଯେ ସେମାନେ ବାହ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆଦେଶରେ ଏହା କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଗତ ସୋମବାର ଦିନ ରାଜ୍ୟପାଳ ରାଜଭବନକୁ ତୁରନ୍ତ ଖାଲି କରିବାକୁ କୋଲକାତା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ରାଜ ଭବନର ଉତ୍ତର ଫାଟକ ନିକଟରେ ଥିବା ପୋଲିସ୍ ପୋଷ୍ଟକୁ 'ଜନ ମଞ୍ଚ'ରେ ପରିଣତ କରିବାକୁ ବୋଷ ଯୋଜନା କରୁଛନ୍ତି।


କିଛି ଦିନ ପୂର୍ବେ ରାଜ ଭବନରେ ନିୟୋଜିତ ବେଙ୍ଗଲ ପୋଲିସ ଭାରତୀୟ ଜନତା ପାର୍ଟି ନେତା ସୁଭେନ୍ଦୁ ଆଦିକାରୀଙ୍କୁ ଅଟକାଇଥିଲା ଏବଂ ରାଜ୍ୟରେ ପୋଲ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବୋଷଙ୍କୁ ଭେଟିବା ପାଇଁ ଯାଉଥିବା ସୁଭେନ୍ଦୁକୁ ରାଜ ଭବନରେ ପ୍ରବେଶ କରିବା ଦେଇନଥିଲେ। ସେବେଠାରୁ ଏହି ପ୍ରସଙ୍ଗ ଜୋର ଧରିଛି କାରଣ ରାଜ୍ୟପାଳ ଏହି ବୌଠକ ପାଇଁ ଲିଖିତ ଅନୁମତି ଦେଇଥିଲେ।