Mohua Moitra:


COMMERCIAL BREAK
SCROLL TO CONTINUE READING

ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ତାଙ୍କୁ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିଛି। ଅବଶ୍ୟ ମହୁଆ ମୋଇତ୍ର 30 ବର୍ଷିଆ ଯୁଦ୍ଧର ଘୋଷଣା କରିସାରିଲେଣି। ସଂସଦରୁ ବିଦା ହେବା ଦିନ ସେ କହିଦେଇଛନ୍ତି ରାସ୍ତାରେ ଲଢିବ ସଂସଦରେ ଲଢିବି। ପୁରା 30 ବର୍ଷ ଯାଏଁ ଲଢିବି। ଖାଲି ଏତିକି ନୁହେଁ ସଦସ୍ୟତା ରଦ୍ଦ ମାମଲାକୁ ସେ ଅଦାଲତରେ ଚ୍ୟାଲେଂଜ୍ କରିବାକୁ ବି ଯାଉଛନ୍ତି। 49 ବର୍ଷୀୟା ମହୁଆ ତାଙ୍କ ଇଂରାଜୀ ବାକଚାତୁରି ଓ ମୋଦିଙ୍କ ଉପରେ କଡା ପ୍ରହାର ପାଇଁ ଜଣାଶୁଣା। ହିରାନନ୍ଦାନୀ ଗ୍ରୁପର ଦର୍ଶନ ହିରାନନ୍ଦାନୀଙ୍କୁ ଲାଭ ପହଂଚାଇବାକୁ ଯାଇ ସେ ନିଜେ ହରଡ଼ଘଣାରେ ପଡ଼ିଛନ୍ତି। ଏମିତିରେ ଆସନ୍ତୁ ଜାଣିବା ମହୁଆଙ୍କ ବ୍ୟକ୍ତିଗତ ଓ ରାଜନୈତି ଜୀବନ ବାବାଦରେ କିଛି କଥା।


ମହୁଆ ମିତ୍ର କିଏ?


ତେଜତରାର ରାଜନେତା।ସ୍ମାର୍ଟ ଆକର୍ଷଣୀୟ ବ୍ୟକ୍ତିତ୍ୱ।  ଭାରତୀୟ ରାଜନୀତିରେ ଗତ କିଛି ବର୍ଷ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଚେହେରା ମଧ୍ୟରୁ ଜଣେ ହେଉଛନ୍ତି ମହୁଆ ମୋଇତ୍ରା।  ଲୋକସଭାରେ ନିଜ ଭାଷଣ ପାଇଁ ପ୍ରସିଦ୍ଧ। ଏଭଳି ଜଣେ ନେତା ଯିଏ ସରକାରଙ୍କୁ ଲଗାତାର ଚାପରେ ରଖିବା ଜାଣନ୍ତି। ପଶ୍ଚିମବଙ୍ଗ କୃଷ୍ଣନଗରରୁ ସେ 2019 ରେ ଲୋକସଭାକୁ ଆସିଥିଲେ। ସେ 16,000 ରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ଯଦିଓ ତାଙ୍କର ରାଜନୈତିକ କ୍ୟାରିଅର ବହୁତ ଲମ୍ବା ନୁହେଁ ତେବେ ଘଟଣାବହୁଳ ନିଶ୍ଟିତ।


ତେବେ ମହୁଆ ସିଧା ଲୋକସଭାକୁ ଆସିନଥିଲେ। ପ୍ରଥମେ ତାଙ୍କୁ ଟିଏମସି କରିମନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ପରେ ତାଙ୍କୁ କୃଷ୍ଣନଗରରୁ ଲୋକସଭା ପ୍ରାର୍ଥୀ କରିଥିଲା।


ଆମେରିକାରେ ପଢା,କରପୋରେଟ୍ ଚାକରି


5  ଫୁଟ 6 ଇଂଚର ମହୁଆ ଆମେରିକାରେ ପାଠ ପଢିଛନ୍ତି। 47 ବର୍ଷୀୟା ମହୁଆ କୋଲକତାରେ ସ୍କୁଲ ଶିକ୍ଷା ସାରିବା ପରେ ଆମେରିକା ଚାଲିଯାଇଥିଲେ। ସେଠାରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପରେ ଜେ ପି ମୋରଗାନରେ ଚାକିରି କରିଥିଲେ। ଲଣ୍ଡନ ସ୍ଥିତ ଜେପି ମୋରଗାନ କମ୍ପାନୀର ସେ ଭାଇସ ପ୍ରେସିଡେଣ୍ଟ୍ ପଦବୀରେ ଥିଲେ।


2008ରେ ଭାରତ ପ୍ରତ୍ୟାବର୍ତ୍ତନ


ମହୁଆ 2008ରେ ଭାରତ ଫେରିଥିଲେ। ଭାରତ ଫେରିବା ପରେ ସେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ରାହୁଲ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ କଂଗ୍ରେସରେ ସାମିଲ କରାଇଥିଲେ। କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ ପଶ୍ଚିମବଙ୍ଗରେ ଦାୟିତ୍ୱ ଦିଆଯାଇଥିଲା। ମହୁଆ ନିଜ ଦାୟିତ୍ୱକୁ ଭଲ ଭାବେ ତୁଲାଇ ରାହୁଲଙ୍କ ନିକଟବର୍ତ୍ତି ହୋଇଥିଲେ। କିନ୍ତୁ ଯେତେବେଳେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ବାମପନ୍ଥୀଙ୍କ ସହ ମେଣ୍ଟ କଲେ ସେତେବେଳେ ମହୁଆ କଂଗ୍ରେସରୁ ଇସ୍ତପା ଦେଇ ମମତା ଦିଦିଙ୍କ ହାତ ଧରଥିଲେ। ମମତା ତାଙ୍କଠାରେ ଭବିଷ୍ୟତ ଦେଖି ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ କାମ ଦେଇଥିଲେ। ପ୍ରଥମେ ରାଜ୍ୟ ବିଧାନସଭା ଟିକେଟ୍ ଓ ପରେ ତାଙ୍କୁ ଦିଦି ଲୋକସଭାକୁ ପଠାଇଥିଲେ।


ବିଦେଶୀଙ୍କୁ ବିବାହ ଓ ବିଛେଦ


ଆମେରିକାରେ ଅଧ୍ୟୟନ ସମୟରେ କିମ୍ବା ଲଣ୍ଡନରେ ରହିବା ସମୟରେ ମହୁଆ ଡେନମାର୍କର ଲାର୍ସ ବ୍ରର୍ସନ୍ଙ୍କୁ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ସେ ବ୍ରସନଙ୍କଠାରୁ ଅଲଗା ରହୁଛନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଛେଦ ହୋଇ ସାରିଛି।  ସେ ପେଣ୍ଟିଂର ସୌକ୍ ରଖନ୍ତି।  ତାଙ୍କ ବ୍ୟକ୍ତିଗତ ସଂଗ୍ରହରେ ଅନେକ ଭଲ ଚିତ୍ର ଅଛି। ସାଧାରଣତ ତାଙ୍କୁ ଅଧିକାଂଶ ସମୟରେ ଶାଢିରେ ଦେଖିବାକୁ ମିଳିଥାଏ ।ଅବଶ୍ୟ, ଯେତେବେଳେ ସେ କର୍ପୋରେଟ୍ ଦୁନିଆରେ କାମ କରୁଥିଲେ ସେତେବେଳେ  ସେ ସ୍ମାର୍ଟ କର୍ପୋରେଟ୍ ଡ୍ରେସ ପିନ୍ଧୁଥିଲେ।