Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର
Top 10 News: ବର୍ତ୍ତମାନ ସୁଦ୍ଧା ରାଜ୍ୟ ତଥା ଦେଶରେ ଘଟିଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Top 10 News Headlines:
1- Amrit Bharat Express: ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ପରେ ସହ ଗଡିଛି ଅମୃତ ଭାରତ ଟ୍ରେନ୍ ଓ ବନ୍ଦେ ଭାରତ । ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।
2-PM Modi On Unemployment: ବିରୋଧୀଙ୍କ ବେରୋଜଗାରୀ ଏବଂ ମହଙ୍ଗା ମାଡ ପ୍ରଶ୍ନର ଉତ୍ତର ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭିଡ୍ -୧୯ ସମୟରେ ସମଗ୍ର ବିଶ୍ୱରେ ଅର୍ଥନୈତିକ ବ୍ୟବସ୍ଥା ଠପ୍ ହୋଇଥିଲା କିନ୍ତୁ ତଥାପି ଭାରତ ସେହି ସମୟରେ ଏହାକୁ ସଫଳ ଭାବରେ ମୁକାବିଲା କରିବାରେ ସକ୍ଷମ ହୋଇଛି । ଏଥିସହିତ ଦେଶର ମୃଦ୍ରାସ୍ଫିତି ହାର ପୂର୍ବାପେକ୍ଷା ଯଥେଷ୍ଟ ପରିବର୍ତ୍ତନ ହୋଇଛି ଏବଂ ନୂଆ ନିଯୁକ୍ତି ସରକାରଙ୍କ ପ୍ରାଥମିକତା ।
3- Congress meeting: ଇଣ୍ଡିଆ ମେଣ୍ଟରେ ହେବ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ଯେ, ଜାନୁଆରୀ ପ୍ରଥମ ସପ୍ତାହରେ କଂଗ୍ରେସ ବିରୋଧୀ ଦଳଙ୍କ ସହ ଏକ ବୈଠକ କରିବ ଏବଂ ସିଟ୍ ବାଣ୍ଟିବା ସୂତ୍ର ଉପରେ ଆଲୋଚନା କରିବ। ବାସ୍ତବରେ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଗଠିତ ୨୮ ଟି ଦଳର ମିଳିତ ମଞ୍ଚରେ ଆସନ ବାଣ୍ଟିବା ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ।
4- Covid guidelines: ରାଜଧାନୀରେ ଜିରୋ ନାଇଟ୍ ପାଇଁ ହୋଟେଲ୍ ଓ ବିଭିନ୍ନ ମଣ୍ଡପ ମୁଖରିତ ହୋଇଥିବା ବେଳେ ଆଶଙ୍କା ପ୍ରକାଶ କରିଛି ଜନସ୍ୱାସ୍ଥ୍ୟ ବିଭାଗ। ଏହି ଜିରୋ ନାଇଟ୍ ଆଗକୁ ରାଜ୍ୟରେ ଆତଙ୍କର କାରଣ ହୋଇପାରେ। ଏଣୁ କୌଣସି ସାର୍ବଜନୀକ ସ୍ଥାନ ଅର୍ଥାତ୍ ଜନ ଗହଳିପୂର୍ଣ୍ଣ ସ୍ଥାନକୁ ନଯାଇ ନିଜ ଘରେ ଉତ୍ସବ ପାଳିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
5- New responsibility to Manas mangaraj: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ହେବେ। ଏଥିନେଇ ନିଯୁକ୍ତି ବିଜ୍ଞପ୍ତି ଦଳ ପକ୍ଷରୁ ପ୍ରକାଶ କରାଯାଇଛି। ଏହାଙ୍କ ସହ ଆଉ ତିନିଜଣ ଯୁବ ନେତାଙ୍କୁ ବିଭିନ୍ନ ବିଧାନସଭା ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେମାନେ ହେଲେ, ସୌଭାଗ୍ୟ ରଞ୍ଜନ ନାୟକ, ଗୌତମ ବୁଦ୍ଧ ଦାସ ଏବଂ ଅମରେଶ ଜେନା।
6- Parvatigiri Scheme: ନୂଆବର୍ଷ ପୂର୍ବରୁ ନବରଙ୍ଗପୁରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଅଧିନରେ ୧୨୭୨ କୋଟି ବ୍ୟୟରେ ୧୧ ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ ୫୭୭ କୋଟି ଟଙ୍କା ବ୍ୟୟରେ ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।
7- VK Pandian Puri Visit: ୫ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ସକାଳ ପ୍ରାୟ ସାଢେ ୪ଟା ସମୟରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳାଳତୀ ପାଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି। କିନ୍ତୁ ଗସ୍ତ ସମୟରେ କଂଗ୍ରେସ ପକ୍ଷରୁ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କଳାପତାକା ପ୍ରଦର୍ଶନ କରୁଥିବା ସମୟରେ ୭ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୁରୀ ସିଂହଦ୍ଵାର ଥାନା ପୋଲିସ।
8- New Director of Bhubaneswar Metrology Department: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ସେ ଗୁଜରାଟ ଅହମ୍ମବାଦର ନିର୍ଦ୍ଦେଶକ ଭାବେ ଥିଲେ । ପୂର୍ବରୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ କୋଲକାତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି । ମନୋରମାଙ୍କ ଉତ୍କଳ ପଦାର୍ଥ ବିଜ୍ଞାନରୁ ସ୍ନାତକୋତର ହାସଲ ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ ।
9- BMC Action: ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉପଯୁକ୍ତ ସମୟରେ ଅଫିସ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଅଫିସ ସମୟ ସକାଳ ୯ଟା୪୫ରୁ ୧୦.୧୫ ମଧ୍ୟରେ କର୍ମଚାରୀମାନେ ଅଫିସରେ ପହଞ୍ଚିବା ଆବଶ୍ୟକ । ନିୟମ ନମାନିଲେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।
10- Weather update: ରାଜ୍ୟରେ ଗତ କିଛି ଦିନ ହେବ ଶୀତ କମିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଶୀତ କମିବା ସହିତ ରାଜ୍ୟରେ ଘନ କୁହୁଡି ବୃଦ୍ଧି ପାଇଛି। ଆସନ୍ତା ୩ ଦିନ ରାଜ୍ୟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଶନିବାର ପୁରୀ, ଖୋର୍ଧା, କଟକ, ଜଗତସିଂହପୁର,ନୟାଗଡ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, କନ୍ଧମାଳ, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Also Read- PM Modi On Unemployment: ବିରୋଧୀଙ୍କ ବେରୋଜଗାର ଓ ମହଙ୍ଗା ପ୍ରସଙ୍ଗରେ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
Also Read- Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...