Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top 10 | Afternoon Bulletin: Top News Headlines from 15 November 2023: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।
Top 10 News Headlines in Odia | November 15 | Afternoon| 1.IND vs NZ, World Cup Semi-Final : ବିଶ୍ୱକପ୍ ୨୦୨୩ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ ୨୮ ଓଭର ଶେଷ ସୁଦ୍ଧା ଟିମ୍ ଇଣ୍ଡିଆର ଗୋଟିଏ ୱିକେଟ୍ ହରାଇ ୧୯୭ ରନ୍ ସ୍କୋର କରିଛି ।
2. Jammu Kashmir Accident: ବୁଧବାର ଦିନ ଜମ୍ମୁ କାଶ୍ମୀରର ଡୋଡା ଅନ୍ତର୍ଗତ ଚେନାବ ନଦୀ କୂଳରେ ଏକ ଯାତ୍ରୀବାହୀ ବସ୍ ଘାଇରେ ଖସିପଡି ୩୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ୧୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ଅଧିକାରୀ କହିଛନ୍ତି ଯେ ବସ୍ ୩୦୦ ଫୁଟ ଖାଲରେ ଖସିପଡିବା ଯୋଗୁଁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
3. PM Kisan Yojana: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ସ୍କିମର ଯୋଗ୍ୟ କୃଷକଙ୍କୁ ୧୫ ତମ କିସ୍ତି ପ୍ରଦାନ କରିଛନ୍ତି। ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡରେ ଅଛନ୍ତି, ଯେଉଁଠାରୁ ସେ କୃଷକମାନଙ୍କୁ ଏହି ଉପହାର ଦେଇଛନ୍ତି । ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ କିସ୍ତି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । କହିରଖୁଛୁ ଯେ ଏହି ଯୋଜନାରେ କୃଷକଙ୍କୁ ୨୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥାଏ ।
4. Assembly Election 2023: ଦୁଇ ଦିନ ପରେ ଅର୍ଥାତ୍ ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଆଜି ପର୍ଯ୍ୟନ୍ତ କେବଳ ପ୍ରଚାର ସମୟ ବାକି ଅଛି ଅର୍ଥାତ୍ ୧୫ ନଭେମ୍ବରର ସନ୍ଧ୍ୟା ଯାଏଁ ସାଧାରଣ ସଭା ଓ ପ୍ରତିଶୃତି ସହିତ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ରହିଛି ସମୟ । ମଧ୍ୟପ୍ରଦେଶରେ ସନ୍ଧ୍ୟା ୬ ଟା ପରେ ଓ ଛତିଶଗଡରେ ଅପରାହ୍ନ ୫ ଟା ପରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯିବ ।
5. Odisha Jagannathan Temple Rules: ଶ୍ରୀ ଜଗନ୍ନାଥ ମନ୍ଦିରେ ଏଣିକି ପାନ ବା ଗୁଟଖା ଖାଇବାକୁ ବାରଣ କରାଯିବ। ସେବାୟତଙ୍କଠାରୁ ଯାତ୍ରୀ ଓ କର୍ମଚାରୀ ମାନେ ଏଣିକି ଶ୍ରୀମନ୍ଦିର ଭିତରେ ପାନ ବା ଗୁଟଖା ଖାଇପାରିବେ ନାହିଁ। ନୂଆ ବର୍ଷଠାରୁ ଯେତେବଳେ ଶ୍ରୀମନ୍ଦିରେ ଡ୍ରେସ୍ କୋଡ୍ ଲାଗୁ କରାଯିବ ସେତେବଳେ ଏହି ନିୟମକୁ ମଧ୍ୟ ଲାଗୁ କରାଯିବ ବୋଲି ମୁଖ୍ୟପ୍ରଶାସକ ସୂଚନା ଦେଇଛନ୍ତି।
6. Heavy Rainfall IMD Update: ବୁଧବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ଜିଲ୍ଲା ଓ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି । ୧୫ ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଇଏମଡି ଅନୁଯାୟୀ ଉତ୍ତର ଜମ୍ମୁ କାଶ୍ମୀରରେ ତୁଷାରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
7.Metro Rail Gets Nod from Odisha Cabinet: ରାଜଧାନୀରେ ଗମନାଗମନ ବ୍ୟବସ୍ଥାକୁ ସୁଗମ୍ୟ ଓ ଆରାମଦାୟକ କରିବା ଲକ୍ଷ୍ୟରେ ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ଅନୁସାରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍କୁ ସରକାର ଭୁବନେଶ୍ୱରରେ ମେଟ୍ରୋ ରେଳ ତିଆରି ପାଇଁ ଦାୟିତ୍ୱ ପ୍ରଦାନ କରିବେ। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ରେଳ ନେଟ୍ଓ୍ୱର୍କ ବିଛାଇବାକୁ ଚିନ୍ତା କରାଯାଇଛି। ଏଥିଲାଗି ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୪ ବର୍ଷରେ ଶେଷ କରିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
8.Free Land for New Loyla School: ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ନୂଆ ଲୋୟଲା ସ୍କୁଲ ନିର୍ମାଣ ପାଇଁ ଜାଭିଏର ଇନ୍ଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟକୁ ସରକାର ୯ .୪ ଏକର ଜମି ପ୍ରଦାନ କରିବେ। ଏହି ସରକାରୀ ଜମିକୁ ମାଗଣାରେ ସମ୍ପୃକ୍ତ ପ୍ରତିଷ୍ଠାନକୁ ଦେବା ଲାଗି ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
9.Odisha Assembly to Elect Deputy Speaker on Nov 21: ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହିଦିନ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ସକାଳୁ ସର୍ବସମ୍ମତିକ୍ରମେ କେହି ଜଣେ ଶାସକ ଦଳର ନେତାଙ୍କୁ ଏହି ପଦବୀରେ ଅଧିଷ୍ଠିତ କରାଯାଇପାରେ। ସାଧାରଣତଃ ସଂଖ୍ୟା ଗରିଷ୍ଠ ଦଳର ସଦସ୍ୟ ହିଁ ଏହି ପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି। ୨୦୧୯ ମସିହାରୁ ଉପ ବାଚସ୍ପତି ପଦରେ ଅଧିଷ୍ଠିତ ହୋଇଥିବା ରଜନୀକାନ୍ତ ସିଂହ ଗତ ୮ ତାରିଖ ଦିନ ଏହି ପଦବୀରୁ ଇସ୍ତଫା ଦେବା ପରେ ଉପବାଚସ୍ପତି ପଦବୀ ଖାଲିପଡ଼ିଛି।
10. Now ST People in odisha can sell land to Non-Tribals: ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ଏଣିକି ଅଣ ଆଦିବାସୀ ବର୍ଗର ଲୋକେ ଜମି କିଣାବିକା କରିପାରିବେ। ଆଦିବାସୀ ଜମି ମାଲିକ ଅଣ ଆଦିବାସୀ ବ୍ୟକ୍ତି, ଅନୁଷ୍ଠାନକୁ ଜମି ବିକ୍ରି କରିପାରିବେ ବା ଲିଜ୍ ଆକାରରେ ଦେଇପାରିବେ। ଏପରିକି ବାସଗୃହ ତିଆରିବା ପାଇଁ ଆବଶ୍ୟକ ପଡ଼ିଲେ ବ୍ୟାଙ୍କରୁ ଋଣ ନେଇପାରିବେ। ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମଙ୍ଗଳବାଦିନ ଏନେଇ ନିଷ୍ପତ୍ତି ନେଇଛନ୍ତି।