Top 10 News Headlines in Odia | November 16 | Afternoon| 1. Uttarkashi Tunnel Accident: ଉତ୍ତରାଖଣ୍ଡର ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆଜି ପଞ୍ଚମ ଦିନ ପାଇଁ ଯୁଦ୍ଧ କାର୍ଯ୍ୟ ଜାରି ରହିଛି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ପଞ୍ଚମ ଦିନରେ ପ୍ରବେଶ କରିଛି । ଶ୍ରମିକମାନେ ଉତ୍ତରାଖଣ୍ଡର ଟନେଲରେ ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି । କହିରଖୁଛୁ ଯେ ନଭେମ୍ବର ୧୨ ରବିବାର ଦିନ ସିଲ୍କିରା ଟନେଲ ପ୍ରକଳ୍ପ ଭୁଶୁଡି ପଡିଥିଲା ଓ ୪୦ ଜଣ ଶ୍ରମିକ ଟନେଲରେ ଫସି ରହିଥିଲେ ।


COMMERCIAL BREAK
SCROLL TO CONTINUE READING

2. President Odisha Visit: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ନଭେମ୍ୱର ୨୦ ତାରିଖରେ ନିଜ ଜନ୍ମମାଟି ମୟୁରଭଞ୍ଜରେ ପହଞ୍ଚିବେ । ପ୍ରଥମେ ବାରିପଦାର ସହିଦ ସ୍ମୁତିଭବନରେ “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ’ର ୩୬ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ମୟୁରଭଞ୍ଜ ।


3. South Africa vs Australia world cup Semi Final: ବିଶ୍ୱକପ୍ ୨୦୨୩ ର ଦ୍ୱିତୀୟ ସେମିଫାଇନାଲ ଆଜି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଛି । ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖବର ଲଖିବା ପର୍ଯ୍ୟନ୍ତ ୧୪ ଓଭରରେ ୪ ୱିକେଟ୍ ହରାଇ ୪୪ ରନ୍ କରିଛି ।


4. UPI Payment: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) UPI ସମ୍ବନ୍ଧରେ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛି । UPI ପରିଚାଳନା କରୁଥିବା ସଂସ୍ଥା ଫୋନ୍ ପେ ଓ ଗୁଗୁଲ୍ ପେ ଏବଂ ବ୍ୟାଙ୍କଗୁଡିକ ଭଳି ତୃତୀୟ ପକ୍ଷ ଆପ୍ ଏବଂ ଏପରି UPI ID ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି, ଯେଉଁଥିରେ ଏକ ବର୍ଷ ଧରି କୌଣସି କାରବାର ହୋଇନାହିଁ । ଏହା କରିବା ପୂର୍ବରୁ, ଉପଭୋକ୍ତାମାନଙ୍କୁ ଇମେଲ କିମ୍ବା ଏସଏମଏସ ମାଧ୍ୟମରେ ନୋଟିଫିକେସନ୍ ପଠାଇବାକୁ ମଧ୍ୟ କୁହାଯାଇଛି । NPCI ଏଥିପାଇଁ 31 ଡିସେମ୍ବର ପର୍ଯ୍ୟନ୍ତ ସମୟ ଦେଇଛି ।


5. World Cup 2023 Final: ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ ଟ୍ରଫି ଉଠାଇବା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ​​। ନଭେମ୍ବର ୧୯ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ରୋହିତ ଶର୍ମା ବିଗ୍ରେଡ୍ ପୂରା ପ୍ରସ୍ତୁତ। ସେମିଫାଇନାଲ ବିଜୟ ପରେରେ ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି - "ଟିମ୍ ଇଣ୍ଡିଆକୁ ଅଭିନନ୍ଦନ! ଭାରତ ଚମତ୍କାର ପ୍ରଦର୍ଶନ କରିବା ସହ ଫାଇନାଲରେ ପ୍ରବେଶ କରିଛି । ଉତ୍କୃଷ୍ଟ ବ୍ୟାଟିଂ ଏବଂ ଭଲ ବୋଲିଂ ଆମ ଦଳ ପାଇଁ ମ୍ୟାଚ୍ ସିଲ୍ କରିଛି । ଫାଇନାଲ୍ ମୁଁ ଶୁଭେଚ୍ଛା ଜଣାଉଛି ।


6. Heavy Rain in Odisha: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଗତ ୬ ଘଣ୍ଟା ଧରି ୧୮କିଲୋମିଟର ବେଗରେ ଗତି କରୁଛି ଏହି ଅବପାତ । ପାରାଦୀପର ଦକ୍ଷିଣ ଭାଗରରେ ୩୮୦କିଲୋ ମିଟର ଦୂରରେ ଏହାର ଅବସ୍ଥିତି ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ଏହି ଅବପାତ ।


7. FIFA Academy in Odisha: ଭାରତର ପ୍ରଥମ ଫିଫା ଏକାଡେମୀ ଓଡ଼ିଶାର ଭୁବନେଶ୍ୱରଠାରେ ସ୍ଥାପନ ହେବ। ୨୧ ତାରିଖରେ ଏହାକୁ ଫିଫାର ମୁଖ୍ୟ ଆର୍ସନ ଓ୍ୱଙ୍ଗର ଉଦ୍‍ଘାଟନ କରିବେ। ପ୍ରତିଭା ବିକାଶ କରିବା ଏହି ଏକାଡେମୀର ଉଦ୍ଦେଶ ରହିବ। ଏଥିଲାଗି ଆବଶ୍ୟକ ସହାୟତା ରାଜ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


8. Farmer Suicide: ପୁଣି ଦେଖା ଦେଇଛି ଚକଡ଼ା ପୋକ ଉତ୍ପାତ। ଏଥିରେ ଆସ୍ଥା ହରାଇ ବଲାଙ୍ଗୀର ଜିଲ୍ଲା ପୁଇଁତଳାର ଜଣେ ଚାଷୀ ରମେଶ କୁମାର ଭୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରମେଶ ୧୦ ଏକର ଜମିରେ ଧାନ ଚାଷ ପାଇଁ ବ୍ୟାଙ୍କ ଓ ଅନ୍ୟ ଲୋକଙ୍କଠାରୁ ଧାର ଉଧାର କରିଥିଲେ। ଫସଲ ବି ଭଲ ହୋଇଥିଲା। କିନ୍ତୁ ଚକଡ଼ା ପୋକ ଲାଗିଯିବାରୁ ୫ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା। ଏଥିରେ ହତାଶ ହୋଇ ସେ ବିଷ ପିଇଥିବ ଅଭିଯୋଗ ହୋଇଛି। 


9. ASI to start restoration of Nata Pandap Restoration today: ଶ୍ରୀ ଜଗନ୍ନାଥ ମନ୍ଦିରର ନାଟ ମଣ୍ଡପ ମରାମତି ପାଇଁ ଏଏସ୍‍ଆଇକୁ ତାଗିଦ କରିଛନ୍ତି ହାଇକୋର୍ଟ। ଜାନୁୟାରୀ ୨୦ ନୁହେଁ ଆଜିଠାରୁ କାମ ଆରମ୍ଭ କରିବାକୁ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୨୦ ଦିନ ଭିତରେ ସମ୍ପୂର୍ଣ୍ଣ ପ୍ରସ୍ତାବିତ ମରାମତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ଏଥିଲାଗି ଏଏସ୍‍ଆଇ ଦୈନିକ ୬ ଘଣ୍ଟା କାର୍ଯ୍ୟ କରିବ।


10. Dharmendra’s letter to CM: ରାଜ୍ୟରେ ପ୍ରଧାନମନ୍ତ୍ରୀ ସ୍କୁଲ୍‍ ଫର ରାଇଜିଂ ଓଡ଼ିଶା ( ପିଏମ୍‍ଶ୍ରୀ) ଯୋଜନା ଅଧୀନରେ ସ୍କୁଲ୍‍ ଖୋଲିବାକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ତୃତୀୟ ଚିଠି ଲେଖିଛନ୍ତି।  ସାରା ଦେଶରେ ଏଥିଲାଗି ୧୪ ହଜାର ୫୦୦ ସ୍କୁଲ୍‍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନାହିଁ ।