Top 10 News Headlines: 


COMMERCIAL BREAK
SCROLL TO CONTINUE READING

1- ୨୦ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ: ଚଳିତ ବର୍ଷ ପାଇଁ ୨୦ ଜଣ ପୋଲିସ କର୍ମୀଙ୍କୁ ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ମିଳିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳ ୨୦ ଜଣ ପୋଲିସଙ୍କୁ ସମ୍ମାନୀତ କରିବେ । ସେମଧ୍ୟରେ ପ୍ରଥମ ବର୍ଗରେ ରହିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ । ଦ୍ୱିତୀୟ ବର୍ଗରେ ଗଞ୍ଜାମ ଏସପି ଜଗମୋହନ ମୀନା ଏବଂ ସମ୍ୱଲପୁର ଏସପି ମୁକେଶ ଭାମୁଙ୍କୁ ରାଜ୍ୟପାଳ ପଦକ ମିଳିବ ।


2- ଆଫଗାନିସ୍ତାନ ସୀମାରେ ବିମାନ ଦୁର୍ଘଟଣା: ମସ୍କୋ ଯାଉଥିବା ଏକ ବିମାନ ଆଫଗାନିସ୍ତାନର ଉଚ୍ଚା ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ଆସୁଛି। ପ୍ରାଥମିକ ସୂଚନାରୁ କୁହାଯାଇଛି କି ଉକ୍ତ ବିମାନଟି ଭାରତରୁ ମସ୍କୋ ଅଭିମୁଖେ ଉଡାଣ ଭରିଥିଲା। ଋଷ ମିଡ଼ିଆ ସୂଚନା ଦେଇ କହିଛି କି ମସ୍କୋ ଅଭିମୁଖେ ଯାଉଥିବା ଏହି ବିମାନ ହଟାତ ରାଡାରରୁ ଉଭାନ ହୋଇଯାଇଥିଲା। ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି। ଡିଜିସିଏ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି ଏହି ରୁଟରେ ଯାଉଥିବା ସମସ୍ତ ବିମାନ ମଧ୍ୟରୁ କୌଣସିଟି ଭାରତୀୟ ବିମାନ ନଥିଲା। ଭାରତରୁ ଉଡ଼ାଣ ଭରୁଥିବା ସମସ୍ତ ବିମାନ କମ୍ପାନୀ ଗୁଡ଼ିକର ବିମାନ ସୁରକ୍ଷିତ ରହିଛି ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି। 


3- ସେଲର ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କଲା ଇସ୍ପାତ ମନ୍ତ୍ରଣାଳୟ: କେନ୍ଦ୍ର ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସେଲର ୨ ବରିଷ୍ଠ ଅଧିକାରୀଙ୍କ ସମେତ ୨୮ ଅଧିକାରୀଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ୨୦୨୪ ଜାନୁଆରୀ ୧୯ ତାରିଖ ଚିଠି ଆଧାରରେ ସେଲର ବରିଷ୍ଠ ଅଧିକାରୀ ବାଣିଜ୍ୟିକ ବିଭାଗର ନିର୍ଦ୍ଦେଶକ ଭିଏସ ଚକ୍ରବର୍ତ୍ତୀ ଏବଂ ଅର୍ଥ ବିଭାଗ ନିର୍ଦ୍ଦେଶକ ଏକେ ତୁଲସିଆନିଙ୍କୁ ତତ୍କାଳ ନିଲମ୍ବନ କରାଯାଇଛି। ଏଥି ସହିତ ଇସ୍ପାତ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଅନୁଯାୟୀ ସେଲର ଅନ୍ୟ ୨୬ ଅଧିକାରୀଙ୍କୁ ମଧ୍ୟ ତତ୍କାଳ ନିଲମ୍ବନ କରାଯାଇଥିବା ସୂଚନା ରହିଛି। ଏହି ୨୬ ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ନିର୍ବାଦୀ ପାହ୍ୟାର ଅଧିକାରୀ, ଏସକେ ଶର୍ମା, ବିନୋଦ ଗୁପ୍ତା, ଅତୁଲ ମାଥୁର, ଆରଏମ ସୁରେଶ ରହିଥିବା ସୂଚନା ରହିଛି। 


4- ଷଷ୍ଠ ଦିନରେ ପହଞ୍ଚିଲା ବରଗଡ଼ ଧନୁଯାତ୍ରା: ଆଜି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ମହାରାଜ କଂସ ମଥୁରା ନଗରୀ ଭ୍ରମଣରେ ବାହାରିଥିଲେ । ମଥୁରା ଭ୍ରମଣ ସମୟରେ ମହାରାଜ କଂସ ହଟାତ ମଥୁରା ନଗରୀର ଟାଉନ ଥାନାକୁ ନିରୀକ୍ଷଣ କରିବାକୁ ଯାଇଥିଲେ ସୈନ୍ୟ ସାମନ୍ତଙ୍କ ସହିତ। ମହାରାଜ କଂସଙ୍କ ଠାରେ ଅଭିଯୋଗ ହୋଇଥିଲା ଯେ ମଥୁରା ନଗରୀରେ ଚାଲିଛି ବ୍ୟାପକ ମାତ୍ରାରେ କୋରେକ୍ସ ଓ ମଦ ସହିତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ କାରବାର। ମାତ୍ର ମଥୁରା ନଗରୀର ପୋଲିସ ଅବହେଳା କରୁଛି ଅପରାଧୀ ମନକୁ ଧରିବାରେ ଅକ୍ଷମ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ମହାରାଜ କଂସ ହଠାତ ମଥୁରା ନଗରୀର ଥାନା ପରିଦର୍ଶନ କରିବା ପାଇଁ ବରଗଡ଼ ଟାଉନ ଥାନାକୁ ପହଞ୍ଚିଯାଇଥିଲେ।


5- ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର: କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର। କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି। କେବଳ ନିର୍ଦ୍ଦେଶକ ସୁଧାକର ବସନ୍ତ ନୁହଁନ୍ତି କାର୍ ଚଲାଉଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ବାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ କାରଟି ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ସୁଧାକରଙ୍କ କାରକୁ ଧକ୍କା ଦେଇଥିଲା ।


6- ୨୮ ବର୍ଷ ପରେ ଭାରତରେ 'ମିସ୍ ୱାର୍ଲ୍ଡ' ପ୍ରତିଯୋଗିତା: ଭାରତ ମାଟିରେ ଦୀର୍ଘ ୨୮ ବର୍ଷ ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି  'ମିସ୍ ୱାର୍ଲ୍ଡ' ପ୍ରତିଯୋଗିତା । ୧୯୯୬ ମସିହାରେ ଶେଷ ଥର ପାଇଁ ଏହା ବେଙ୍ଗାଲୁରରେ ଅନୁଷ୍ଠିତ ହୋଇଥିଲା । ଫେବୃଆରୀ ୧୮ତାରିଖରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଯାଉଛି । ଦିଲ୍ଲୀ ଏବଂ ମୁମ୍ୱାଇରେ ଏହା ଆୟୋଜିତ ହେବା ନେଇ ସୂଚନା ମିଳିଛି । ଏନେଇ ମିସ୍ ୱାର୍ଲ୍ଡର ଅଫିସିଆଲ୍ ପେଜ୍ X ମାଧ୍ୟମରେ ସୂଚନା ଦିଆଯାଇଛି । ଇଣ୍ଡିଆ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ଏହାକୁ ଆୟୋଜିତ କରିବ। 


7- ଗୁଗଲ ଇଞ୍ଜିନିୟର ସାଜିଲେ ପତ୍ନୀ ହତ୍ୟାକାରୀ: କାର୍ଲିଫର୍ଣ୍ଣିଆରେ ରହି ଗୁଗଲ୍ ଜାଏଣ୍ଟରେ କାମ କରୁଥିବା ଦମ୍ପତିଙ୍କ କଳହ ଉଗ୍ର ଋପ ନେଇଛି । ପତି ଲିରେନ ଚେନ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି । ହତ୍ୟା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଲିରେନଙ୍କୁ ଗିରଫ କରିଛି । 


8- ଆସନ୍ତାକାଲି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା: ରଙ୍ଗ ବେରଙ୍ଗ ତୋରଣ ସହିତ ଆଲୋକମାଳାରେ ଝଲସୁଛି ଅଯୋଧ୍ୟାନଗରୀ । ରାତି ପାହିଲେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାବେଳେ ଆଜିଠୁ ଅଯୋଧ୍ୟାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ସାଧୁ, ସନ୍ଥଙ୍କ ସମେତ ଦୂରଦୂରାନ୍ତରୁ ଭକ୍ତ ଆସି ଅଯୋଧ୍ୟାରେ ପହଞ୍ଚିଛନ୍ତି । ଅନେକ ବ୍ୟବସାୟୀ ଏବଂ ସିନେତାରକା ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ରହିବା ପାଇଁ ଆସନ୍ତାକାଲିକୁ ଅପେକ୍ଷା କରିଛନ୍ତି ।


9-  ରାଜ୍ୟପାଳଙ୍କ ଯାଜପୁର ପରିଦର୍ଶନ: ରବିବାର ଯାଜପୁର ଗସ୍ତରେ ଯାଇ ମାଆ ବିରଜାଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ପରେ ଯାଜପୁରର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସାଧାରଣ ଲୋକଙ୍କ ହିତ ପାଇଁ ଅନେକ ସମୀକ୍ଷା କରିଛନ୍ତି ।


10- ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି: ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି। ଏଥି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ତାପମାତ୍ରା କୌଣସି ପରିବର୍ତ୍ତନ ଦେଖା ଦେଇ ନଥିବା ବେଳେ ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦୃଶ୍ୟମାନର ଦୂରତା ୨୦୦ ମିଟର ତଳକୁ ଖସି ଆସିବ। ତାହାକୁ ନଜରରେ ରଖି ୧୫ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।


Also Read- Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ


Also Read- Kangana Ranaut: ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ