Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top 10 | Afternoon Bulletin: Top News Headlines from 6th December 2023: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।
Top 10 News Headlines in Odia | 6th December 2023 | Afternoon |1. 10 BJP MPs resigned: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋରୀ ଲାଲ ମୀନା, ରାଜୀବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରିତୀ ପାଠକ, ଅରୁଣ ସାଓ, ଗୋମତି ସାଇ, ଦିୟା କୁମାରୀ ଓ କିରୋନି ଲାଲ ମୀନା ବୁଧବାର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କହିରଖୁଛୁ ଯେ ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ବିଜେପି ମୋଟ ୨୧ ସାଂସଦଙ୍କୁ ନିର୍ବାଚନରେ ଠିଆ କରାଇଥିଲା, ସେଥିମଧ୍ୟରୁ ୧୨ ଜଣ ଜିତିଛନ୍ତି ଓ ବାକି ୯ ସାଂସଦ ନିର୍ବାଚନରେ ହାରିଛନ୍ତି ।
2. Cyclone Michaung Update: ଲ୍ୟାଣ୍ଡଫଲ କରିଛି ବାତ୍ୟା 'ମିଗ୍ଜାଉଁ' । ବାତ୍ୟାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ ଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ତିନି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
3. Odisha IT Raid: ରାଜ୍ୟରେ ଚାଲିଛି ବଡ଼ଧରଣର ଆଇଟି ରେଡ୍ । ଆୟକର ବିଭାଗ ଦ୍ୱାରା ଆୟକର ଫାଙ୍କିବା ଅଭିଯୋଗରେ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଚଢ଼ାଉ କରାଯାଉଛି । ବୌଦ୍ଧ ସ୍ଥିତ ଥିବା ଏହି କମ୍ପାନୀ ଉପରେ ଚଢ଼ାଉ କରାଯିବା ସମେତ ଏହି ଲିଙ୍କ୍ରେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିରର ଟିଟିଲାଗଡ ଓ ରାୟଗଡ଼ାରେ ରେଡ୍ ମଧ୍ୟ କରାଯାଇଛି ।
4. Matric Exam 2024: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର ପଠାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ୭ଟି ବିଷୟରେ ଗୋଟିଏ ଲେଖାଏ ସେଟ୍ ତିଆରି ହୋଇଛି । ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।
5. BR Ambedkar Death Anniversary: ଆଜି ହେଉଛି ୬ ଡିସେମ୍ବର, ସମ୍ବିଧାନ ନିର୍ମାତା ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ବାର୍ଷିକୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ସାଂସଦ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସଂସଦ ଗୃହ କମ୍ପ୍ଲେକ୍ସରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
6. BJP CM Face: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚର୍ଚ୍ଚା ଚାଲିଛି । ଏହି ସମୟରେ ବିଜେପି ମୁଖ୍ୟମନ୍ତ୍ରୀ ନୂଆ ଚେହେରାକୁ ସୁଯୋଗ ଦେଇପାରେ ବୋଲି ସୂତ୍ରରୁ ପ୍ରକାଶ । ସମସ୍ତ ତିନୋଟି ରାଜ୍ୟରେ ଜଣେ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ସୂତ୍ରରୁ ପ୍ରକାଶ ।
7. PM modi Post On Michaung: ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି । ବୁଧବାର ଦିନ (୬ ଡିସେମ୍ବର) ସକାଳେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଓ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ।
8. Assembly Election Result 2023: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ରୋକିବା ପାଇଁ ଗଠିତ ଏକ ମିଳିତ ମଞ୍ଚ I.N.D.I.A ରେ ସବୁକିଛି ଠିକ୍ ଚାଲିନାହିଁ । ଏଥିରେ ସାମିଲ ଅନେକ ଦଳ ସମୟ ସମୟରେ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ବର୍ତ୍ତମାନ ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ଦଳର ପ୍ରଦର୍ଶନ ଭଲ ନ ଥିବାରୁ ଏହା ପୁଣି ସହଯୋଗୀ ଦଳର ଟାର୍ଗେଟରେ ରହିଛି । ଜନତା ଦଳ (ୟୁନାଇଟେଡ୍) ନେତା କେସି ତ୍ୟାଗି ଏହି ନୂଆ ଟାର୍ଗେଟ୍ କରିଛନ୍ତି । କଂଗ୍ରେସର ପ୍ରଦର୍ଶନକୁ ନେଇ ଉଦ୍ବେଗ ପ୍ରକାଶ କରି ସେ କହିଛନ୍ତି ଯେ ଏହି ଦଳ ବର୍ତ୍ତମାନ ପୁନରୁତ୍ଥାନ ଅପେକ୍ଷା ନିଜର ପରିଚୟ ବଞ୍ଚାଇବା ଉପରେ ଧ୍ୟାନ ଦେବା ଉଚିତ୍ ।
9. GATE Exam 2024: GATE 2024 ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରାର୍ଥୀମାନେ GATE 2024 ର ଅଫିସିଆଲ୍ ୱେବସାଇଟ୍ gate2024.iisc.ac.in ରେ ପ୍ରକାଶିତ ବିସ୍ତୃତ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ । GATE 2024 ପରୀକ୍ଷା ୩ ଫେବୃଆରୀ ୨୦୨୪ ରୁ ୧୧ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ।
10. Ravi Bishnoi World No-1 T20I bowler: ଭାରତର ରବି ବିଷ୍ଣୋଇ ଆଫଗାନିସ୍ତାନ ରସିଦ ଖାନଙ୍କୁ ପଛରେ ପକାଇ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବିଷ୍ଣୋଇ ଜବରଦସ୍ତ ବୋଲିଂ କରିଥିଲେ ।