Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଧୀରେ ଧୀରେ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ମଧ୍ୟରାତ୍ରୀରୁ ସକାଳ ମଧ୍ୟରେ ଏହା ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନର ବେଗ ୧୦୦ରୁ୧୨୦ କିଲୋମିଟର ହେବ । ଏହା ଓଡ଼ିଶା ଏବଂ କନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। ଏହି ସମୟରେ ସାମୁଦ୍ରିକ ଜୁଆର ମଧ୍ୟ ୨ ମିଟର ପାଖାପାଖି ରହିବ ବୋଲି ଆନୁମାନ କରିଛନ୍ତି ପାଣିପାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।


Headlines 02- ବାତ୍ୟା ପ୍ରଭାବରେ ଧାମରା, ପାରାଦୀପ, ରାଜନଗରରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ହେଉଛି । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଧାମରାରେ ବର୍ଷା ସହ ପବନ ହେଉଛି । ପାରାଦୀପ ଆକାଶ ମେଘାଚ୍ଛନ୍ନ ରହିଛି । କେନ୍ଦ୍ରାପଡ଼ା ରାଜନଗରରେ ମଧ୍ୟ ବର୍ଷା ଆରମ୍ଭ ହୋଇଥିବା ସୂଚନା ।


Headlines 03- ସୁଭଦ୍ରା ଯୋଜନାରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟ୍‌ରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିବାବେଳେ ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି । ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ନିଷ୍ପତ୍ତି ନିଆଯାଇଛି । ଏଯାବତ ମୋଟ୍‌ ୧ କୋଟି ୨ ଲକ୍ଷ ଆବେଦନ ଆସିଥିବା ସମୟରେ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଛନ୍ତି ।


Headlines 04- ଅତି ପ୍ରଭାବଶାଳୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ  ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୨୭ ତାରିଖରେ ଏହି ପରୀକ୍ଷା କରିବା ପାଇଁ ସ୍ଥିର କରାଯାଇଥିଲା। ଏବେ କେଉଁ ତାରିଖରେ ପରୀକ୍ଷା ହେବ ତାହା ଆସନ୍ତା ୭ ଦିନ ଭିତରେ ଜଣାପଡ଼ିବ ବୋଲି ଓପିଏସ୍‍ସି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏଥିଲାଗି ପ୍ରାର୍ଥୀଙ୍କୁ ଓପିଏସ୍‍ସିର ୱେବସାଇଟ୍‍ opsc.gov.in କୁ ଦେଖିବା ଲାଗି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 


Headlines 05- ବାତ୍ୟା ପାଇଁ ୪ଟି ପୋର୍ଟକୁ ବିପଦ ସଂକେତ ଜାରି କରାଯାଇଛି । ପୁରୀ ପାଇଁ ୧୦ ନମ୍ବର , ଗୋପାଳପୁର ବନ୍ଦର ପାଇଁ ୮ ନମ୍ବର, ଧାମରା ଓ ପାରାଦୀପ ପାଇଁ ୪ ନଂ ବିପଦ ସଂକେତ ଜାରି କରାଯାଇଛି । ଅନ୍ୟପଟେ ପଶୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ପଶୁଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ୧୯୬୨କୁ କଲ୍ କରିପାରିବେ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।


Headlines 06- ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ.ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ.ଆମର ଏକ ବହୁତ effective disaster management policy ଅଛି. ତେଣୁ  ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ  ଆପଣ ମାନେ ଭୟଭୀତ  ହୁଅନ୍ତୁ ନାହିଁ.  ସଜାଗ ରୁହନ୍ତୁ. ଜୀବନ ଅମୁଲ୍ୟ. ନିରାପଦ ରୁହନ୍ତୁ.ବାତ୍ୟା ମୁକାବିଲା ରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ


Headlines 07- ବାତ୍ୟା ଦାନାକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ଆଜି ସଂଧ୍ୟା ପୂର୍ବରୁ ବନ୍ଦରର ବର୍ଥରେ ଥିବା ସମସ୍ତ ଜାହଜରୁ ପଣ୍ୟ ପରିବହନ ଓ ଲୋଡିଂ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଆଜି ସୁଦ୍ଧା ଆଙ୍କରେଜରେ ଥିବା ଜାହାଜ ଗୁଡ଼ିକ ଆବଶ୍ୟକୀୟ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ଆଙ୍କରେଜରେ ଥିବ ଜାହାଜ ଗୁଡିକୁ ସମୁଦ୍ରର ସୁରକ୍ଷିତ ସ୍ଥାନରେ ଲଙ୍ଗର ପକାଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 


Headlines 08- ବାତ୍ୟା ଦାନା ସମୟରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ପାଖାପାଖି ୨୦୦ ଟ୍ରେନ ବାତିଲ କରିଦିଆଯାଇଛି। ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ମଧ୍ୟରେ ହାଓଡ଼ା-ସିକନ୍ଦରାବାଦ, ଶାଲିମାର-ପୁରୀ ସୁପରଫାଷ୍ଟ, ନୂଆଦିଲ୍ଲୀ-ଭୁବନେଶ୍ୱର ଏକ୍ସପ୍ରେସ, ହାଓଡ଼ା-ଭୁବନେଶ୍ୱର ଏକ୍ସପ୍ରେସ, ହାଓଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ନୂଆଦିଲ୍ଲୀର-ପୁରୀ ଏକ୍ସପ୍ରେସ, ଖଡ଼ଗପୁର-ଖୋର୍ଦ୍ଦା, ସମ୍ବଲପୁର-ପୁରୀ ଏକ୍ସପ୍ରେସ, ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ, ନୂଆଦିଲ୍ଲୀ-ପୁରୀ ଏକ୍ସପ୍ରେସ, ସମ୍ବଲପୁର-ପୁରୀ ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ସମେତ ୨୦୦ ଟ୍ରେନ ବାତିଲ ହୋଇଛି। 


Headlines 09- କେନ୍ଦୁଝରରୁ ଦୁଃଖଦ ଅଘଟଣ ସାମ୍ନାକୁ ଆସିଛି । ପୋଖରୀରେ ବୁଡ଼ି ମାଆ, ପୁଅ ଓ ଝିଅ ମୃତ୍ୟୁବରଣ କରିଛନ୍ତି । ଘଟଗାଁ ଥାନା ପାଣୁପଶି ଗାଁରେ ଏଭଳି ଘଟଣା ଘଟିଛି । ବୁଡ଼ି ଯାଉଥିବା ପୁଅ, ଝିଅଙ୍କୁ ବଞ୍ଚାଇବାକୁ ଯାଇ ମାଆଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ବର୍ଷର ପୁଅ, ୫ ବର୍ଷର ଝିଅ ସହ ମା ରହିଛନ୍ତି । ଗାଁରେ ଶୋକାକୁଳ ପରିବେଶ ଖେଳିଯାଇଛି ।


Headlines 10- ବାତ୍ୟା ଦାନାର ପ୍ରଭାବ ୪ ଜିଲ୍ଲାରେ ବେଶି ରହିବ କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ । ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଅନ୍ୟ ପାଶ୍ବବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ । ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ସହ ୬୦-୮୦ ବେଗରେ ପବନ ବହିବ ।


Also Read- Ahoi Ashtami 2024: ମହାଲକ୍ଷ୍ମୀ ରାଜଯୋଗ ପ୍ରଭାବ, ୨୪ ଅକ୍ଟୋବରରୁ ଫିଟିବ ୩ ରାଶିର ଭାଗ୍ୟ