Top 10 News Today:


COMMERCIAL BREAK
SCROLL TO CONTINUE READING

Headlines 01- ବ୍ରାଜିଲରେ ବ୍ୟାନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ଶନିବାର ବ୍ରାଜିଲ ସରକାର  'X' ଉପରେ ଏହି କଟକଣା ଲଗାଇଛନ୍ତି । ଆଜିଠାରୁ ଦେଶରେ ଆଉ କାମ କରୁନାହିଁ ଏକ୍ସ । ଦୀର୍ଘ ଦିନ ଧରି ବ୍ରାଜିଲର ସୁପ୍ରିମକୋର୍ଟ ଏବଂ TESLA ସିଇଓ ଏଲୋନ୍ ମସ୍କଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ଡେଡ୍‌ଲାଇନ ଜାରି କରିଥିଲେ। କିନ୍ତୁ 'ଏକ୍ସ' ପକ୍ଷରୁ ବ୍ରାଜିଲରେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନ ଥିବାରୁ ଜଷ୍ଟିସ୍‌ ଆଲେକଜାଣ୍ଡର ଡି' ମାରିଆସ ଦେଶବ୍ୟାପୀ ଏକ୍ସକୁ ବ୍ୟାନ୍‌ କରିବା ପାଇଁ ଆଦେଶ ଜାରି କରିଛନ୍ତି।


Headlines 02- ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନୂଆ ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମନୀଷ କହିଛନ୍ତି ଯେ, ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଲେ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ ବିଜେପି । ଆପ୍ ସମସ୍ତ ୭୦ଟି ଆସନ ଦଖଲ କରିବ । ରାଜେନ୍ଦ୍ର ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ପଦଯାତ୍ରାରେ ଯୋଗଦେଇ ବିଜେପିକୁ ଏପରି ଟାର୍ଗେଟ୍ କରିଛନ୍ତି ମନୀଷ ସିସୋଦିଆ । ଏଥିସହ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ମାମଲାରେ ଜେଲରେ ଫଶାଇଇଛି ।


Headlines  03- ସେପ୍ଟେମ୍ୱର ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଝଟ୍‌କା । ପୁଣି ଥରେ ବଢ଼ିଛି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର । କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ପିଛା ୩୯ ଟଙ୍କା ବୃଦ୍ଧି ପାଇଛି । ଏହାକୁ ନେଇ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।


Headlines 04- ବାର୍ଡ ଫ୍ଲୁ ନେଇ ସାରା ରାଜ୍ୟରେ ଭୟ ଦେଖିବାକୁ ମିଳିଛି । ପିପିଲି ପରେ ବର୍ତ୍ତମାନ ଡେଲାଙ୍ଗରେ ବାର୍ଡ ଫ୍ଲୁ ଆତଙ୍କ ଖେଳିଯାଇଛି ।  ଏକ କୁକୁଡା ଫାର୍ମରେ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁ । ଚିହ୍ନଟ ପରେ ୩୨୦୦ କୁକୁଡ଼ା ମରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।


Headlines 05- ରାୟଗଡ଼ା କାଶୀପୁର ଜେଇ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରୁ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ  । ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ରେଡ୍ କରିବା ପରେ ମିଳିଛି ମୋଟ ୧୪ ଲକ୍ଷ ୮୧ ହଜାର ଟଙ୍କା । ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ଜେଇ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ।


Headlines 06- ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ଆଜି ଭୋର ୪ ଟା ସମୟରେ ହୃତଘାତରେ ପରଲୋକ ହୋଇଯାଇଛି। ମୃତ ସମୟରେ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ୧୯୮୦ ରୁ ୧୯୮୫ , ୫ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ହୋଇ ସମ୍ବଲପୁରର ଅନେକ ଜନ ହିତକର ଯୋଜନାରେ କାମ କରିଥିଲେ। ସେ ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ବିଧାୟକ ରହିଥିଲେ।


Headlines 07-  ଫିକା ପଡିବ ଦୁର୍ଗାପୂଜା ଭସାଣି । କାରଣ ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରିଛି ପୋଲିସ । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ସିପି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୪ ତାରିଖ ଦିନ ଭସାଣି ଏବଂ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ପାଇଁ ଅନୁମତି ମିଳିଛି । ଭସାଣି ଶୋଭାଯାତ୍ରା ଦିନ ମୋଟ ୬ଟି ବକ୍ସ ବଜାଇବାକୁ ଅନୁମତି ମିଳିଥିବା ସମୟରେ ଡିଜେକୁ ମନା କରାଯାଇଛି ।


Headlines 08- ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବାବଦରେ ଦେଇଥିବା ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ପକ୍ଷରୁ ମୁଖପାତ୍ର ସ୍ମୃତିରଞ୍ଜନ ଲେଙ୍କା ଏକ ପ୍ରେସମିଟ୍ କରି କହିଛନ୍ତି ଯେ, ନାଁ ପରିବର୍ତ୍ତନ କରି ଦେଶର ଇତିହାସ ପରିବର୍ତ୍ତନ ପାଇଁ ଚେଷ୍ଟା କରାଯାଉଛି । ଛାତ୍ରଛାତ୍ରୀଙ୍କ ଭାବାବେଗ ସହ ଖେଳିବାକୁ ଚେଷ୍ଟା କଲେ ପରିସ୍ଥିତି ଭୟଙ୍କର ହେବ । ଅନ୍ୟପଟେ ନାଁ ବଡ଼ ନୁହେଁ କାମ ବଡ଼ ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।


Headlines 09- ରାଜଧାନୀରୁ ପୁଣି ଜବତ ହେଲା ଧଳାଜହର । ଡିଲ୍‌ କରିବା ସମୟରେ ଅବକାରୀ ପୋଲିସ ପହଞ୍ଚି ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ୩ଜଣଙ୍କୁ ଗିରଫ କରିଛି । ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରେ ଏହି ଡିଲ୍ ଚାଲିଥିବା ପୋଲିସ ବିଶେଷ ସୁତ୍ରରୁ ଜାଣିବାକୁ ପାଇଥିଲା ।


Headlines 10- ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା'। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସେପ୍ଟେମ୍ୱର ୫ ତାରିଖ ପର୍ଯ୍ୟନ୍ତ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ବଙ୍ଗୋପସାଗରରେ ଅବପାତ ପ୍ରଭାବରୁ ବର୍ଷାର ପରିମାଣ ବଢିବ । ଏନେଇ ଆସନ୍ତାକାଲି ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।


Also Read- Weekly Family Horoscope: ନୂଆ ସପ୍ତାହରେ ୫ ରାଶିକୁ ମିଳିବ ପାରିବାରିକ ସୁଖ


Also Watch- Video: ବିଷଧର ସାପ ସହ ଏପରି କଲେ ଯୁବକ, ଭିଡିଓ ଭାଇରାଲ୍