Advertisement
Photo Details/zeeodisha/odisha2409830
photoDetails0hindi

Weekly Family Horoscope: ନୂଆ ସପ୍ତାହରେ ୫ ରାଶିକୁ ମିଳିବ ପାରିବାରିକ ସୁଖ

Weekly Family Horoscope: ପାରିବାରିକ ଜୀବନରେ ଅନେକ ଝଡଝଞ୍ଜା ଆସିଥାଏ । ତେବେ ସେପ୍ଟେମ୍ୱର ୦୨ତାରିଖରୁ ସପ୍ତାହେ ପର୍ଯ୍ୟନ୍ତ ଏହି ରାଶିର ପାରିବାରିକ ଜୀବନ ମଙ୍ଗଳମୟ ହେବ ।

1/6

ବୃଷ ରାଶି

ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ । ପରିବାର ସଦସ୍ୟଙ୍କ ସହ ଥିବା ମନୋମାଳିନ୍ୟ ଦୂର ହେବ । ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କାର୍ଯ୍ୟ ହୋଇପାରେ । ଘରକୁ ଅତିଥିଙ୍କ ଆଗମନ ହେବ ।

2/6

ମିଥୁନ ରାଶି

ପାରିବାରିକ କଳହର ସମାଧାନ ହେବ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାର ସଦସ୍ୟଙ୍କ ସହଯୋଗ ଆପଣଙ୍କୁ ମିଳିବ । ବାପା, ମାଆ, ଭାଇ, ଭଉଣୀଙ୍କ ସହ ଏକ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି ।

3/6

ସିଂହ ରାଶି

ପରିବାର ସଦସ୍ୟଙ୍କୁ ନେଇ ଥିବା ଚିନ୍ତା ଦୂର ହେବ । ଘରେ ହସ ଖୁସିର ପରିବେଶ ରହିବ । ନୂଆ ସୁସ୍ୱାଦୁ ଖାଦ୍ୟର ମଜା ନେବେ । କେହି ଦୂର ସମ୍ପର୍କୀୟ ଘରକୁ ଆସିପାରନ୍ତି । ପିଲାମାନଙ୍କ ସହିତ ସମୟ ବିତାଇବେ ।

4/6

ବିଛା ରାଶି

ପୂରା ସପ୍ତାହଟି ଆପଣଙ୍କୁ ପାରିବାରିକ ସୁଖ ମିଳିବ । ବୟସ୍କ ବ୍ୟକ୍ତିମାନେ ନାତି, ନାତୁଣୀଙ୍କ ସହ ସମୟ ବିତାଇବେ । ନବ ବିବାହିତ ବ୍ୟକ୍ତି ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି । ପରିବାରରେ ଗଣେଶ ପୂଜା କରିବା ପାଇଁ ଯୋଜନା କରିବେ ।

5/6

ମକର ରାଶି

ପରିବାର ସଦସ୍ୟଙ୍କ ସହ ଆପଣଙ୍କର ଅତ୍ୟନ୍ତ ସୁସମ୍ପର୍କ ସ୍ଥାପନ ହେବ । ଆପଣଙ୍କ ପ୍ରତିଟି କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିବ । ଆପଣଙ୍କୁ ପରିବାର ବରିଷ୍ଠ ସଦସ୍ୟ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିବେ ।

6/6

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)