Top 10 News Today:


COMMERCIAL BREAK
SCROLL TO CONTINUE READING

01- ଆଜି ୧୧୨ ତମ ଥର ପାଇଁ ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 'ମନ କି ବାତ'ରେ କହିଛନ୍ତି ଯେ ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଲିମ୍ପିକ୍ସ ଆମ ଖେଳାଳୀମାନଙ୍କୁ ବିଶ୍ୱ ସ୍ତରରେ ତ୍ରିରଙ୍ଗା ଉଠାଇବା ଏବଂ ଦେଶ ପାଇଁ କିଛି କରିବାର ସୁଯୋଗ ମିଳିଛି। ଆପଣମାନେ ଖେଳାଳୀଙ୍କୁ ଉତ୍ସାହିତ କରିବା ଉଚିତ୍। ଏଥିସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, 'ଅହୋମ ସାମ୍ରାଜ୍ୟ ୧୩ ତମ ଶତାବ୍ଦୀର ଆରମ୍ଭରୁ ୧୯ ତମ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଚାଲିଥିଲା। ଏକ ସାମ୍ରାଜ୍ୟ ପାଇଁ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚିବା ଏକ ବଡ଼ କଥା। ବୋଧହୁଏ ଅହୋମ ସାମ୍ରାଜ୍ୟର ନୀତି ଏବଂ ବିଶ୍ୱାସ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଏହି ରାଜବଂଶକୁ ଏତେ ଦିନ ପର୍ଯ୍ୟନ୍ତ ବଜାୟ ରଖିଥିଲା।‘ମନ୍‌ କି ବାତ୍‌’ରେ ସମ୍ବଲପୁର ଶାଢ଼ିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ହସ୍ତକାରିଗରି ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି
। ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ ।


02- ଦ୍ୱିତୀୟ ଦିନରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉପସ୍ଥିତ ଥିଲେ ।


03- ଆଜି ରବିବାର ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ସକାଳ ୯.୩୦ ରେ ୭ ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପର୍ଯ୍ୟାୟକ୍ରମେ ଆଉ ମୋଟ ୨୦ ଟି ଗେଟ୍ ଖୋଲାଯାଇଛି। ଅନ୍ୟପଟେ ନଦୀକୂଳକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାନଦୀରେ ୩ଲକ୍ଷ କ୍ୟୁସେକ୍ ରୁ ଅଧିକ ଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳକୁ ମଧ୍ୟ ସତର୍କ କରାଯାଇଛି ।


04- ଓଡ଼ିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ପ୍ରାୟ ୨୦୦୦ ବିଏସଏଫ୍ ଯବାନଙ୍କୁ ଜମ୍ମୁ କାଶ୍ମୀର ଅଞ୍ଚଳରେ ମୁତୟନ କରାଯିବ। ଭାରତ ପାକ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ସେନା ବାହିନୀ ନିଷ୍ପତ୍ତି ନେଇଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଅନୁପ୍ରବେଶ ଏବଂ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଆଖିଆଗରେ ରଖି ସମ୍ଭବତଃ ଏଭଳି ରଣନୀତି ଗ୍ରହଣ କରାଯାଇଛି। ପ୍ରାରମ୍ଭିକ ଭାବେ ଜମ୍ମୁରେ ରିଆସି, କାଠୁଆ, କିଷ୍ଟୱାର ଅଞ୍ଚଳରେ ଅତିରିକ୍ତ ଯବାନ ମୁତୟନ ହେବେ।


05- ବଦଳିଲେ ଦେଶର ୧୦ ରାଜ୍ୟର ରାଜ୍ୟପାଳ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବିଳମ୍ବିତ ରାତିରେ ନୂତନ ରାଜ୍ୟପାଳ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି । ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ଆସାମ, ମେଘାଳୟ ଓ ସିକ୍କିମକୁ ମିଳିଛି ନୂଆ ରାଜ୍ୟପାଳ ।


06- ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ । ପ୍ରାଥମିକ ଯାଞ୍ଚ ସରିଛି, ଆଗକୁ  ASI ମରାମତି କାର୍ଯ୍ୟ ଆରମ୍ଭ କରିବ ବୋଲି ମନ୍ତ୍ରୀ କହିଛନ୍ତି । ‘SOPରେ କିଛି ସଂଶୋଧନର ଆବଶ୍ୟକ ଥିଲା ବର୍ତ୍ତମାନ ସେନେଇ ନିଷ୍ପତ୍ତି ହୋଇ ସାରିଛି ବୋଲି ମନ୍ତ୍ରୀ କହିଛନ୍ତି । ମହାପ୍ରଭୁଙ୍କ ରିତିନୀତିରେ ଯେପରି ଅସୁବିଧା ନ ହୁଏ ତାହାକୁ ଗୁରୁତ୍ବ ମଧ୍ୟ ଦିଆଯିବ ।


07-- ଓଡ଼ିଶା ପରେ ଅଗ୍ନିବୀର ଫେରନ୍ତାଙ୍କ ଲାଗି ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବା ଲାଗି ଘୋଷଣା କରିଛନ୍ତି ରାଜସ୍ଥାନ, ଆସାମ ଏବଂ ଅରୁଣାଚଳ ପ୍ରଦେଶ। ୨୬ ତାରିଖରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ ଓ ଛତିଶଗଡ଼ ସରକାର ଏହି ସୁବିଧା ଘୋଷଣା କରିଥିଲେ। ଏହା ପୂର୍ବରୁ ହରିୟାଣା ଓ ଉତ୍ତରାଖଣ୍ଡ ପକ୍ଷରୁ ଆରକ୍ଷଣ ସୁବିଧା ଘୋଷଣା କରାଯାଇଛି। 


08- ରାଜ୍ୟରେ ବର୍ତ୍ତମାନ ଆଳୁର ଅଭାବ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେ ସମସ୍ତ ବଜାରରେ ଆବଶ୍ୟକ ପରିମାଣର ଆଳୁ ମହଜୁଦ ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି । କିନ୍ତୁ ଅନ୍ୟପଟେ ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ ଆଳୁ ୪୦ରୁ ୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।


09- ପ୍ୟାରିସ୍ ଅଲିମ୍ପିକରେ ସୁଟିଂରେ ଭାରତୀୟ ସୁଟରଙ୍କ କମାଲ ଦେଖିବାକୁ ମିଳିଛି । ମନୁ ଭାକରଙ୍କ ପରେ ରମିତା ଜିନ୍ଦଲ ୧୦ ମିଟର ଏୟାର ରାଇଫଲ ଫାଇନାଲରେ ପହଞ୍ଚିଛନ୍ତି । ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଖୁବ ଭଲ ପ୍ରଦର୍ଶନ କରିବା ପରେ ରମିତାଙ୍କୁ ମିଳିଛି ଫାଇନାଲ ଟିକେଟ୍ ।


10- ଜୁଲାଇ ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ ଏନେଇ ସୂଚନା ଦେଇଛନ୍ତି । ୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇ ୩୧ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।


Also Read- Miss Universe Odisha: ମିଠା ହସରେ ମନ ଜିଣୁଛନ୍ତି ଅଲିଶା ସାମନ୍ତରାୟ