Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ସ୍ପେଡେକ୍ସ ମିଶନ ଲଞ୍ଚ୍ କରି ନୂଆ କୀର୍ତ୍ତିମାନ ରଚୁଛି ଇସ୍ରୋ । ମହାକାଶରେ ଦୁଇଟି ସ୍ପେଶ୍ କ୍ରାଫ୍ଟକୁ ଯୋଡ଼ିବା ପାଇଁ ପ୍ରଥମ ଥର ଇସ୍ରୋ ପକ୍ଷରୁ କରାଯାଉଛି ସ୍ପେଶ୍ ଡକିଂ । ଯାହାକୁ ନେଇ ଇସ୍ରୋର ବୈଜ୍ଞାନିକମାନଙ୍କ ସମେତ ସାରା ଦେଶବାସୀ ଉତ୍ସାହିତ ଅଛନ୍ତି । 


Headlines 02- ଯୁକ୍ତରାଷ୍ଟ୍ର ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ନିଧନ ହୋଇଛି । ଜର୍ଜିଆ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜିମି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି । ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଜିମି କାର୍ଟର ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ନିରନ୍ତର ପରିଶ୍ରମ କରିଥିଲେ।


Headlines 03- ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାକୁ ଯାଉଛି । ରାଜ୍ୟର ସାଢ଼େ ୩ କୋଟି ସଦସ୍ୟଙ୍କୁ ସାମିଲ୍ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।


Headlines 04- ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ । ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଶେଷ ତାରିଖ ଡିସେମ୍ବର ୨୯କୁ ବଢାଯାଇ ଜାନୁଆରୀ ୧ କରାଯାଇଛି । ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି ।


Headlines 05- ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ହିତାଧିକାରୀଙ୍କୁ ଦେଇଛନ୍ତି ବଡ଼ ଅପଡେଟ। ୨୦୨୫ ମସିହାରେ ତିନି ଥର ସୁଭଦ୍ରା ରାଶି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି କି ୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ। ଆସନ୍ତା ବର୍ଷ ତିନୋଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦିଆଯିବ। ଜାନୁଆରୀ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ସେହିପରି ମାର୍ଚ୍ଚ ୮ ତାରିଖରେ ଏକସଙ୍ଗେ ଦ୍ୱିତୀୟ କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ରାଖୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି। 


Headlines 06- ଆଜି ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ହିଞ୍ଜିଳିକାଟୁ ବୁଲିବା ଅବସରରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଧାନ ଦେଖିବା ସମୟରେ ନବୀନଙ୍କୁ ନିଜ ଦୁଃଖ ଜଣାଇଛନ୍ତି ଚାଷୀ । ଚାଷୀଙ୍କ ସହ ଆଲୋଚନା ପରେ ନବୀନ କହିଥିଲେ ଯ, ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ତେଣୁ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ।


Headlines 07- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୁଲୁ ନାମକ ସିମ୍ପାଞ୍ଜିର ୩୬ ବର୍ଷ ବୟସରେ ମୃତ୍ୟୁ ହୋଇଛି । ୧୯୮୮ ମସିହାରେ ସିଙ୍ଗାପୁରରେ ଜନ୍ମ ଗ୍ରହଣ କରିଥିଲା ଜୁଲୁ । ୧୯୯୪ ମସିହାରେ ନନ୍ଦନକାନନକୁ ଆସିଥିଲା । ରବିବାର ନନ୍ଦନକାନନରେ ଗୋଟିଏ ସିମ୍ପାଜୀ ଶାବକ ଜନ୍ମ ଖବର ଖୁସି ଆଣିଦେଇଥିବା ସମୟରେ ଜୁଲୁର ମୃତ୍ୟୁ ପରେ ବର୍ତ୍ତମାନ ସିମ୍ପାଞ୍ଜି ସଂଖ୍ୟା ୭ ହୋଇଛି ।


Headlines 08- ରାଜ୍ୟରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ ଘଟଣା ବଢ଼ି ଚାଲୁଛି ଓ ସେମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଦାୟର ହେବା ପରେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିବାକୁ ଟାଳ ଟୁଳ ନୀତି ଅବଲମ୍ବନ କରୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଶଙ୍ଖଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର ଏକଥା କହିଛନ୍ତି ।


Headlines 09- ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ନୂଆ ଉପହାର ଆଣିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଏବଂ  ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଯାତ୍ରୀମାନେ ଏହି ନୂତନ ଉପହାର ପାଇବେ। ଏହା ହେଉଛି ଭାରତର ବିଭିନ୍ନ ସହରକୁ ଏହି ଦୁଇ ବିମାନ ବନ୍ଦରକୁ ସ୍ୱତନ୍ତ୍ର ଯୋଗାଯୋଗ ବ୍ୟବସ୍ଥା। ଏହିକ୍ରମରେ ସମସ୍ତ ପ୍ରକ୍ରିୟା ଶେଷ ହୋଇ ଯାତ୍ରା ଦିନ ସ୍ଥିର କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Headlines 10- ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୋମବାର ଓ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ସହିତ କେନ୍ଦୁଝର, ମୟୂରଭଞ୍ଜର କିଛି ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିବ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପାଗ ସୁଖିଲା ରହିବ। ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶାକୁ ନାହିଁ। ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହୋଇପାରେ। ସେହିପରି ନୂଆ ବର୍ଷ ପରେ ଶୀତର ମାତ୍ରା ବଢିବ।


Also Read- ନୂଆବର୍ଷରେ ପୁରୀ ଯାଉଛନ୍ତି କି? ତେବେ ଜାଣିରଖନ୍ତୁ ଟ୍ରାଫିକ କଟକଣା


Also Read- Rahu Budh Yuti: ନୂଆ ବର୍ଷରେ ରାହୁ-ବୁଧ ସଂଯୋଗ, ଚମକିବେ ୩ ରାଶିର ବ୍ୟକ୍ତି