Top 10 News Today


COMMERCIAL BREAK
SCROLL TO CONTINUE READING

Headlines 01- ଘର ଓ ଖତ ଗଦାରୁ ବିଡ଼ାବିଡ଼ା ଟଙ୍କା ଜବତ ହୋଇଛି । ଘଟଣାଟି ବାଲେଶ୍ୱର ଜଳେଶ୍ୱର କମର୍ଦ୍ଦା ଥାନା ବଡ଼ମଣ୍ଡାରୁଣି ଗାଁରେ ଦେଖିବାକୁ ମିଳିଛି । ହାଇଦ୍ରାବାଦ ପୋଲିସ ଉଭୟ ମାଆ ଓ ପୁଅଙ୍କୁ ଅଟକ ରଖିଛି । ହାଇଦ୍ରାବାଦର ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରୁ ୨୧ ଲକ୍ଷ ଚୋରି ଘଟଣାରେ ଛାନଭିନ୍ କରାଯାଉଛି । ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରୁ ଟଙ୍କା ଚୋରି କରି ଶାଳକ ହାତରେ ଭିଣୋଇ ପଠାଇଥିଲେ ।


Headlines 02- ଖୁବ୍‌ଶୀଘ୍ର ଦୁଗ୍ଧ ଚାଷୀଙ୍କ ଡିବିଟି ଲାଗୁ କରାଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଆକାଉଣ୍ଟକୁ ଯିବ ଟଙ୍କା । ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ମନ୍ତ୍ରୀ କହିଛନ୍ତି ।


Headlines 03- ଛତିଶଗଡ଼ରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। କୁମ୍ବିଂ ଅପରେସନ୍ ବେଳେ ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ମାଓବାଦୀ। ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଶନିବାର ଏହି ଗୁଳିବିନିମୟ ଘଟିଛି। ଘଟଣାସ୍ଥଳରେ ଯବାନମାନେ ଏକ ମାଓବାଦୀ ଶିବିର ଠାବ କରିବା ସହିତ ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ଜବତ କରିଛନ୍ତି। ଅପରାହ୍ନ ସୁଦ୍ଧା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି। ଏହି ଘଟଣାରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏୟାର ଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। 


Headlines 04- ଉତ୍ତରପ୍ରଦେଶର ବିଜନୌରରୁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି। ଆଜି ଭୋର ସମୟରେ ବିଜନୌରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି।ଏହି ଦୁର୍ଘଟଣାରେ ନବବିବାହିତ ବରକନ୍ୟାଙ୍କ ସମେତ ବରର ସମ୍ପର୍କୀୟମାନେ ରହିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ବର, କନ୍ୟା, ବରର ମାଉସୀ ଏବଂ ଭାଇଙ୍କ ସମେତ ୭ ଜଣ ଅଛନ୍ତି। ସେପଟେ ୨ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି।


Headlines 05- ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବାକୁ ଯୋଜନା କରାଯିବା ପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଦୈନିକ ୪ ଟନ୍ ଘିଅ ଆବଶ୍ୟକ ଏବଂ ତାହାକୁ ରିହାତି ଦରରେ ଯୋଗାଇଦିଆଯିବ । ଓମ୍‌ଫେଡ୍‌ର ଦୈନିକ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ କ୍ଷମତା ରହିଛି । ଆବଶ୍ୟକ ହେଲେ ସବୁ ମନ୍ଦିରକୁ ଘିଅ ଯୋଗାଇବାକୁ ପ୍ରସ୍ତୁତ ରହିଥିବା କଥା ମନ୍ତ୍ରୀ କହିଛନ୍ତି ।


Headlines 06- ସିଙ୍ଗାପୁର ଗସ୍ତ ପୂର୍ବରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ଗଣ ମାଧ୍ୟମକୁ ମୁଖ୍ୟମନ୍ତ୍ରୀ ବିବୃତ୍ତି ଦେଇ କହିଛନ୍ତି ଯେ, ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ Investors’ Meet। ମୋର ପୁରା ବିଶ୍ୱାସ ଯେ ଏ ଯାତ୍ରା ନିଶ୍ଚୟ ସଫଳ ହେବ। ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ, ବିଜିନେସ କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭାରତର ବିକାଶର କାହାଣୀରେ ଓଡିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି।


Headlines 07- ଶୁକ୍ରବାର ବିଳମ୍ବିତ ରାତିରେ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ନ୍ୟୁ ବର୍ଣ୍ଣ ଚାଇଲ୍ଡ ଇଣ୍ଟେନ୍ସିଭ କେୟାର ୟୁନିଟ୍ (SNCU) ରେ ଘଟିଥିବା ଅଗ୍ନିକାଣ୍ଡରେ ଦଶ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ୱାର୍ଡରେ ନିଆଁ ଲାଗିଥିବା ୫୫ ନବଜାତ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରାୟ ୧୫ଟି ଅଗ୍ନିଶମ ଇଞ୍ଜିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିଶୁମାନଙ୍କୁ ଝରକା କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା।


Headlines 08- ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୩୧ ଜାନୁଆରୀ ୨୦୨୫ ଯାଏଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ଯାହା ୨୨ ନଭେମ୍ବରରେ ସରୁଥିଲା ।


Headlines 09- ରେଢ଼ାଖୋଲରେ ଜିଲ୍ଲାପରିଷଦଙ୍କୁ ତହସିଲଦାର ଓ ଅମିନଙ୍କ ଦୁର୍ବ୍ୟବହାର ଘଟଣାରେ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ହସ୍ତକ୍ଷେପ ପରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୧୩ରେ ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପରିଷଦଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା


Headlines 10- ଆଭ୍ୟନ୍ତରିଣ ଓଡି଼ଶାରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ପାଗ ମୁଖ୍ୟତ ଶୁଖିଲା ରହିବ।  ପାଣିପାଗ ବିଭାଗର ତାଜା ସୂତନା ଅନୁସାରେ,  ୧୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପଶ୍ଚିମ ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଯାହା  ୨୧ ଓ ୨୨ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଯାହା ଫଳରେ ୨୪ ତାରିଖଠାରୁ ଓଡ଼ିଶାରେ ପାଗ ମେଘୁଆ ରହିବ।


Also Read- Weekly Lucky Zodiac Sign: ୧୮ରୁ ୨୪ ନଭେମ୍ୱର ମଧ୍ୟରେ ୫ ରାଶିକୁ ଶୁଭଫଳ