Top 10 News: ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି, ଲାଞ୍ଚ ନେଇ ଧରାପଡିଲେ ପ୍ରିନସପାଲ୍ ସହ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Top 10 News Today:
ଅତିରିକ୍ତ ବଜେଟରେ ୧୨ ହଜାର ୧୫୬ କୋଟି ଟଙ୍କା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଆଜି ୨୦୨୪-୨୫ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋଟ ୧୨୧୫୬ କୋଟ ଟଙ୍କା ଅତିରିକ୍ତି ବ୍ୟୟବରାଦ କରିଛନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରହିଥି ଏହି ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ କରାଯାଇଛି। ପ୍ରଶାସନିକ ବ୍ୟୟ, କାର୍ଯ୍ୟକ୍ରମ ବ୍ୟୟ, ବିପର୍ଯ୍ୟ ପ୍ରଶମନ ପାଣ୍ଠି, ରାଜ୍ୟ ବଜେଟରୁ ଏହି ବ୍ୟୟ ବଜେଟ ସ୍ଥାନାନ୍ତାର କରାଯାଇଛି। କାର୍ଯ୍ୟକ୍ରମ ବାବଦରେ ୧୦୧୫୫ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ସେହିପରି ପ୍ରଶାସନିକ ବ୍ୟୟ ବାବଦରେ ୧୬୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ସୁଜାତା ପାଣ୍ଡିଆନଙ୍କ ଛୁଟି ଆବେଦନ ଖାରଜ
ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା। ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’୩୧ରୁ ୬ମାସ ଛୁଟିରେ ପଳାଇଥିବା ସୁଜାତା ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବୃଦ୍ଧି ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି। ଏହାସହିତ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ସୁଜାତା ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ,ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ।
ଆସୁଛି ଫେଙ୍ଗଲ
ସାମୁଦ୍ରିକ ଝଡ଼ ଫେଙ୍ଗଲକୁ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।ଫେଙ୍ଗଲ ପ୍ରଭାବରେ ପ୍ରବଳ ପବନ ଅନେକ ଅଞ୍ଚଳରେ ବିପଦ ସୃଷ୍ଟି କରିପାରିବା ନେଇ ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଅଛି | ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏ ସମ୍ପର୍କରେ ଚେତାବନୀ ଦେଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଚାପ କ୍ଷେତ୍ର ଗଭୀର ଚାପରେ ପରିଣତ ହେଲା। ନଭେମ୍ବର ୨୭ରେ ଏହା ଏକ ଘୂର୍ଣ୍ଣିବଳୟ ଝଡ଼ରେ ଆହୁରି ତୀବ୍ର ହେବ। ଏହି ସାଇକ୍ଲୋନିକ୍ ଝଡର ନାମ 'ଫେଙ୍ଗାଲ୍' ରଖାଯାଇଛି। ଏହା ପରେ ଆସନ୍ତା ୨ ଦିନ ମଧ୍ୟରେ ଶ୍ରୀଲଙ୍କା ଉପକୂଳରେ ତାମିଲନାଡୁ ଉପକୂଳ ଆଡକୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହେବ। ଆହୁରି ମଧ୍ୟ, ନଭେମ୍ବର ୨୯ ରୁ ପଶ୍ଚିମ ହିମାଳୟ ଅଞ୍ଚଳରେ ଏକ ନୂତନ ପାଶ୍ଚାତ୍ୟ ଝଡ଼ ପହଞ୍ଚିବାର ସମ୍ଭାବନା ଅଛି।
ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ
ଡିସେମ୍ବର ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ଆଜି କାର୍ଯ୍ୟନିର୍ଘଣ୍ଟ ପ୍ରକାଶ ପାଇଛି। ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲିପଡ଼ିଛି। ଏଥିପାଇଁ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ ।
‘ଦାନା’ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍
ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି।
ଆସିଲା ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ
ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଅର୍ଥାତ୍ ୨୦୨୫ ମାର୍ଚ୍ଚ ୭ ହେଉଛି ପ୍ରଥମ କିସ୍ତି ଆବେଦନର ଡେଡଲାଇନ ବା ଶେଷ ତାରିଖ। ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିଯିବ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହୋଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହୋଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ସୁଲଭ ଆବାସ ସମ୍ପର୍କିତ କର୍ମଶାଳାରେ ଯୋଗଦେଲେ ଉଷା ପାଢୀ
ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଦକ୍ଷିଣ କୋରିଆ ସିଓଲଠାରେ ସୁଲଭ ଆବାସ ସମ୍ପର୍କରେ ଏକ ଚାରି ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି। ଏହି ସମ୍ମାନ ଜନକ ଆନ୍ତର୍ଜାତିକ କର୍ମଶାଳାରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଭାରତ ସରକାରଙ୍କ ପକ୍ଷରୁ ଯୋଗଦେଇଛନ୍ତି। ଏ ନେଇ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଶ୍ରୀମତୀ ପାଢ଼ୀଙ୍କୁ ମନୋନୀତ କରାଯାଇଛି।
ଆରମ୍ଭ ହେଲା ଶୀତ ଅଧିବେଶନ
ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କ୍ରୀୟାଶୀଳ ହୋଇଛନ୍ତି। ଗୃହର ମଧ୍ୟ ଭାଗରେ ବିରୋଧ ପ୍ରଦର୍ଶନ ଓ ନାରାବାଜୀ ହେତୁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। ପ୍ରଥମ ଦିନରେ ଦୁଇ ଦୁଇ ଥର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ଆରମ୍ଭରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଗୃହର ଦିବଂଗତ ପୂର୍ବତନ ସଦସ୍ୟଙ୍କ ପାଇଁ ଶୋକପ୍ରସ୍ତାବ ଆଗତ କରିଥିଲେ।
ଲାଞ୍ଚ ନେଇ ଧରାପଡିଲେ ପ୍ରିନ୍ସପାଲ
ଭିଜିଲାନ୍ସ ଜାଲରେ ନୟାଗଡ ଦଧିବାମନ ଜୀଉ ଯୁକ୍ତ ୩ ମହାବିଦ୍ୟାଳୟର ପ୍ରିନ୍ସପାଲ ନଳିନୀ ରଞ୍ଜନ ଭୁୟାଁ । ସମାନ କଲେଜର ଜଣେ କର୍ମଚାରୀଙ୍କ ବାକି ଥିବା ୫ ଲକ୍ଷରୁ ଅଧିକ ଟଙ୍କାର ଏରିଅର ଦରମା ରିଲିଜ୍ କରିବା ନେଇ ସେ ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସ ଅଧିକାରୀଙ୍କୁ ସୂଚନା ଦେବାପରେ ଯୋଜନା ମୁତାବକ ଚଢାଉ କରାଯାଇଥିଲା । ଭିଜିଲାନ୍ସ ଟିମ୍ ୧ ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରିନ୍ସପାଲଙ୍କୁ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଚାଲିଛି ।
ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି- ଜିଲ୍ଲାପାଳ
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ କହିଛନ୍ତି ଯେ, 'ମରାମତି ବେଳେ ନୀତିକାନ୍ତି ଓ ଦର୍ଶନରେ ଅସୁବିଧା ନ ହେବ ଗୁରୁତ୍ବ ଦିଆଯିବ' 'କେଉଁ ସମୟରେ ମରାମତି, କେତେ ସମୟ କାର୍ଯ୍ୟ ଚାଲିବ ଖସଡ଼ା ହେବ', ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ କମାଣ୍ଡରଙ୍କୁ ନେଇ କମିଟି ହୋଇଛି’
Also Read- Gold price: ବାହାଘର ସିଜିନରେ ୪୨୩୦ ଟଙ୍କା ଶସ୍ତା ହେଲା ସୁନା
Also Read- Lakshmi Narayan Yoga 2025: ମୀନ ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ, ୩ ରାଶି ପାଇଁ ଅତ୍ୟନ୍ତ ଶୁଭ