Shukra Budh Yuti 2025: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସୁଖ ପ୍ରଦାନକାରୀ ଗ୍ରହ ଶୁକ୍ର ଜାନୁଆରୀ ୨୮ ରେ ମୀନ ରାଶିରେ ଚଳନ କରିବେ ଏବଂ ମେ ୩୧ ପର୍ଯ୍ୟନ୍ତ ସମାନ ରାଶିରେ ରହିବେ । ଫେବୃଆରୀ ୧୭ ରେ ରାତି ୧୧ଟା୪୬ ରେ ବୁଧ ମଧ୍ୟ ଚଳନ କରିବେ ଏବଂ ଉଭୟ ଏକାଠି ହେବେ । ଅର୍ଥାତ୍ ୨୭ ଫେବୃଆରୀରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବ ।
ଲକ୍ଷ୍ମୀ ନାରାୟଣ ଯୋଗ କେବେ ଗଠନ ହେବ?
ନୂଆ ବର୍ଷ ୨୦୨୫ ରେ, ବୁଧ ଏବଂ ଶୁକ୍ରଙ୍କ ମିଳନ ମୀନ ରାଶିରେ ହେବ । ତେଣୁ ପ୍ରଭାବରେ ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହେବାକପ ଯାଉଛି । ଜୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଜାନୁଆରୀ ୨୮ ରେ ମୀନ ରାଶିରେ ଚଳନ କରିବେ ଏବଂ ମେ ୩୧ ପର୍ଯ୍ୟନ୍ତ ସମାନ ରାଶିରେ ରହିବେ । ବୁଧ ଫେବୃଆରୀ ୨୭ ରାତି ୧୧ଟା ୪୬ ରେ ଚଳନ କରିବେ ଏବଂ ଉଭୟ ଏକାଠି ହେବେ । ଅର୍ଥାତ୍ ୨୭ ଫେବୃଆରୀରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବ । ମେ ୭ ରେ ବୁଧ ମେଷ ରାଶିରେ ଚଳନ କରିବା ପରେ ଏହି ଯୋଗ ସମାପ୍ତ ହେବ । ଏହାର ଅର୍ଥ ୬୯ ଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ନାରାୟଣ ଯୋଗ ରହିବ ।
ମେଷ ରାଶି
ଆପଣଙ୍କ ରାଶିର ଦ୍ୱାଦଶ ଘରେ ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହେବାକୁ ଯାଉଛି । ପୈତୃକ ସମ୍ପତ୍ତିରୁ ଭଲ ଆୟ କରିବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ କ୍ୟାରିୟରରେ ଖୁବ ଆଗକୁ ବଢିବାରେ ସକ୍ଷମ ହେବେ । ଆଧ୍ୟାତ୍ମିକ କାର୍ଯ୍ୟରେ ଜଡ଼ିତ ହୋଇପାରନ୍ତି । ପାରିବାରିକ ଖୁସି ମିଳିବ ।
ମିଥୁନ ରାଶି
ଆପଣଙ୍କ ରାଶିର ଦଶମ ଘରେ ବୁଧ ଏବଂ ଶୁକ୍ରର ମିଳନ ହେବ । ଆପଣ ବସ୍ତୁ ଭୋଗ ଅନୁଭବ କରିବେ । ଆପଣ ବିଦେଶରେ ଚାକିରି ଖୋଜୁଥିଲେ ଭଲ ଅଫର ମିଳିପାରେ । ଏହି ଅବଧିରେ ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । କର୍ମକ୍ଷେତ୍ରରେ ଆପଣ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ । ସଞ୍ଚୟ କରିବାରେ ସକ୍ଷମ ହେବେ ।
ମୀନ ରାଶି
ଏହି ସଂଯୋଗ ଆପଣଙ୍କ ରାଶିର ବିବାହ ସ୍ଥାନରେ ଅର୍ଥାତ୍ ପ୍ରଥମ ଘରେ ହେବ । ଏହି ଅବଧିରେ ସ୍ୱଭାବରେ ଅତ୍ୟଧିକ ପାର୍ଥକ୍ୟ ଦେଖାଯିବ । ପୁରୁଣା ନିବେଶରୁ ଆପଣ ଭଲ ରିଟର୍ନ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି । ସହଭାଗୀ ବ୍ୟବସାୟରେ ସାଥୀଙ୍କଠାରୁ ଭଲ ସମର୍ଥନ ପାଇବେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़