1.ଭରତପୁର ଘଟଣା ଦିନକୁ ଦିନ ଅଧିକ ସଙ୍ଗୀନ ହେଉଛି।  ମାମଲା ରୁଜୁ କରିବାକୁ ଆସିଥିବା ଜଣେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ସେତେବଳର ଥାନା ଅଧିକାରୀ ଓ ୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।  ରାଜ୍ୟ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ସହ ସରକାର ଏ ଦିଗରେ ସମ୍ବେଦନଶୀଳ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କିନ୍ତୁ ଏ ଘଟଣାକୁ ନେଇ ସାରା ଭାରତ ବର୍ଷରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିନ୍ଦା କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏହାକୁ ଲଜ୍ଜାଜନକ ବୋଲି କହିବା ସହ ବିଜେପି ଶାସନକୁ ସମାଲୋଚନା କରିଛନ୍ତି। ଅପରପକ୍ଷେ ପୀଡ଼ିତା ଜଣେ ପୂର୍ବତନ ବ୍ରିଗେଡିୟରଙ୍କ ଝିଅ ହୋଇଥିବାରୁ ପୂର୍ବତନ ସୈନିକ ସଂଘ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖାଯାଇଛି। ଏ ଭିତରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି ହୋଇଛି। 


COMMERCIAL BREAK
SCROLL TO CONTINUE READING

2.ଅପରପକ୍ଷେ ସୋଶାଲ ମିଡିଆରେ ମେଜରଙ୍କ ବାନ୍ଧବୀଙ୍କର କିଛି ଭିଡିଓ ଓ ଫଟୋ ଭାଇରାଲ ହେଉଛି। ଏଥିରେ ବାନ୍ଧବୀ ଜଣକ ଥାନା ଭିତରେ ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କ୍ରାଇମ ବ୍ରାଞ୍ଚ ପକ୍ଷରୁ ସମସ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ  ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇ ଜେରା ଆରମ୍ଭ କରାଯାଇଛି।  


3.ମୁଖ୍ୟମନ୍ତ୍ରୀ  ମୋହନ ମାଝି ୧୦୦ ଦିନର ସରକାର ଏବଂ ଏହାର ସଫଳତାକୁ ସାରା ଓଡ଼ିଶାରେ ପ୍ରଚାର କରୁଥିବା ବେଳେ ଏପରି ଏକ ଅମାନୀବୟ କାଣ୍ଡ ଏବେ ସରକାରକୁ ହରଡ଼ ଘଣାରେ ପକାଇଛି। କେଉଁଭଳି ଭାବେ ସମ୍ପୃକ୍ତ ମାମଲାକୁ ନିୟନ୍ତ୍ରଣ କରାଯିବ ତାହା ଏକ ଚିନ୍ତାର ବିଷୟ ହୋଇଛି। 



4.ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜିଠାରୁ ଆରମ୍ଭ ହେବ ୩ ଦିନିଆ ବୈଷୟିକ ସର୍ବେକ୍ଷଣ।  ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଏହି ସର୍ବେକ୍ଷଣ କରାଯିବ। ଏହା ସୋମାବାର ଯାଏ ଚାଲିବ। ପ୍ରତିଦିନ ଦିନ ୨ଟାରୁ ସର୍ବେକ୍ଷଣ ପାଇଁ ଟେକ୍ନିକାଲ୍‍ ଟିମ୍‍ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ସେମାନଙ୍କ ଦ୍ୱାରା କରାଯାଉଥିବା ମରାମତି କାର୍ଯ୍ୟ ଲାଗି ଯେଉଁଭଳି ଭାବେ ରୀତି ନିତି ପ୍ରଭାବିତ ନ ହେବ ସେଥିଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ ୨ଟାରୁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଅର୍ଥାତ୍‍ କୌଣସି ଭକ୍ତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସୁଥିଲେ ତାଙ୍କୁ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଦର୍ଶନ ମିଳିବ ନାହିଁ। 


5.ଆୟବହିର୍ଭୁତ ସମ୍ପତ୍ତିଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏନ୍‍ ଭି ହରିହର ରାଓଙ୍କ କାର୍ଯ୍ୟାଳୟ ଓ ବାସ ଗୃହରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମୟରେ ଯନ୍ତ୍ରୀଙ୍କ ଘରେ ୪୬ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହା ସହ ବିଭିନ୍ନ ସ୍ଥାନରେ ଜମି, ଘର, ବ୍ୟାଙ୍କ ଆକାଉଣ୍ଟ, ବୀମା କାଗଜପତ୍ର ପ୍ରଭୃତିକୁ ଯାଞ୍ଚ କରାଯାଇଛି। ଆଜି ତାଙ୍କୁ ଗିରଫ କରାଯାଇପାରେ। 
6.ଏଥର ଧାନ କିଣାରେ କଟଔନୀ ଛଟନୀ ହେବ ନାହିଁ। ନିମ୍ନ ମାନର ଧାନ ଦର୍ଶାଇ ସରକାରଙ୍କ ପକ୍ଷରୁ କିଣାଯାଉଥିବା ଧାନରେ କଟନୀ ଛଟନୀ ବ୍ୟବସ୍ଥା ଲାଗୁଥିଲା।  ଏହାଦ୍ୱାରା ଅଧିକ ଧାନ କିଣାଯାଉଥିଲେ ମଧ୍ୟ କମ୍‍ ଧାନ ପାଇଁ ଅର୍ଥ ଦିଆଯାଉଥିଲା। ଏଥରଠୁ ଧାନର ମାନ ଅନୁସାରେ ଅର୍ଥ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏଥିଲାଗି ରାଜ୍ୟର ସବୁ ପ୍ୟାକ୍ସକୁ ସ୍ୱତନ୍ତ୍ର ମସିନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। 


7.ଆସନ୍ତା କାଲି ଉପକୂଳ ଓ କେନ୍ଦ୍ର ଓଡ଼ିଶାରେ ବର୍ଷା ଆଶଙ୍କା କରାଯାଇଛି। ଆଣ୍ଡାମାନରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଆସୁଥିବାରୁ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ପାଣିପାଗ ବିଭାଗ।
 
8.ବିଶିଷ୍ଟ ସାହିତ୍ୟିକ ତଥା କଥାକାର ସରୋଜିନୀ ସାହୁ ପାଇବେ ଶାରଳା ପୁରସ୍କାର। ଶାରଳା ପୁରସ୍କାର ବାବଦରେ ତାଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ତାଙ୍କର ସାହିତ୍ୟ କୃତି ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। ସେହିପରି ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୪ ମଧ୍ୟ ଘୋଷଣା କରାଯାଇଛି। ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ କଣ୍ଠଶିଳ୍ପୀ ତାନସେନ ସିଂଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୪  ପୁରସ୍କାର ପ୍ରଦାନ କରାଯିବ।


9.ବିଭାଗୀୟ ଅଧିକାରୀଙ୍କ ପିସି ନିଶାକୁ ପୂରଣ କରି ନପାରି ରାୟଗଡ଼ା ଜିଲ୍ଲା ସିଲ୍‍ଭି କଲଚର ଡିଭିଜନର ଫରେଷ୍ଟର ସଞ୍ଜୟ ନାୟକ ଜୀବନ ହାରିଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ୧୨ ବର୍ଷ ଧରି ସେ ଏହି ସ୍ଥାନରେ କାର୍ଯ୍ୟ କରି ଆସୁଥିଲେ। ଏହି ସମୟରେ ତାଙ୍କ ଉପରିସ୍ଥ ଅଧିକାରୀ ବାରମ୍ବାର ତାଙ୍କୁ ବ୍ୟାପକ ପିସି ମାଗି ଆସୁଥିଲେ।  ଏପରିକି ଋଣ କରି ସମ୍ପୃକ୍ତ ଅଧିକାରୀଙ୍କ ଦାବିକୁ ପୂରଣ କରୁଥିଲେ। ହେଲେ ଏହା ଅତିଶୟ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା  ସେ କହିଛନ୍ତି। 


10.ଦିଲ୍ଲୀ ଭୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବା ଆତିଶି। ଅପରାହ୍ଣ ସାଢ଼େ ୪ଟାରେ ଏଥିଲାଗି ଏକ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଚି। ରାଜ ନିବାସରେ ଉପରାଜ୍ୟପାଳ ତାଙ୍କୁ ଶପଥପାଠ କରାଇବେ।  ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଇସ୍ତଫା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ  ଭାବେ ଚୟନ କରାଯାଇଥିଲା।