Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1.Prathamashtami: ଆଜି ପ୍ରଥମାଷ୍ଟମୀ। ଓଡ଼ିଆ ଘରେ ମହାଲକ୍ଷ୍ମୀଙ୍କ ବଡ଼ ଭଉଣୀ ଅଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଏହାର ପ୍ରତୀକ ସ୍ୱରୂପ ଘରେ ଘରେ ବଡ଼ ପୁଅ ଝିଅଙ୍କୁ ପ୍ରଥମା ଭାବେ ବନ୍ଦାପନା କରିବାର ବିଧି ରହିଛି। ଜେଷ୍ଠଙ୍କ ଗୁରୁତ୍ୱକୁ ଏହା ପ୍ରତିପାଦିତ କରିଥାଏ। ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ଅନୁଷ୍ଠିତ ହେବ। ଏଥିଲାଗି ସ୍ୱତନ୍ତ୍ର ରୀତି ନୀତି ବ୍ୟବସ୍ଥା କରାଯାଇଛି।
2.Nabakrushna Chowdhary Birth Anniversary: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମବାର୍ଷିକୀ। ୧୯୦୧ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ସରଳ ଏବଂ ସଚ୍ଚୋଟ ବ୍ୟକ୍ତି ଭାବେ ପରିଚିତ ନବକୃଷ୍ଣ ୧୨ ମେ ୧୯ ୫୦ ମସିହାରୁ ୧୯ ଅକ୍ଟୋବର ୧୯୫୬ ମସିହା ଯାଏ ମୁଖ୍ୟମନ୍ତ୍ରୀ ଥିଲେ। ଛାତ୍ର ଜୀବନରୁ ଅନେକ ପ୍ରତିଭାଧାରୀ ଥିବା ନବକୃଷ୍ଣ ୧୫ ବର୍ଷ ବୟସରେ ମାଟ୍ରିକ୍ୟୁଲେସନ୍ ପାସ୍ କରିଥିଲେ। କିନ୍ତୁ ସେତେବଳେ ମାଟ୍ରିକ୍ ସାର୍ଟିଫିକେଟ୍ ହାସଲ କରିବା ପାଇଁ ସ୍ଥିରୀକୃତ ବୟସ ହୋଇ ନଥିବାରୁ ତାଙ୍କୁ ପ୍ରମାଣ ପତ୍ର ଏକ ବର୍ଷ ପରେ ମିଳିଥିଲା।
3.Maharastra & Jharkhand Poll: ଆଜି ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହା ସହ ପଞ୍ଜାବ, କେରଳ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ୪୮ ବିଧାନସସଭା ଏବଂ ୨ଟି ଲୋକସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ପାଇବ। ସକାଳ ୮ଟାରୁ ପୋଷ୍ଟାଲ ବ୍ୟାଲଟ ଖୋଲାଯାଇଛି ଏବଂ ଏହାପରେ ଆରମ୍ଭ ହେବ ଇଭିଏମ୍ ଗଣତି। ଏହାପରଠାରୁ ଆରମ୍ଭ ହୋଇଯିବ ଅନୁମାନ ଓ ଆକଳନ। ମଧ୍ୟାହ୍ନ ସୁଦ୍ଧା ଫଳାଫଳର ଧାରା ଜଣାପଡ଼ିଯିବ ବୋଲି ଆଶା କରାଯାଉଛି।
4.OTET Exam Result Published: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଅନୁଷ୍ଠିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହାର ପ୍ରମାଣପତ୍ର ଅନ୍ଲାଇନରୁ ଡାନଲୋଡ୍ କରାଯାଇପାରିବ। ଆସନ୍ତା ୨୯ ତାରିଖ ଯାଏ ଏହି ସୁବିଧା ଉପଲବ୍ଧ ହେବ।
5.Sukma 10 Naxal Died: ଓଡ଼ିଶା ସୀମା ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ନକ୍ସଲ ଆନ୍ଦୋଳନ ଏବଂ ହିଂସା କାଣ୍ଡରେ ଦୀର୍ଘ ଦିନ ଧରି ଜଡ଼ିତ ଥିବା ସଶସ୍ତ୍ର ୧୦ ନକ୍ସଲକୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ। ଏହି ନକ୍ସଲ ଓଡ଼ିଶା ସୀମାନ୍ତରେ ପ୍ରବେଶ ପାଇଁ ଉଦ୍ୟମ କରିଥିବା ସୂଚନା ମିଳିଥିଲା। ପୂର୍ବରୁ ଓଡ଼ିଶା ଏସ୍ଓଜି ଙ୍କ ଅପରେସନକୁ ଦେଖି ସେମାନେ ସୀମାନ୍ତରେ ପ୍ରବେଶ କରିପାରି ନଥିଲେ।
6.24 out of 100 is the Pass Mark in +2: ଏଣିକି ୧୦୦ରୁ ୨୪ ରଖିଲେ ପସ୍ ହେବ। ପୂର୍ବରୁ ଏହା ୩୦ ଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହା ସ୍ପଷ୍ଟ କରରଯାଇଛି। ପରୀକ୍ଷାର୍ଥୀଙ୍କ ଉପରେ ଚାପ କମାଇବା ଲାଗି ଏହି ବ୍ୟବସ୍ଥା କରାଯାଇଛି।
7.Dhanuyatra: ଜାନୁୟାରୀ ୩ରୁ ଜାନୁୟାରୀ ୧୩ ତାରିଖ ଯାଏ ଚାଲିବାକୁ ଥିବା ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ ହେବ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି। କଳାକାରଙ୍କ ସାକ୍ଷାତକାର ମାଧ୍ୟମରେ ଏହି ପଦବୀ ଲାଗି ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ପୂର୍ବରୁ ହୃଷିକେଶ ଭୋଇ କଂସ ଭୂମିକା ନେଉଥିଲା। କିନ୍ତୁ ତାଙ୍କୁ ଚଳିତ ବର୍ଷଠାରୁ ଏ ଭୂମିକା ଦିଆଯିବ ନାହିଁ ବୋଲି ଆୟୋଜକ ସ୍ଥିର କରିଛନ୍ତି।
8.BJD Parliamentary Party meet: ବିଜୁ ଜନତା ଦଳ ପକ୍ଷରୁ ପୁଣିଥରେ ଓଡ଼ିଶାକୁ ସ୍ୱଥନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ନିମନ୍ତେ ଦାବି କରାଯିବ। ରାଜ୍ୟ ସଭାରେ ଏହାକୁ ଉତ୍ଥାପନ କରାଯିବ। ଏହା ସହ ପୋଲାଭରମ୍ ଏବଂ ମହାନଦୀ ପ୍ରସଙ୍ଗକୁ ମଧ୍ୟ ଉତ୍ଥାପନ କରାଯିବ। ଏଠାରେ ଆନ୍ଧ୍ର ପ୍ରକଳ୍ପ ହେତୁ ଏଠାରେ ବିସ୍ଥାପନ ହେବା ଆଶଙ୍କା ରହିଛି। ସେହିପରି କୋଇଲା ରୟାଲ୍ଟି ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ଏଥିରେ ଆଲୋଚନା କରାଯିବ।
9.Council of Minister to adopt Supplementary Budget: ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଏ ସରକାରରେ ଅରିରିକ୍ତ ବଜେଟ୍ ଗୃହୀତ ହେବ। ଆସନ୍ତା ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ। ସେହିପରି ମନ୍ତ୍ରୀ ପରିଷଦ ବୈଠକ ପରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।
10.Jajpur in Tight Security: ଯାଜପୁରରେ ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ବ୍ୟାପକ ପୁଲିସ ମୁତ୍ତୟନ ହୋଇଛନ୍ତି। ପୂର୍ବତନ ବିଧାୟକ ତଥା ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରକାଶଙ୍କୁ ଅଟକ ରଖିଛି ପୁଲିସ। ଏହି ଆକ୍ରମଣ ପଛରେ ତାଙ୍କର ଭୂମିକା ଥିବା ନେଇ ଅଭିଯୋଗ ହୋଇଛି। ଧର୍ମଶାଳାର ବିଧାୟକ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଅଟକାଇ ୧୦ରୁ ଅଧିକ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।