1. Rain Again: ରାଜ୍ୟରେ ବର୍ଷା ପାଗ ଲାଗି ରହିଛି। ଗଲା ଦୁଇଦିନ ହେଲା ଆକାଶ ମେଘୁଆ ରହିବା ସାଙ୍ଗକୁ ଝଡ଼ି ବର୍ଷା ଦେଖିବାକୁ ମିଳୁଛି। ଏହାଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ଚାଷୀକୂଳ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଫସଲ ପାଣିରେ ବୁଡ଼ିବା ଦ୍ୱାରା ଗଜା ହେବା ଆଶଙ୍କା ପ୍ରକାଶ ପାଇଛି। ଆଜି ପାଗ ଶୁଖିଲା ହେବ ବୋଲି ପାଣିପାଗ ବିଭାଗ ଆଶା କରୁଥିଲାବେଳେ ପୁଣିଥରେ ଦୁଇଦିନ ବର୍ଷାର ଆଶଙ୍କା କରିଛନ୍ତି ପାଣିପାଗ ବିଜ୍ଞାନୀ। ଆସନ୍ତା କାଲି ଓ ଶନିବାରଦିନ ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

 

2. HC Appraised with CCTV Plan of Odisha Police: ପ୍ରତି ଥାନାରେ ଏଣିକି ତିନିଥାକିଆ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା କରାଯିବ। ଏଥିଲାଗି ଗୋଟି ସ୍ଥାନରେ ସର୍ବନିମ୍ନ ୧୫ଟି ସିସିଟିଭି ସଂଯୋଗ କରାଯିବ। ଏହି କ୍ୟାମେରାର ଲାଇଭ୍‍ ଦୃଶ୍ୟକୁ ତିନୋଟି ପର୍ଯ୍ୟାୟରେ ନୀରୀକ୍ଷଣ କରାଯିବ। ଗୋଟିଏ ଥାନା ଅଧିକାରୀଙ୍କ କ୍ଷେତ୍ରରେ ଅନ୍ୟଟି ଜିଲ୍ଲାସ୍ତରରେ ଏବଂ ତୃତୀୟରେ ରାଜ୍ୟସ୍ତରରେ ପ୍ରତି ଥାନାର ଭିଡିଓକୁ ଯାଞ୍ଚ କରାଯିବ। ଏଥିଲାଗି ପ୍ରତି ଥାନାର ଭିଡିଓକୁ ୧ ବର୍ଷ ଯାଏ ସଂରକ୍ଷିତ କରି ରଖିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଏଡିଜି ଦୟାଲ ଗଙ୍ଗଓ୍ୱାର ରିପୋର୍ଟ ଦାଖଲ କରିଛନ୍ତି। ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ ପାଇଁ ଏହି ବ୍ୟବସ୍ଥା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

 

 

3. 2nd Instalment of Subhadra on March: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ  ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ। ଏହା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହାକୁ ନଜରରେ ରଖି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୋଟିଏ ପର୍ଯ୍ୟାୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନ କରିବାକୁ ପ୍ରଚେଷ୍ଟା ଚାଲିଥିବା ଜଣାପହ଼ିଛି। 

 

4. Bharat Ratna to Naveen : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ବିହାରଠାରେ ଏକ ସଭାରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି। ପୂର୍ବରୁ ନବୀନଙ୍କ ବାପା ତଥା ରାଜ୍ୟର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଅନେକ ବର୍ଷ ହେଲା ଦାବି ହୋଇ ଆସୁଛି। 

 

 

5. Jani Padhi File to reopen: ପାଢ଼ୀ ଟ୍ୟୁଟୋରିଆଲ୍‍ର ମାଲିକ ଜାନକୀ ବଲ୍ଲଭ ପାଢ଼ୀଙ୍କ ଅପମୃତ୍ୟୁର ତଦନ୍ତ ପାଇଁ ପୁଣିଥରେ ଏତଲା ଦାୟର ହେବ। ଏଥିନେଇ ତାଙ୍କ ପତ୍ନୀଙ୍କ ଆବେଦନକୁ ସ୍ୱୀକାର କରି ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି। ସାତ ବର୍ଷ ହେବ ଏହି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଫରଦ୍ଦ ଦାଖଲ ହୋଇ ନାହିଁ। 

 

6. Missile strike on Ukrain: ଖ୍ରୀଷ୍ଟମାସରେ ମଧ୍ୟ ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ରୋକ ଲାଗି ନାହିଁ। ୟୁକ୍ରେନ ଉପରେ ୭୦ କ୍ଷେପଣାସ୍ତ୍ର ମାଡ଼ ସହ ୧୦୦ରୁ ଅଧିକ ଡ୍ରୋନ ଆକ୍ରମଣ କରିଛି ଋଷ। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଅନେକ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଏହାକୁ ଅମାନବୀୟ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି କହିଛନ୍ତି। 

 

 

7. 20 Years to Indian Ocean Tsunami: ଭାରତ ମହାସାଗରରେ ଆସିଥିବା ସାମୁଦ୍ରିକ ବିପତ୍ତି ସୁନାମୀକୁ ଆଜି ୨୦ ବର୍ଷ ପୂରିଛି। ୨୦୦୪ ମସିହା ଡିସେମ୍ବର ୨୬ ତାରିଖରେ ଏହି ବିପତ୍ତି ଭାରତ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଶ୍ରୀଲଙ୍କାରେ ପ୍ରାୟ ୨ ଲକ୍ଷ ୩୦ ହଜାର ଲୋକଙ୍କ ଜୀବନ ନେଇଥିଲା। ସୁନାମୀ ବାବଦରେ କୌଣସି ପୂର୍ବ ସୂଚନା ପାଇଁ ପ୍ରସ୍ତୁତି ନଥିବାରୁ ଏହି ଭଳି ବିଶାଳ ସଂଖ୍ୟାରେ ଜନତାଙ୍କୁ ଏହା ପ୍ରଭାବିତ କରିଥିଲା। 

 

8. Pak to Train Bangladesh Army : ପାକିସ୍ତାନ ସେନା ବାଂଲାଦେଶ ସେନାକୁ ତାଲିମ ପ୍ରଦାନ କରିବ। ଏଥିନେଇ ପାକିସ୍ତାନ ସେନା ମୁଖ୍ୟ ଢାକା ଗସ୍ତରେ ଆସିବେ। ୫୩ ୧ର୍ଷ ପରେ ଏହି ଘଟଣା ଘଟିବାକୁ ଯାଉଛି। ଏହି ହେତୁ ଭାରତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟି ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହା ପୂର୍ବରୁ ଚୀନ ମଧ୍ୟ ବାଂଲାଦେଶ ସେନାଙ୍କୁ ସହାୟତା ଦେବା ଲାଗି ଘୋଷଣା କରିଛି। 

9. PM Awas Application to Open: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨.୦ରେ ଆବେଦନ କ୍ରହଣ କରିବେ ରାଜ୍ୟ ସରକାର। ଏଥିଲାଗି ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍‍ଲାଇନ୍‍ ପ୍ରକ୍ରିୟାରେ ଏହି ଆବେଦନ ଗୟହଣ କରାଯିବ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। 

 

10. Veer Bal Diwas: ଆଜି ସାରା ଦେଶ ବୀରବାଲ୍‍ ଦିବସ ପାଳନ କରୁଛି। ୧୭୦୫ ମସିହା ଆଜିର ଦିନରେ ଶିଖ ଧର୍ମଗୁରୁ ବାବା ଜୋରାବର ସିଂ ଏବଂ ବାବା ଫତେହ ସିଂଙ୍କୁ ବାଲ୍ୟବସ୍ଥାରେ ମୋଗଲ ସେନା ହତ୍ୟା କରିଥିଲେ। ସେମାନ ଧର୍ମ ପରିବର୍ତ୍ତନ କରି ନଥିବାରୁ ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିଥିଲା। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଏହି ଦିବସକୁ ବୀର ବାଲ୍‍ ଦିବସ ଭାବେ ପାଳନ କରୁଛନ୍ତି ଭାରତ ସରକାର। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଲ୍‍ ପୁରସ୍କାର ବିଜେତାଙ୍କୁ ସହ କଥା ହେବା ସହ ପିଲାମାନଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।