1. Loksabha Today: ଆଜି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଘରୋଇ ସଦସ୍ୟମାନେ ବିଧେୟକ ଆଣିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଶ୍ନୋତ୍ତରକାଳ ପରେ ବିଭିନ୍ନ କମିଟି ଓ ବିଭାଗର ପତ୍ରକୁ ଗୃହରେ ଉପସ୍ଥାପନ କରାଯିବ। ଏହାପରେ ଗୃହରେ ଆଧା ଆଲୋଚନା ହୋଇଥିବା  ରେଳ ବାଇ ଆଇନ ସଂଶୋଧନ ବିଧେୟକ ୨୦୨୪କୁ ପୁଣିଥରେ ଆଲୋଚନା ଓ ପାରିତ କରିବାକୁ ବାଚସ୍ପତି ଅନୁମତି ଦେଇପାରନ୍ତି। ଏହାପରେ ପୂର୍ବ ନିର୍ଦ୍ଧାରଣ ଅନୁସାରେ ଗୃହମନ୍ତ୍ରୀ ଅମିତ ଶାହ ବିପର୍ଯ୍ୟୟ ପ୍ରଶମନ ବିଧେୟକକୁ ଉପସ୍ଥାପନ କରିବେ। ଅପରାହତଣ ୩ଟା ୩୦ରୁ ଆରମ୍ଭ ହେବ ଘରେଇ ସଦସ୍ୟଙ୍କ ସଂକଳ୍ପ ଉପସ୍ଥାପନ କାର୍ଯ୍ୟକ୍ରମ। 

 

2. Ruckus in Loksabha:  ଗତକାଲି ଲୋକସଭାରେ ବିରୋଧୀ ଓ ଶାସକ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ପ୍ରଶ୍ନୋତ୍ତର କାଳ ପରେ ‘ଆଦାନୀ’ ପ୍ରସଙ୍ଗକୁ ନେଇ ପୁଣିଥରେ କଥା କଟାକଟି ଆରମ୍ଭ ହୋଇଥିଲା। ଫଳରେ ବାଚସ୍ପତି ଗ୍ୟହ କାର୍ଯ୍ୟକୁ ମୁଲତବୀ କରିଥିଲେ। ଅପରପକ୍ଷେ ଗୃହର ଦ୍ୱାରରେ ବିରୋଧୀ ଦଳ ପକ୍ଷରୁ ଆଜି ବିଭିନ୍ନ ପ୍ଲାକାର୍ଡ  ଓ ପୋଷ୍ଟର ରଖି ବିରୋଧ ପ୍ରଦାନ କରାଯାଇଛିଥିଲା। 

 

3. Vishal MegaMart IPO: ଦେଶର ବିଭିନ୍ନ ସ୍ଥାନରେ ବିପଣନ କେନ୍ଦ୍ର ଖୋଲିଥିବା ବିଶାଲ ମେଗା ମାର୍ଟ ୧୧ ତାରିଖଠାରୁ ଷ୍ଟକ୍‍ ବଜାରରେ ଆଇପିଓ ବିକ୍ରି ଆରମ୍ଭ କରିବାକୁ ଯାଉଛି। ଏହାମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ୮ ହଜାର କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଶାଲ ମେଗା ମାର୍ଟ।  ଡିସେମ୍ବର ୧୩ ତାରିଖରେ ଶେଷ ହେବ ଏହି ଆଇପିଓ। 

4. Prez visit: ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁନିଜ ଜନ୍ମ ମାଟି ଓ ଶ୍ୱଶୂର ଘର ଗାଁକୁ ଯିବେ। ଏଥିଲାଗି ପ୍ରଶାସନିକ ସ୍ତରରେ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ସକାଳୁ ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଉପରବେଡ଼ାର ସ୍କୁଲ୍‍, ସ୍ଥାନୀୟ କଲେଜ ପିଲାଙ୍କ ସହ ଆଲୋଚନା କରିବ। ଆସନ୍ତା କାଲି ରାଷ୍ଟ୍ରପତି ଏହି ଅଞ୍ଚଳ ପାଇଁ ୬୨୦୦ କୋଟି ଟଙ୍କାର ପ୍ରକଳ୍ପ ଉପହାର ଭାବେ ପ୍ରଦାନ କରିବେ। 

 

5. New Judicial Complex in Bhubaneswar: ଭୁବନେଶ୍ୱରରେ ଉଦ୍‍ଘାଟିତ ହୋଇଛି ରାଜ୍ୟର ସବୁଠାରୁ ଆଧୁନିକ ନ୍ୟାୟିକ ସୌଧ। ଏହି ସୌଧରେ ୫୬ଟି କୋର୍ଟରୁମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‍ଘାଟନ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟାକୁ ଯେପରି ବିଳମ୍ବିତ କରା ନଯିବ ସେଥିଲାଗି ଦୃଷ୍ଟି ଦେବାକୁ ରାଷ୍ଟ୍ରପତି ବିଚାରପତିମାନଙ୍କୁ ପରାମର୍ଶ ଦେଇଛନ୍ତି। 

 

6. Raimati Ghiuria: ବିଶ୍ୱ ଦରବାରରେ ମାଣ୍ଡିଆକୁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା  କୋରାପୁଟର ରାଇମତି ଘିଉରିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ତାଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି। ରାଇମତୀ ୩୦ଟି ମାଣ୍ଡିଆ ବିହନ ଏବଂ ୮୦ପ୍ରକାରର ଧାନ ବିହନକୁ ସଂରକ୍ଷଣ କରିପାରିଛନ୍ତି। ୪ଟି ପ୍ରକାର ବିହନକୁ ଓୟୁଏଟି ପକ୍ଷରୁ ପ୍ରସାରିତ କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀ, କୃଷି ବିଜ୍ଞାନୀ ଏମ୍‍ଏସ୍‍ ସ୍ୱାମୀନାଥନଙ୍କ ପ୍ରେରଣାରେ ସେ ଏହି ମାଧ୍ୟମକୁ ବାଝି ଦେଶୀ ବିହନକୁ ସୁରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। 

 

 

7. New Govt in Maharastra: ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ ସରକାର। ବିଜେପି ନେତା ଦେବେନ୍ଦ୍ର ଫଡ୍‍ନାଭିସ୍‍ ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ତାଙ୍କ ସହ ଦୁଇ ସହଯୋଗୀ ଦଳର ମୁଖ୍ୟଙ୍କୁ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରିଛନ୍ତି ଫଡନାଭିସ୍‍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଦସ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ସେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। 

 

 

8. PSLV C59: ଇସ୍ରୋ ପକ୍ଷରୁ ମହାକାଶ ଯାନ ପିଏସ୍‍ଏଲ୍‍ଭି ସି-୫୯କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ପ୍ରୋବା-୩ ମହାକାଶ ବ୍ୟବସ୍ଥାକୁ ଏହି ଯାନରେ ସଫଳତାର ସହ ନିଜ କକ୍ଷପଥରେ ସ୍ଥାପନ କରାଯାଇଛି। ନ୍ୟୁସ୍ପେସ୍‍ ଇଣ୍ଡିଆ ଲିମିଟେଡ୍‍ ପକ୍ଷରୁ ଏହି ମହାକାଶନକୁ ଇସ୍ରୋ ଉତକ୍ଷେପଣ କରିଛି। 

 

 

9. Amit Saha’s Chhatisgarh Visit: ଗୃହମନ୍ତ୍ରୀ ଅମିତ ଶାହ ୧୪ ତାରିଖରୁ ତିନିଦିନିଆ ଛତିଶଗଡ଼ ଗସ୍ତରେ ରହିବେ। ଦେଶର ସୁରକ୍ଷା, ମାଓ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ଏହି ଅବସରରେ ହେବେକୁ ସ୍ଥିର କରାଯାଇଛି। ଏହି ଅବସରରେ ସେ ରାୟପୁର ଏବଂ ଜଗଦଳପୁର ଗସ୍ତରେ ରହିବେ। ରା୍ରୟପୁରଠାରେ ଉଚ୍ଚସ୍ତରୀୟ ସମୀକ୍ଷା ସହ ରାଷ୍ଟ୍ରପତି ପୁଲିସ ପଦକ ବିତରଣ କରିବେ। ଏହାପୁରେ ଜଗଦଳପୁରଠାରେ ଆତ୍ମସମର୍ପଣ କରିଥିବା ପୂର୍ବତନ ମାଓବାଦୀଙ୍କ ସହ ଆଲୋଚନା କରିବେ। 

 

10. Diplomatic Talks Between India and China: ଭାରତ ଓ ଚୀନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ଲାଗି ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ବିଶେଷକରି ଲଦାଖରେ ସୈନ୍ୟ ପ୍ରତ୍ୟାହାର ଏବଂ ଅନ୍ୟ ପ୍ରସଙ୍ଗ ଏଥିରେ ଆଲୋଚନା ହୋଇଛି। ୨୦୨୦ ପରେ ଦୁଇ ଦେଶ ମଧ୍ୟରେ ସାମରିକ ମୁହାମୁହିଁ ଆରମ୍ଭ ହୋଇଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ମଧ୍ୟ ବନ୍ଦ ରହିଥିଲା।