1. ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୦୭ତମ ଜୟନ୍ତୀ। ପୁରୀର ସୁଆଣ୍ଡୋ ଗ୍ରାମରେ ଶ୍ରୀ ଦାସଙ୍କ ଜନ୍ମ ହୋଇଥିଲା ୧୮୭୭ ମସିହା ଆଜିର ଦିନରେ। ନିଃସ୍ୱାର୍ଥ ସେବା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ରାଜ୍ୟରେ ଶିକ୍ଷାର ବିକାଶ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧିଙ୍କ କଂଗ୍ରାସର ଭିତ୍ତିପ୍ରସ୍ତର ସ୍ଥାପନର ମୂଳ ପିଣ୍ଡ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ। ସେତେବଳେ ଓଡ଼ିଆପ୍ରାଣ ମଧୁସୂଦନ ଦାସଙ୍କ ପ୍ରେରଣାରେ ସେ ବିଧାନପରିଷଦକୁ ନିର୍ବାଚିତ ହୋଇଥିଲେ। ସ୍ୱତନ୍ତ୍ର ଓଡ଼ିଶା ପାଇଁ ଦାବି କରିବା ସହ ଦୁର୍ଭିକ୍ଷ ପୀଡ଼ିତ ଓଡ଼ିଶା ଲୋକଙ୍କୁ ସହାୟତା ପାଇଁ ସେ ଦାବି କରି ବେଶ୍‍ ଚର୍ଚ୍ଚିତ ହୋଇଥିଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଯଥେଷ୍ଟ। ଆଜିର ‘ସମାଜ’ ପତ୍ରିକାର ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ।

 

2. ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାର କିସ୍ତି ପ୍ରଦାନ କରାଯିବ। ଏହିକ୍ରମରେ ୩୫ ଲକ୍ଷ ହିତାଧିକାରୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୫ ହଜାର ଟଙ୍କା ସହାୟତା ଲାଭ କରିବେ। ସମୁନଦାୟ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପୂରଣ କରିଥିବା ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ତେବେ ଏହି ଯୋଜନାରେ ପଞ୍ଜିକରଣ ଜାରି ରହିଛି। ଆଜି ଲାଭ ଅର୍ଥ ପ୍ରଦାନ ପାଇଁ ଏକ ଉତ୍ସବ ବାରିପଦାଠାରେ ଆୟୋଜନ କରାଯାଇଛି। 

 

3. ରାଜ୍ୟରେ ହାତୀଙ୍କ ପ୍ରଜନନ ହାର ଯଥେଷ୍ଟ ଅଧିକ ରହିଛି। ଏହି କାରଣରୁ ବର୍ଷକୁ ହାରାହାରି ୮୦ ହାତୀଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ହାତୀଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଛି। ଏବେ ସମୁଦାୟ ୨୦୯୮ ହାତୀ ରାଜ୍ୟର ବିଭିନ୍ନ ଜଙ୍ଗଲରେ ରହିଛନ୍ତି। ଗତ ୧୦ ବର୍ଷ ଭିତରେ ୭୯୦ ହାତୀଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ଦର୍ଶାଇଛି। ଅପରପକ୍ଷେ ରାଜ୍ୟର ଜଙ୍ଗଲ ଅଞ୍ଚଳରେ ଯେତିକି ହାତୀ ରହିବା କଥା ତା’ଠୁ ଅଧିକ ହାତୀ ରହିଛି େବାଳି ଏହି ରିପୋର୍ଟରେ ଦର୍ଶାଯାଇଛି। 

 

4. କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏକ ଅସ୍ଥି ସଂରକ୍ଷଣ ବ୍ୟାଙ୍କ ଖୋଲିଛି। ଏହି ବ୍ୟାଙ୍କରେ ମୃତ ବ୍ୟକ୍ତିଙ୍କ ଜରୁରୀ ଅସ୍ଥିଗୁଡ଼ିକୁ ଜୀବନ୍ତ ଅବସ୍ଥାରେ ସଂରକ୍ଷଣ କରାଯାଇପାରିବ। ପରବର୍ତ୍ତୀ ସମୟରେ ଜରୁରୀ ଲୋକଙ୍କ ଦେହରେ ଏହି ଅସ୍ଥିକୁ ସଂଲଗ୍ନ କରି ତାଙ୍କ ଆବଶ୍ୟକତାକୁ ପୂରଣ କରାଯାଇପାରିବ। ଏହା ରାଜ୍ୟର ପ୍ରଥମ ଅସ୍ଥି ବ୍ୟାଙ୍କ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 

 

5. ରାଜ୍ୟର ୧୦ ନକ୍ସଲ ପ୍ରଭାବିତ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରେନ୍ୱିତ କରିବା ଲାଗି ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଏହିକ୍ରମରେ ଏହି ଜିଲ୍ଲାଗୁଡ଼ିକର ୫୮୩ ଗାଁରେ ସ୍ୱାତନ୍ତ୍ର ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ଯୋଜନା ମାଧ୍ୟ ସ୍ଥାନୀୟ ଅଞ୍ଚଳ ଲାଗି ଆବଶ୍ୟକ  ମୌଳିକ ସୁବିଧା ଯେମିତି ରାସ୍ତା, ପାନୀୟଜଳ, ବିଜୁଳି, ସ୍ୱାସ୍ଥ୍ୟ, ପରିମଳ ପ୍ରଭୃତି ସୁବିଧା ପହଞ୍ଚାଇବା ତଥା ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ତ୍ୱରାନ୍ୱଇତ ବେଗରେ କାର୍ଯ୍ୟକାରୀ କରିବା ଲାଗି ଧ୍ୟାନ ଦିଆଯିବ। 

 

6. ଆମେରିକାର ଜନ୍‍ ହାପ୍‍ଫିଲ୍ଡ ଏବଂ କାନାଡ଼ାର ଜିଓଫ୍ରେ ହିଣ୍ଟନଙ୍କ ଯୁଗ୍ମ ଭାବେ ଚଳିତ ବର୍ଷର ପଦାର୍ଥ ବିଜ୍ଞାନ ଲାଗି ନୋବେଲ୍‍ ପୁରସ୍କାର ପ୍ରଦାନ କରାଯିବ। ଆର୍ଟିଫିସିଆଲ ନ୍ୟୁରାଲ ନେଟଓ୍ୱର୍କସ ଜରିଆରେ ମସିନ୍‍ ଲର୍ଣିଂ କାର୍ଯ୍ୟ ପାଇଁ ଉଭୟ ଗବେଷଣା କରି ସଫଳତା ଲାଭ କରିଛନ୍ତି। ଏହା ମାନବ ସଭ୍ୟତା ଲାଗି ଅତ୍ୟନ୍ତ ଉପଯୋଗୀ ହେବ ବୋଲି ବିଜ୍ଞାନୀମାନେ ଆଶା କରାଛନ୍ତି। 

 

7. ରାଜ୍ୟର ସରକାରୀ କର୍ମଚାରୀଙ୍କ ଲାଗି ପୂଜା ଭେଟି ଘୋଷଣା କରିଛନ୍ତି ସରକାର। ଏହିକ୍ରମରେ ଗ୍ର୍ରାଚ୍ୟୁଇଟି ସୀମାକୁ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା କରିଛନ୍ତି। ଜାନୁୟାରୀ ପହିଲା ୨୦୨୪ରୁ ଏହି ଲାଭ କର୍ମଚାରୀଙ୍କୁ ମିଳିବ। ଏହା ବହୁତ ଦିନର ଦାବି ଥିଲା ବୋଲି ରାଜ୍ୟ ସରକାର କହିଛନ୍ତି। 

 

8. ପୂଜା ବଜାରକୁ ଆଖିରେ ରଖି ଆଜି ଓଡ଼ିଆ ଫିଲ୍ମ ‘କର୍ମ’ ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏହି ଫିଲ୍ମରେ ମୁଖ୍ୟ ନାୟକ ଅଛନ୍ତି ଅନୁଭବ ପଟ୍ଟନାୟକ।

 

9. ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର,  ଭଦ୍ରକ, ମାଲକାନଗିରି, କୋରାପୁଟ୍ , ରାୟଗଡା ଓ ଗଜପତିରେ  ବିଜୁଳି ଘଡ଼଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। 

 

10.ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।  ଆସନ୍ତା ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ। ପ୍ରଥମ ଥର ପାଇଁ  ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିପ୍ ର ବସି କୋର୍ -ଅଞ୍ଚଳ ବୁଲିବା ସହ  ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ।