Top 10 News Headlines 17 October 2024: H1. CM reviews probe progress of Odisha woman's 'rape' in Delhi: ୪ ଦିନିଆ ହରିୟାଣା ଏବଂ ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିଲ୍ଲୀରେ ଓଡି଼ଶାର ଜଣେ ମହିଳାଙ୍କ ସହ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ.ସାଇନି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ।


COMMERCIAL BREAK
SCROLL TO CONTINUE READING

H2. Cyclonic circulation over north Andaman Sea: ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।"


H3. CM mourns the demise of former Kendrapara MP: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ସାମନ୍ତରାୟ ଜଣେ ଦକ୍ଷ ରାଜନେତା ତଥା ସମାଜସେବୀ ଭାବରେ ସୁନାମ ଅର୍ଜନ କରିଥିଲେ।  କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର  ସାଂସଦ ଭାବେ ସେ କେନ୍ଦ୍ରାପଡା ତଥା ରାଜ୍ୟର ସମସ୍ୟାକୁ ସଂସଦରେ ଦକ୍ଷତାର ସହ ଉପସ୍ଥାପନ କରିଥିଲେ।  ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ  ଅନେକ ପଦକ୍ଷେପ ନେଇ ସେ ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


H4. Nayab Singh Saini Swearing In Ceremony: ବିଜେପି ବିଧାନସଭା ଦଳର ନେତା ନାୟବ ସିଂ ସାଇନି ଦ୍ୱିତୀୟ ଥର ପାଇଁ ହରିୟାଣାର ସିଏମ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ଶପଥ ପାଠ କରାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ଜେପି ନଡା, ରାଜନାଥ ସିଂ, ନିତିନ ଗଡକରୀ, ସିଏମ ଯୋଗୀ ଏବଂ ସିଏମ ଏବଂ ବିଜେପି ଶାସିତ ରାଜ୍ୟର ଅନେକ ଡେପୁଟି ସିଏମ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଲଲାନ ସିଂ, ପୱନ କଲ୍ୟାଣ, ଚନ୍ଦ୍ରବାବୁ ନାଇଡୁ, ଏନଡିଏର ଚିରାଗ ପାସୱାନ ମଧ୍ୟ ଉପସ୍ଥିତ ଥିଲେ।


H5. Supreme Court Verdict on Section 6A: ନାଗରିକତ୍ୱ ଆଇନର ଧାରା 6A ସମ୍ବନ୍ଧରେ ସୁପ୍ରିମକୋର୍ଟ ଆଜି ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏହି ବିଭାଗଟି ଅସାମ୍ବିଧାନିକ ବୋଲି କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ବିଭାଗଟି ଅକ୍ଷୁର୍ଣ୍ଣ ରହିବ। ସୁପ୍ରିମକୋର୍ଟର ଏକ ୫ ସଦସ୍ୟ ବିଶିଷ୍ଟ ବେଞ୍ଚ ନାଗରିକତ୍ୱ ଅଧିନିୟମ ୧୯୫୫ ର ଧାରା 6A କୁ ୪-୧ ସଂଖ୍ୟାରେ ସାମ୍ବିଧାନିକ ଘୋଷଣା କରିଥିବାବେଳେ ସଂଖ୍ୟାଲଘୁ ନିଷ୍ପତ୍ତିରେ ଜଷ୍ଟିସ ପାରଦୀୱାଲା ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି।


H6. Railways changed the ticket reservation rules: ଭାରତୀୟ ରେଳବାଇ ସମୟ ସମୟରେ ଯାତ୍ରୀମାନଙ୍କ ସୁଗମ ଯାତ୍ରା ପାଇଁ ଅନେକ ପଦକ୍ଷେପ ନେଇଥାଏ। ବର୍ତ୍ତମାନ ଟିକେଟ୍ ରିଜରଭେସନକୁ ନେଇ ରେଳବାଇ ଏକ ବଡ ନିଷ୍ପତ୍ତି ନେଇଛି। ରେଳ ଯୋଗେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ବର୍ତ୍ତମାନ ମାତ୍ର ୬୦ ଦିନ ପୂର୍ବରୁ ଟିକେଟ ବୁକ୍ କରିପାରିବେ। ୧ ନଭେମ୍ବରରୁ ରେଳ ମନ୍ତ୍ରଣାଳୟ ଦ୍ୱାରା ଏହି ବ୍ୟବସ୍ଥା ଆରମ୍ଭ ହେଉଛି।


H7. Bahraich Violence: ବାହରାଇଚ୍ ହିଂସା ମାମଲାରେ ୟୁପି ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଏନକାଉଣ୍ଟର ସହ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ସରଫରାଜ ଓ ତାଲିବଙ୍କୁ ପୋଲିସ ଗିରଫ କରିଛି। ପୋଲିସର ଆକ୍ସନରେ ଉଭୟଙ୍କ ଗୋଡରେ ଗୁଳି ବାଜିଥିଲା। ଗୁଳି ଚଳାଇବା ପରେ ପୋଲିସ ପ୍ରଥମେ ଉଭୟଙ୍କୁ ନାନପାରା CHC କୁ ନେଇ ସେଠାରୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସରଫରାଜଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।


H8. Assam Train Derail: ଆସାମର ଡିବାଲଙ୍ଗ ଷ୍ଟେସନ ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ହୋଇଛି। ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ଟି କୋଚ୍ ଲାଇନଚ୍ୟୁତ ହୋଇଛି। ତେବେ ରେଳବାଇ ମୁଖପାତ୍ର କହିଛନ୍ତି ଯେ ଟ୍ରେନ ଚଳାଚଳ ଯୋଗୁଁ କୌଣସି ଆହତ ହୋଇଥିବାର ଖବର ନାହିଁ। ଲୁମିଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦରପୁର ହିଲ ସେକ୍ସନରେ ଏହି ଦୁର୍ଘଟଣା ଘଟିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ତାଙ୍କ ସରକାରୀ ସାମାଜିକ ହ୍ୟାଣ୍ଡେଲ ଏକ୍ସ ଉପରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।


H9. UGC NET Result: UGC NET ପରୀକ୍ଷାର ଫଳାଫଳ ଅଫିସିଆଲ୍ ୱେବସାଇଟ୍ ugcnet.nta.ac.in ରେ ପ୍ରକାଶ ପାଇଛି । ୪୯୭୦ ପ୍ରାର୍ଥୀ JRF, ୫୩୬୯୪ ସହକାରୀ ପ୍ରଫେସର ଯୋଗ୍ୟତା ପାଇଁ ଏବଂ ୧୧୨୦୭୦ ପ୍ରାର୍ଥୀ କେବଳ PhD ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରାର୍ଥୀମାନେ ରେଜିଷ୍ଟ୍ରେସନ ନମ୍ବର ଓ ଜନ୍ମ ତାରିଖ ଏଣ୍ଟ୍ରି କରି ନିଜର ରେଜଲ୍ଟ ଯାଞ୍ଚ କରିପାରିବେ।


H10. Ind vs NZ 1st test match: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ସପକ୍ଷରେ କିଛି ନଥିଲା। ଏହି ମ୍ୟାଚ୍‌ରେ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ଖେଳାଯାଇ ପାରି ନଥିଲା, କିନ୍ତୁ ଦ୍ୱିତୀୟ ଦିନରେ ଟସ୍ ଜିତି ପ୍ରଥମ ଇନିଂସରେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୪୬ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ୍ ହରାଇ ୧୮୦ ରନ୍ ସଂଗ୍ରହ କରିଛି।