Top 10 News Headlines 23 October 2024: H1. Severe Cyclone Dana Update: ବର୍ତ୍ତମାନ ବାତ୍ୟା 'ଦାନା' ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି। ଏହା ପାରାଦୀପ ଠାରୁ ୪୨୦ କିମି, ଧାମରାରୁ ୪୫୦ କିମି ଦୂରରେ ରହିଛି। ଆସନ୍ତା କାଲି ସକାଳ ସୁଦ୍ଧା ଏହା 'ଦାନା'ଦ୍ଭୀଷଣ ବାତ୍ୟାର ରୂପ ନେବ। ପାଣିପାଗ ଆକଳନ ଅନୁସାରେ ବାତ୍ୟା ଦାନା ଭିତରକନିକା-ଧାମରା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ। ଏହି ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ।


COMMERCIAL BREAK
SCROLL TO CONTINUE READING

H2. Bhubaneswar airport flight services suspended: ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ବିମାନ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳ ବନ୍ଦ ରହିବ।  ଆସନ୍ତାକାଲି ଅପରାହ୍ନ ୫ଟାରୁ ୨୫ ତାରିଖ ସକାଳ ୯ଟା ଯାଏଁ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳ ବନ୍ଦ ରହିବ। 


H3. Chairperson & Members Of State Commission For Women Dismissed: ରାଜ୍ୟରେ ଥିବା ମୋହନ ମାଝୀ  ସରକାର ଆଜି ଚେୟାରମ୍ୟାନ୍ ତଥା ଓଡିଶା ରାଜ୍ୟ ମହିଳା ଆୟୋଗର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି। ରାଜ୍ୟ ସରକାର ଏକ ବୟାନରେ କହିଛନ୍ତି ଯେ ଓଡିଶା ଏସସିଡବ୍ଲୁ ଚେୟାରମ୍ୟାନ୍ ମିନତୀ ବେହେରା ଏବଂ ଆୟୋଗର ସମସ୍ତ ସଦସ୍ୟ - ସ୍ୱର୍ଣ୍ଣଲତା ସାମଲ, ସୁଜତା ଦିଗଲ, ବିଜୟା ବାରୱା ଏବଂ ବବିତା ସ୍ୱାଇଁଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି।


H4. Cyclone DANA Update: ରାଜ୍ୟରେ ବାତ୍ୟା ‘ଦାନା’ର ପ୍ରକୋପକୁ ନଜରରେ ରଖି ରାଜ୍ୟ ସରକାର ମୁକାବିଲା ତଥା ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିକ୍ରମରେ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ନିରାପଦ  ଆଶ୍ରୟସ୍ଥଳକୁ ନେବା ପାଇଁ ଅଭିଯାନ ଚାଲିଥିଲା। ସନ୍ଧ୍ୟା ପୂର୍ବରୁ ସମସ୍ତ ଚିହ୍ନିତ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ନେବାକୁ  ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଆଦେଶ ଦେଇଥିଲେ। ଏହିକ୍ରମରେ ଜିଲ୍ଲାପାଳମାନେ ଲୋକଙ୍କୁ ସ୍ଥାନାନ୍ତରଣ କରିଛନ୍ତି।


H5. 340 trains cancelled due to Cyclone DANA: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପୂର୍ବ ଏବଂ ଦକ୍ଷିଣ ପୂର୍ବ ରେଳବାଇ ଅକ୍ଟୋବର ୨୪ ଓ ୨୫ ରେ ୩୪୦ ରୁ ଅଧିକ ଦୂରଗାମୀ ବିଶିଷ୍ଟ ମେଲ-ଏକ୍ସପ୍ରେସ ଏବଂ ସ୍ଥାନୀୟ EMU ଟ୍ରେନର କାର୍ଯ୍ୟକୁ ବାତିଲ କରିଦେଇଛି। ଏଥିମଧ୍ୟରେ ପ୍ରାୟ ୧୨୦ ମେଲ-ଏକ୍ସପ୍ରେସ ଏବଂ ଦକ୍ଷିଣ ପୂର୍ବ ରେଳବାଇର ୫୨ଟି ସ୍ଥାନୀୟ ଟ୍ରେନ୍ (SEP) ଅନ୍ତର୍ଭୁକ୍ତ। ରେଳବାଇ ଦ୍ୱାରା ବାତିଲ ହୋଇଥିବା ଅଧିକାଂଶ ଏକ୍ସପ୍ରେସ ଟ୍ରେନରେ ଓଡିଶା ଏବଂ ଦକ୍ଷିଣ ଭାରତ ଯାଉଥିବା ଟ୍ରେନ ଅନ୍ତର୍ଭୁକ୍ତ।


H6. OPSC Postponed OAS Prelim due to Cyclone Dana: ଅତି ପ୍ରଭାବଶାଳୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ  ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୨୭ ତାରିଖରେ ଏହି ପରୀକ୍ଷା କରିବା ପାଇଁ ସ୍ଥିର କରାଯାଇଥିଲା। ଏବେ କେଉଁ ତାରିଖରେ ପରୀକ୍ଷା ହେବ ତାହା ଆସନ୍ତା ୭ ଦିନ ଭିତରେ ଜଣାପଡ଼ିବ ବୋଲି ଓପିଏସ୍‍ସି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏଥିଲାଗି ପ୍ରାର୍ଥୀଙ୍କୁ ଓପିଏସ୍‍ସିର ୱେବସାଇଟ୍‍ opsc.gov.in କୁ ଦେଖିବା ଲାଗି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 


H7. DG IG meeting will be held in Odisha: ଚଳିତ ବର୍ଷର ଡିଜି ପୁଲିସ ଓ ଆଜି ପୁଲିସ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇପାରେ। ଏଥିଲାଗି ଅକ୍ଟୋବର ୨୯ ତାରିଖକୁ ସ୍ଥିର କରାଯାଇଛି। ଏହା ୩ ଦିନ ଧରି ଚାଲିବ। ୧ ତାରିଖରେ ଉଦ୍‍ପନୀ ହେବ। ଏହି ବୈଠକରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। 


H8. PM Modi In BRICS Summit 2024: ଋଷ-ୟୁକ୍ରେନ ଯୁଦ୍ଧର କଥାବାର୍ତ୍ତା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ଶିଖର ସମ୍ମିଳନୀରେ କହିଛନ୍ତି ଯେ ଭାରତ ଯୁଦ୍ଧକୁ ନୁହେଁ ବରଂ କଥାବାର୍ତ୍ତା ଏବଂ କୂଟନୀତିକୁ ସମର୍ଥନ କରେ। ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବ୍ରିକ୍ସ ଗୋଷ୍ଠୀ ଏକ ସକରାତ୍ମକ ଭୂମିକା ଗ୍ରହଣ କରିବ ବୋଲି ସମଗ୍ର ବିଶ୍ୱ ଆଶା କରୁଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ବିଶ୍ୱ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ଓ ଏହାର ସମାଧାନରେ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।


H9. Highest T20 International Score Record: ବୁଧବାର ଦିନ ଜିମ୍ବାୱେ କ୍ରିକେଟ୍ ଦଳ ଜବରଦସ୍ତ ଇତିହାସ ସୃଷ୍ଟି କରିଛି। ଜିମ୍ବାୱେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସ୍କୋର କରିଛି। ଜିମ୍ବାୱେ ୨୦ ଓଭରରେ ୪ ୱିକେଟ୍ ହରାଇବା ପରେ ଗାମ୍ବିଆ ବିପକ୍ଷରେ ୩୪୪ ରନ୍ ସଂଗ୍ରହ କରିଥିଲା। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ସବ୍ ରିଜନାଲ ଆଫ୍ରିକା କ୍ୱାଲିଫାୟର୍ ଗ୍ରୁପ୍ ବି ୨୦୨୪ ମ୍ୟାଚ୍ ରେ ଏହି କୀର୍ତ୍ତିମାନ ଦେଖିବାକୁ ମିଳିଥିଲା ।


H10. IND vs NZ 2nd Test:  ଗୁରୁବାର ଦିନ ଠାରୁ ପୁଣେରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏହି ଟେଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୦-୧ ରେ ପଛୁଆ ରହିଛି ଏବଂ ପୁଣେରେ ଟିମ୍ ଇଣ୍ଡିଆ ବିଜୟ ହେବା ଲକ୍ଷ୍ୟ ନେଇ ଖେଳିବ। କିୱି ଦଳ ବିପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ସେ କେ.ଏଲ୍ ରାହୁଲଙ୍କୁ ସମର୍ଥନ କରିଥିଲେ ଏବଂ ଋଷଭ ପନ୍ତ ଏବଂ ଜସପ୍ରୀତ ବୁମ୍ରା ଏବଂ ଅନ୍ୟାନ୍ୟ ବିଷୟ ବିଷୟରେ ମଧ୍ୟ କହିଥିଲେ।