Top 10 News Headlines 21 August 2024: H1. ASI To Begin Inspection Of Ratna Bhandar Soon: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କରିବ ASIର ଉଚ୍ଚସ୍ତରୀୟ ଟିମ୍। ଏହାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଅନୁମତି ମିଳିଥିବା ସୂଚନା। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ଆସିବ। ରତ୍ନଭଣ୍ଡାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ।


COMMERCIAL BREAK
SCROLL TO CONTINUE READING

H2. Rain alert for several district: ଭାରତ ପାଣିପାଗ ବିଭାଗର (IMD) ପୂର୍ବାନୁମାନ ଅନୁଯାୟୀ ବାଂଲାଦେଶ ଉପରେ ସମ୍ଭାବ୍ୟ ନିମ୍ନ-ଚାପ କ୍ଷେତ୍ର ଯୋଗୁଁ ଓଡି଼ଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।


H3. Odisha Bird flu scare: ରାଜ୍ୟର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ସତର୍କ ହୋଇଉଠିଛି ପ୍ରଶାସନ। ଏହି ସଂକ୍ରମଣ ରୋକିବାକୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଶନିବାର ସଂଧ୍ୟାରୁ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ଏହି ଅଞ୍ଚଳର ଭିନ୍ନ ଭିନ୍ନ ବ୍ରଏଲର ଫାର୍ମରେ ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ  ସଂପଦ ବିଭାଗର ଲକ୍ଷ୍ୟ ରହିଛି। 


H4. Kolkata Rape-Murder Case: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) କୋଲକାତାର ଆର.ଜି କାର୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିୟର ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାର ତଦନ୍ତ ଜାରି ରଖିଛି। ଏଥିରେ ନିରନ୍ତର ଚଢ଼ାଉ ମଧ୍ୟ କରୁଛନ୍ତି। ଏହି ପ୍ରସଙ୍ଗରେ ଜଣେ ସିବିଆଇ ଅଧିକାରୀ କହିଛନ୍ତି ଯେ ଅନେକ ଠୋସ୍ ପ୍ରମାଣ ମିଳିଛି। ଏହା ସହିତ ସିବିଆଇ କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ କରି ଏହି ମାମଲାରେ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଛି।


H5. Asha Sharma Dies: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ଆଶା ଶର୍ମାଙ୍କର ଆଜି ଦେହାନ୍ତ ହୋଇଛି, ଯେଉଁଥିପାଇଁ ସମଗ୍ର ଟିଭି ଇଣ୍ଡଷ୍ଟ୍ରି ଶୋକରେ ଅଛି। ଆଜି ଅପରାହ୍ନରେ CINTAA (ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍) ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଶାଙ୍କ ମୃତ୍ୟୁ ବିଷୟରେ ସୂଚନା ସେୟାର କରାଯାଇଛି। ଆଶା ଟିଭି ଦୁନିଆରେ ଏକ ଜଣାଶୁଣା ନାମ। ଆଜି ସ୍ୱର୍ଗତ ଅଭିନେତ୍ରୀ ଆଶା ଶର୍ମା ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ନେଇ ଦୁନିଆରୁ ବିଦାୟ ଦେଇଛନ୍ତି।


H6. Pakistan invites PM Modi: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ତିକ୍ତତା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ SCO ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଏହି ବୌଠକ ପାଇଁ ଅନ୍ୟ ଦେଶରେ ନେତା ମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।


H7. PM Modi On Kolkata Rape-Murder Case: ମହାରାଷ୍ଟ୍ରର ଜଲଗାଓଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ମୁଁ ପ୍ରତ୍ୟେକ ରାଜନୈତିକ ଦଳ ଏବଂ ରାଜ୍ୟ ସରକାରଙ୍କୁ କହିବି ଯେ ଯେଉଁମାନେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି ସେମାନଙ୍କୁ ସୁରକ୍ଷା ନ ଦିଅନ୍ତୁ। ସେ କହିଛନ୍ତି ଯେ ଉକ୍ତ ମହିଳାଙ୍କ ବିରୋଧରେ ଅପରାଧ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।


H8. Mann Ki Baat : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତର ୧୧୩ ତମ ଏପିସୋଡରେ ଘର ଘର ତ୍ରିରଙ୍ଗା ଅଭିଯାନ ଓ ରାଜନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଚଳିତ ବର୍ଷ ମୁଁ ଲାଲ କିଲ୍ଲାରୁ ଏକ ଲକ୍ଷ ଯୁବକଙ୍କୁ ରାଜନୈତିକ ପୃଷ୍ଠଭୂମି ବିନା ରାଜନିତୀରେ ଯୋଡିବା ପାଇଁ ଏକ କଲ ଦେଇଛି। ମୋର ଏହା ଉପରେ ଏକ ଜବାବ ରହିଛି। ଏହା ଦର୍ଶାଉଛି ଯେ ଆମର କେତେଜଣ ଯୁବକ, ସେମାନେ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ। ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ମାର୍ଗଦର୍ଶନ ଖୋଜୁଛନ୍ତି।


H9. Israel-Hezbollah War: ଗୋଟିଏ ପଟେ ଇଜିପ୍ଟ, କାତାର ଓ ଆମେରିକା ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ରୋକିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ଲେବାନାନର ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ ଇସ୍ରାଏଲ ଉପରେ ଏକ ନୂଆ ଆକ୍ରମଣ କରି ଏକ ବଡ଼ ସାମରିକ ବିବାଦର ସମ୍ଭାବନାକୁ ବଢ଼ାଇ ଦେଇଛନ୍ତି। ରବିବାର ଦିନ ସକାଳେ ହିଜବୁଲ ଇସ୍ରାଏଲ ଉପରେ ଶହ ଶହ ରକେଟ୍ ଓ ଡ୍ରୋନ୍ ମାଡ କରିଥିଲା। ଏହାର ଜବାବରେ ଇସ୍ରାଏଲ ମଧ୍ୟ ପ୍ରାୟ ସମସ୍ତ ୧୦୦ ଡ୍ରୋନକୁ ଆକାଶରେ ନଷ୍ଟ କରି ଦେଇଥିଲା।


H10. PAK vs BAN 1st Test: ବାଂଲାଦେଶ ଶନିବାର ଦିନ ପାକିସ୍ତାନକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଟେଷ୍ଟ କ୍ରିକେଟରେ ନାଜମୁଲ ହୁସେନ୍‌ଙ୍କ ନେତୃତ୍ୱରେ ବାଂଲାଦେଶ ଦଳ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଛି। ରାୱଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ପାକିସ୍ତାନକୁ ୧୦ ୱିକେଟରେ ପରାସ୍ତ କରିଛି। ଏହାପୂର୍ବରୁ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମୋଟ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, ସେଥିମଧ୍ୟରୁ ପାକିସ୍ତାନ ୧୨ ଟି ମ୍ୟାଚ ଜିତିଥିଲା। 


Also Read: Janmashtami Horoscope 2024: ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରିୟ ଏହି ସବୁ ରାଶି, ଜନ୍ମାଷ୍ଟମୀରେ ପାଇବାକୁ ଯାଉଛନ୍ତି ବିଶେଷ ଆଶୀର୍ବାଦ


Also Read: Government Jobs: ଦଶମ ପାସ୍ କରିଥିଲା ISRO ରେ କରିପାରିବ ଚାକିରି, ମାସିକ ଦରମା ୧ ଲକ୍ଷ ଟଙ୍କାରୁ ଅଧିକ