Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Top 10 News Today: ବିଜେଡିର ବଡ ମିଶ୍ରଣ ପର୍ବରେ ଦଳରେ ମିଶିଲେ ଏହିସବୁ ନେତା...ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Top 10 News Today:
01- ବିଜେଡିର ବଡ ମିଶ୍ରଣ ପର୍ବରେ ଆଜି ଅନେକ ନେତା ଦଳରେ ସାମିଲ୍ ହୋଇଛନ୍ତି । ଗତକାଲି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ଶଙ୍ଖ ଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି ଗତକାଲି କଂଗ୍ରେସ ଛାଡିଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଆଜି ବିଜେଡିରେ ମିଶିଛନ୍ତି। ସାଂସଦ ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଚିରଞ୍ଜୀବ ଏବଂ ସୁକାନ୍ତ ନିଜ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି ।
02- ଆଜି ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁଦ୍ଧ ମନିଟର ଏହି ସୂଚନା ଦେଇଛନ୍ତି। ମାନବ ଅଧିକାର ପାଇଁ ସିରିଆର ଅବଜରଭେଟୋରୀ କହିଛି ଯେ ଆଲେପ୍ପୋ ପ୍ରଦେଶର ଆଜାଜର ଏକ ଜନଗହଳିପୂର୍ଣ୍ଣ ବଜାରର କେନ୍ଦ୍ର ସ୍ଥଳରେ ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।
03- ପଞ୍ଜାବର ପଟିଆଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଘରେ ଚାଲିଥିବା ବାର୍ଥ ଡେ ସେଲିବ୍ରେସନ ସୁଖ ଶେଷରେ ଶୋକରେ ପରିଣତ ହୋଇଛି। ଘଟଣାଟି ବହୁତ ହୃଦୟ ବିଦାରକ। ଯେତେବେଳେ ଜନ୍ମଦିନ ପାଳନ କରୁଥିବା ନାବାଳିକା ଜଣକ ନିଜ ବାର୍ଥ ଡେ କେକ୍ ଖାଇଥିଲା ସେତେବେଳେ ଘରର ଲୋକ ଓ ସେ ବହୁତ ଖୁସି ଥିଲେ ଏହି ଖୁସି କିଛି ସମୟ ପାଇଁ ଥିଲା। କାରଣ କେକ୍ ଖାଇବା ପରେ ୧୦ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ସୂଚନା ପାଇବା ପରେ ପୋଲିସ ନିଜ ତଦନ୍ତ ରେ ଲାଗିପଡ଼ିଛି।
04- ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଡଭାନୀଙ୍କ ବାସ ଭବନରେ ପହଞ୍ଚି ସମ୍ମାନିତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
05- ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ଆତଙ୍କ ମଚାଇଲେ ଲାଲ୍ ବାହିନୀ । ଛତିଶଗଡ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନାଠୁ ଅଳ୍ପ ଦୂରରେ ୪ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ନକ୍ସଲ । ଉକ୍ତ ଟ୍ରକରେ ଲୁହା ପଥର ରହିଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆମଦେଇ ଲୁହା ପଥର ଖଣିକୁ ନକ୍ସଲ ବିରୋଧ କରୁଥିବା ଜଣାପଡିଛି । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତନାଘନା ଚଳାଇଛି ।
06- ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟରେ ବିଜେପିକୁ ପ୍ରାର୍ଥୀ ମିଳୁନି ବୋଲି ସେ କଟାକ୍ଷ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ବିଜେପି କହୁଥିଲା ୧୪୭ ବିଧାନସଭା ଆସନରେ ଲଢିବ କିନ୍ତୁ ଏଯାଏଁ ୪୭ ପ୍ରାର୍ଥୀଙ୍କ ନାମ ବିଜେପିକୁ ମିଳୁନି । ସେଥିପାଇଁ ବିଧାୟକ ପ୍ରାର୍ଥୀ ନାମ ଘୋଷଣା ହୋଇପାରୁନି । ଅପରାଧ ରେକର୍ଡ ଥିବା ଏବଂ ଜନ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଭାବୁଛି ।
07- ଆସନ୍ତାକାଲି ଅର୍ଥାତ (୨୦୨୪ ଏପ୍ରିଲ ୧ ତାରିଖ) ସୋମବାର ଦିନ ପବିତ୍ର ଚୈତ୍ର କୃଷ୍ଣ ସପ୍ତମୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ସମୟରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
08- ୮୦ କେଜି ଗଂଜେଇ ସହ ଗୋଟିଏ କାର ଓ ଦୁଇ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ । ସମ୍ବଲପୁର ଶାସନ ଟୋଲ ପ୍ଲାଜା ପାଖରେ ଗୋଟିଏ କାରକୁ ଚେକିଂ ସମୟରେ ୮୦ କେଜି ଗଂଜେଇ ସହ ଦୁଇ ଜଣଙ୍କୁ ଗୋଇନ୍ଦା ଅବକାରୀ ବିଭାଗ ଧରି ଥିବା ବେଳେ ଜଣେ ଫେରାର ହୋଇ ଯାଇଛି। ଗଂଜେଇ ସୋନପୁରରୁ ଛତିଶଗଡ଼କୁ ଚାଲାଣ ହେଉଥିଲା। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ସୋନପୁରର ରବୀନ୍ଦ୍ର ଦଳେଇ ଓ ଛତିଶଗଡର ଗୁଲସନ୍ କୁମାର। ଜବତ ହୋଇଥିବା ଗଂଜେଇ ସହ କାର ର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
09- ଝାରସୁଗୁଡ଼ାରେ ଥିବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ସାଇସ୍ ଜେଟ୍ ତା’ର ସମ୍ପୂର୍ଣ୍ଣ ବିମାନ ସେବା ଅପସାରଣ କରିନେଇଛି ବୋଲି ସୂଚନା ମିଳିଛି। କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ଆଜିଠାରୁ (ମାର୍ଚ୍ଚ ୩୧)ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରାଯାଇଛି। ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଅନେକ ସମସ୍ୟାର ସମ୍ମୁଖିନ ହେବେ ବୋଲି ଜଣାପଡିଛି।
10- ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି ଗୂର୍ଣ୍ଣିବଳୟ ଓ କାଳବୈଶାଖୀ । ଓଡ଼ିଶା ଉପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ଦେଖା ଦେଇଛି । ଯାହାଦ୍ବାରା ତାତିରେ ସାମାନ୍ୟ ବ୍ରାକ ଲାଗିଛି । ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ସକାଳୁ ସକାଳୁ ପାଗ ମେଘୁଆ ରହିଛି । ଏହାସହ ଥଣ୍ଡା ପବନ ବହୁଛି । ସେହିପରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘୂର୍ଣ୍ଣିବଳୟର ପ୍ରଭାବ ଦେଖିବାକୁ ମିଳିଛି ।
Also Read- Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି
Also Read- Surya Gochar 2024: ସୂର୍ଯ୍ୟଙ୍କ ଚଳନ ପ୍ରଭାବ,ଏହି ରାଶି ବ୍ୟକ୍ତିଙ୍କ ପ୍ରେମ ଜୀବନରେ ବଢିବ ଚିନ୍ତା