Top 10 News Headlines 3rd Augsut 2024: H1. Soil Conservation Overseer held for bribery : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୂର୍ତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା। ଆଜି ୧୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ପ୍ରକଳ୍ପର ବିଲ୍ କରିଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୧୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୋନପୁର ସହରର ପଟାଭାଡ଼ିଠାରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। 


COMMERCIAL BREAK
SCROLL TO CONTINUE READING

H2. Prithiviraj Harichandan On 'Arpan Rice': ଜଗନ୍ନାଥ ପ୍ରେମୀ ଦେଇଥିବା ଅର୍ପଣ ଚାଉଳ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ। କମିଟି ବସିବା ପରେ ଯାହା ପରାମର୍ଶ ଆସିବ ତାକୁ ସରକାର ଗ୍ରହଣ କରିବେ ବୋଲି କହିଛନ୍ତି। 


H3. Vaccination for stray dogs: ରାଜ୍ୟକୁ ୨୦୩୦ ସୁଦ୍ଧା ରେବିଜ୍-ମୁକ୍ତ କରିବାକୁ ଲକ୍ଷ୍ୟ ସ୍ଥିର ହୋଇଛି ବୋଲି ଶନିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଲକ୍ଷ୍ୟ ସ୍ଥିର ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ ବୁଲା କୁକୁରମାନଙ୍କୁ ଟିକାକରଣ କରାଯିବ। ସହରାଞ୍ଚଳ ବିକାଶ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ୨୦୩୦ ସୁଦ୍ଧା ଦେଶ ତଥା ରାଜ୍ୟରେ ରେବିଜ୍ ମୁକ୍ତ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।


H4. Odisha weather update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତରେ ପରିଣତ ହୋଇଛି । ଉତ୍ତର ଝାଡ଼ଖଣ୍ଡ ଓ ଏହାର ପାଖାପାଖି ଅଞ୍ଚଳରେ ସକ୍ରିୟ ରହିଥିବା ଅବପାତ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଥିବା ବେଳେ ଆଜି ସକାଳେ ଗଭୀର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଉତ୍ତରର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି ।


H5. Bharatanatyam Veteran Yamini Krishnamurthy Dies At 84: ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଯାମିନୀ କୃଷ୍ଣମୂର୍ତ୍ତି ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଶନିବାର ଦିନ ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କୃଷ୍ଣମୂର୍ତ୍ତିଙ୍କ ମ୍ୟାନେଜର ତଥା ସଚିବ ଗଣେଶ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ ପୋଷ୍ଟ କରି କୃଷ୍ଣମୂର୍ତ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।


H6. Ayodhya rape case: ଅଯୋଧ୍ୟା ଗଣଦୁଷ୍କର୍ମ ମାମଲାରେ ୟୁପି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ମୁଖ୍ୟ ଅଭିଯୁକ୍ତ ମୋୟଦ ଖାନଙ୍କ ବେକେରୀକୁ ଏକ ବୁଲଡୋଜର ସାହାଯ୍ୟରେ ମାଟିରେ ମିଶାଇ ଦେଇଛି। କଡା କାର୍ଯ୍ୟାନୁଷ୍ଠାନ ପରେ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ସ୍ଥାନୀୟ ବିଧାୟକ ଅମିତ ସିଂ ଚୌହାନ ପୀଡିତାଙ୍କ ଘରେ ପହଞ୍ଚି ପରିବାରକୁ ୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ।


H7. Retired Punjab Police AIG shoots son-in-law: ଚଣ୍ଡିଗଡ଼ କୋର୍ଟ ପରିସରରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ବୈବାହିକ କଳହ ମାମଲାକୁ ନେଇ ଦୁଇ ପକ୍ଷ ପାରିବାରିକ କୋର୍ଟକୁ ଆସିଥିଲେ। ଏହି ସମୟ ମଧ୍ୟରେ ପଞ୍ଜାବ ପୋଲିସର ପୂର୍ବତନ ଏଆଇଜି ମାଲବିନ୍ଦର ସିଂ ସିଦ୍ଧୁ ତାଙ୍କ ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ, ଯେଉଁଥିପାଇଁ ସେ ମୃତ୍ୟୁବରଣ କରିଛନ୍ତି। ମୃତ ଜ୍ୱାଇଁ ହରପ୍ରୀତ ସିଂ କୃଷି ବିଭାଗରେ ଆଇଆରଏସ ଥିଲେ।


H8. Iran-Israel Tension: ମଧ୍ୟ ପୂର୍ବର ଦୁଇ ବଡ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଇରାନ ଏବଂ ଏହାର ସମର୍ଥକ ଉଗ୍ରବାଦୀ ସଂଗଠନ ହିଜବୁଲ କହିଛି ଯେ ସେମାନେ ହାମାସ ମୁଖ୍ୟ ଇସମାଇଲ ହାନିଆ ଏବଂ ହିଜବୁଲର ବରିଷ୍ଠ ନେତାଙ୍କ ହତ୍ୟାରୁ ପ୍ରତିଶୋଧ ନେବେ। ଇସ୍ରାଏଲ ମଙ୍ଗଳବାର ଦିନ ଲେବାନାନର ରାଜଧାନୀ ବେରୁତରେ ହିଜବୁଲ କମାଣ୍ଡର ଫୁଆଦ ଶୁକରଙ୍କୁ ହତ୍ୟା କରିଥିଲା।


H9. Manu Bhaker Misses 3rd Medal: ଭାରତର ତାରକା ସୁଟର ମନୁ ଭାକର ପ୍ୟାରିସ୍ ଅଲମ୍ଫିକ୍ସରେ ନିଜର ପଦକରୁ ବଞ୍ଚିତ ହୋଇଛନ୍ତି। ସେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାରେ ସମୁଦାୟ ୧୦ ଟି ସିଟ୍ ଗୁଳି ମାରିବାକୁ ପଡିଥାଏ। ଗୋଟିଏ ସିରିଜରେ ମୋଟ ପାଞ୍ଚଟି ସଟ୍ ଥିଲା। ତିନିଟି ସିରିଜ୍ ପରେ ଏଲିମିନେସନ୍ ରାଉଣ୍ଡ ଆରମ୍ଭ ହୋଇଥିଲା। ମନୁ ୨୮ ସ୍କୋର ସହିତ ଆଠଟି ସିରିଜ୍ ପରେ ଚତୁର୍ଥ ସ୍ଥାନରେ ରହିଥିଲେ।


H10. Jay Shah On New National Cricket Academy: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ଏହି ଅବଧିରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଉଛି। ଶନିବାର ଦିନ ବିସିସିଆଇ ସଚିବ ଭାରତୀୟ କ୍ରିକେଟ୍ ଖେଳାଳିଙ୍କୁ ଏକ ବଡ଼ ଉପହାର ଦେବାକୁ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହ ସୋସିଆଲ ମିଡିଆରେ ନୂଆ ଏନସିଏ ବିଷୟରେ ଘୋଷଣା କରିଛନ୍ତି। ଯାହା ଭାରତୀୟ କ୍ରିକେଟ୍ କୁ ଉନ୍ନତ କରିବ ଓ ଖେଳାଳିମାନେ ଆଧୁନିକ ସୁବିଧା ପାଇବେ।