Top 10 News Headlines: ୩୦ ଟଙ୍କାରେ ଆଳୁ ବିକିବେ ରାଜ୍ୟ ସରକାର; ଧାର୍ଯ୍ୟ ସମୟରେ ହେବ NEET PG ପରିକ୍ଷା, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କେଜି ୩୦ଟଙ୍କାରେ ଲୋକଙ୍କୁ ଦିଆଯିବ ଆଳୁ। ଏନେଇ ଦିଲ୍ଲୀରୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 9 August 2024: H1. Potatoes to be sold at Rs 30 per kg in Odisha: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି। ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି। ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କେଜି ୩୦ଟଙ୍କାରେ ଦିଆଯିବ ଆଳୁ। ଏନେଇ ଦିଲ୍ଲୀରୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
H2. Odisha Vigilance arrests Junior Engineer: ରାଜ୍ୟ ସାରା ଭିଜିଲାନ୍ସ ପକ୍ଷରୁ ଜୋରଦାର ଚଢ଼ଉ ହେଉଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ କରିଛି । ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକଙ୍କୁ ଧରିଛି ଭିଜିଲାନ୍ସ। ଏକ ସ୍ମଶାନ ଗୃହ ବିଲ କରାଇବା ପାଇଁ ପ୍ରତାପ କାଣ୍ଡିଙ୍କଠୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଧରା ପଡ଼ିଛନ୍ତି।
H3. Odisha CM Announces Pension For Freedom Fighters: ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ସେମାନଙ୍କ ପରିବାର ଲୋକେ ପାଇବେ ଭତ୍ତା। ଆଜି କ୍ରାନ୍ତି ଦିବସରେ କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ କୁଟୁମ୍ବ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ପ୍ରଦାନ କରିବେ ସରକାର।
H4. Krushna Maharana passes away: ଦେବ ଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣ ମହାରଣାଙ୍କ ପରଲୋକ । ପ୍ରାୟ ୯୫ ବର୍ଷ ବୟସରେ ମୃତ୍ୟବରଣ କରିଛନ୍ତି । ନିଜ ମାର୍କଣ୍ଡଶ୍ୱର ସାହି ବାସଭବନରେ ଆଜି ସକାଳ ପ୍ରାୟ ୬ଟା ସମୟରେ ପରଲୋକ ହୋଇଛି । ସେ ମହାପ୍ରଭୁଙ୍କର ୪ଟି ନବକଳେବର ଓ ୫୦ରୁ ଅଧିକ ରଥ ନିର୍ମାଣ କରିଥିଲେ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା ଓ ତିନିରଥର ମୁଖ୍ୟ ତତ୍ତ୍ୱାବଧାରକ ଭାବେ ଅନେକ ବର୍ଷ ଦାୟିତ୍ୱ ତୁଲାଇଥିଲେ।
H5. RSS Chief Mohan Bhagwat Visits Puri Shreemandir: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ଶ୍ରୀଯୁକ୍ତ ଭାଗବତ। ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତ ପାବନଙ୍କ ସାନିଧ୍ୟ ମଧ୍ୟ ନେଇଥିଲେ।
H6. NEET PG ପରୀକ୍ଷା ସ୍ଥଗିତ ରଖିବାକୁ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। NEET PG ର ପରିକ୍ଷା ସ୍ଥିର ହୋଇଥିବା ତାରିଖ ୧୧ ଅଗଷ୍ଟରେ ହେବ। ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ପିଟିସନରେ ସ୍ଥଗିତାଦେଶ ଏବଂ ପୁନଃ ସ୍ଥିର କରିବାକୁ କୁହାଯାଇଥିଲା। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ୍ ଓ ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରିଛି। ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ ଏହା ଏକ ଆଦର୍ଶ ଦୁନିଆ ନୁହେଁ ଏବଂ ଆମେ ଏକ ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିପାରିବୁ ନାହିଁ।
H7. SC on Manish Sisodia Bail: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆରାମ ମିଳିଛି। ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନକୁ ନେଇ ସିସୋଦିଆଙ୍କ ନିକଟରେ କୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି।
H8. Waqf (Amendment) Bill 2024: ୱାକଫ ଆକ୍ଟ ସଂଶୋଧନ ବିଲ୍ ପାଇଁ ମିଳିତ ସଂସଦ କମିଟି (ଜେପିସି) ଘୋଷଣା କରାଯାଇଛି। ଏଥିରେ ଲୋକସଭାର ୨୧ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ସାମିଲ ହେବେ। ଆସାଦୁଦ୍ଦିନ ଓୱେସି, ନିଶିକାନ୍ତ ଦୁବେ, ତେଜସ୍ୱୀ ସୂର୍ୟା, ଜଗଦମ୍ବିକା ପାଲ, ଇମ୍ରାନ ମାସୁଦ, ଗୌରବ ଗୋଗଇ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ମିଳିତ ସଂସଦ କମିଟିରେ ସମୁଦାୟ ୩୧ ଜଣ ସଦସ୍ୟ ରହିବେ।
H9. PM Narendra Modi to visit Wayanad: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ୧୦ ଅଗଷ୍ଟରେ ୱାୟାନାଡର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ସମୟ ମଧ୍ୟରେ ସେ ରିଲିଫ ଓ ପୁନର୍ବାସ ପ୍ରୟାସର ସମୀକ୍ଷା କରିବେ। କହିରଖୁଛୁ ଯେ ୩୦ ଜୁଲାଇ ସକାଳେ କେରଳର ପାହାଡ଼ିଆ ୱାୟାନାଡ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ଘଟିବା ପରେ ମୃତ୍ୟୁ ସଂଖ୍ୟା ୨୨୬ ରେ ପହଞ୍ଚିଛି।
H10. Anurag Thakur On Rahul Gandhi: ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି ଯେ ଗାଜା ଉପରେ କଂଗ୍ରେସ ନେତାମାନେ ଅନେକ ବଡ଼ ବଡ଼ କଥା କହୁଥିଲେ କିନ୍ତୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କେଉଁ କାରଣ ପାଇଁ ନିରବତା ଅବଲମ୍ବନ କରୁଛନ୍ତି।