1.ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀତ୍ୱରୁ ଓହରିଛନ୍ତି ଜୋ ବାଇଡେନ୍‍। ଅନେକ ଦିନ ହେଲା ତାଙ୍କର ବୟସାଧିକ୍ୟ ଓ ମତିଭ୍ରମକୁ ନେଇ ଆଲୋଚନା ହେଉଥିଲା। ସେ ଏକ ବାର୍ତ୍ତାରେ ଜଣାଇଛନ୍ତି ଯେ, କମଳା ହ୍ୟାରିସ୍‍ ହେବେ ଡେମୋକ୍ରାଟିକ୍‍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ। ବାଇଡେନ୍‍ଙ୍କ ଏହି ନିଷ୍ପତ୍ତିକୁ ପୂର୍ବତନ ରାଷ୍ଟ୍ରପତି ବାରାକ୍‍ ଓବାମା ସମର୍ଥନ ଜଣାଇଛନ୍ତି।


COMMERCIAL BREAK
SCROLL TO CONTINUE READING

2.ଆଜି ବିଧାନସଭାର ପ୍ରଥମ ଅଧିବେଶନ। ଆଜିଠୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ବିଧାନସଭାର ପ୍ରଥମ ଅଧିବେଶନ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ। ଆଜିଠାରୁ ୩୦ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୧୩ ଯାଏ ଏହି ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଅଭିଭାଷଣ, ବଜେଟ ଉପସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ରହିଛି। ଏହାସହ ସରକାର କିଛି ନୂଆ ବିଧେୟକ ଆଣି ନୂଆ ନୀତି ବା ସଂଶୋଧନ ଘୋଷଣା କରିପାରନ୍ତି।


3.ବିଧାନସଭାରେ ଆଜି ଉପ ବାଚସ୍ପତିଙ୍କ ନିର୍ବାଚନ ରହିଛି। ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ କ୍ରମେ ବିଜେଡି ଓ କଂଗ୍ରେସ ଘେରିବେ। ମୁଖ୍ୟତଃ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ, ରଙ୍ଗ ଓ ଲୋଗୋ ପରିବର୍ତ୍ତନ ପ୍ରସଙ୍‍ଗ ହୋଇପାରେ। ଏଥିଲାଗି କଂଗଅେସ ଓ ବିଜେଡି ପ୍ରସ୍ତୁତ ରହିଛନ୍ତି।


4. ଆଜିଠାରୁ ଆରମ୍ଭ ହେଉଛି ସଂସଦର ଅଧିବେଶନ। ମୌସୁମୀ ଅଧିବେଶନରେ ବଜେଟ୍‍ ଉପସ୍ଥାପନ ସହ ଅନ୍ୟ କାର୍ଯ୍ୟକମ ମଧ୍ୟ ରହିଛି। ଆଜି ପ୍ରଥମ ଦିନରେ ସଂସଦରେ ଉପସ୍ଥାପନ ହେବ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ। ଦେଶର ଅର୍ଥନୀତିକ ବ୍ୟବସ୍ଥା ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିଥାଏ। ଗୃହ ଆରମ୍ଭରୁ ପ୍ରଥମରେ ଆସାନସୋଲ ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ସାଂସଦ ଶତ୍ରୁଘ୍ନ ପ୍ରସାଦ ସିହ୍ନାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବ।


 


5.ସଂସଦୀୟ ଅଧିବେଶନର ପ୍ରଥମ ଦିନରେ ବିରୋଧି ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରି ପାରନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍‍ ସହ ବିରୋଧୀ ଦଳ ଉତ୍ତର ପ୍ରଦେଶ ସରକାର ଖଦ୍ୟ ଷ୍ଟଲ୍‍ ଗୁଡ଼ିକୁ ମାଲିକଙ୍କ ନାମ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ମୁଖ୍ୟ ପ୍ରସଙ୍ଗ ପାଲଟିପାରେ। ଏହାସହ ମଣିପୁର ପ୍ରସଙ୍ଗ, ଆତଙ୍କବାଦ ଓ ସହଯୋଗୀ ଦଳମାନଙ୍କ ଦ୍‍ୱାରା ସ୍ୱଥନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରମୁଖ ପ୍ରସଙ୍ଗ ହୋଇପାରେ।


6.ନିଟ୍‍ ପ୍ରଶ୍ନପତ୍ର ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି ଧାର୍ଯ୍ୟ କରାଯାଇଛି। କୋର୍ଟଙ୍କ ଆଦେଶ କ୍ରମେ ପୂର୍ବରୁ ସହର ଏବଂ ପରୀକ୍ଷର କେନ୍ଦ୍ର ଅନୁସାରେ ପରୀକ୍ଷାର୍ଥୀ ରଖିଥିବା ମାର୍କ ପୁଣିଥରେ ପ୍ରକାଶ ପାଇଛି।


7.ବାଂଲାଦେଶ ହିଂସା ପରିପ୍ରେକ୍ଷୀରେ ସେଠାରେ ଥିବା ୪୫୦୦ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଅଣାଯାଇଛି। ଏହାଙ୍କ ସହ ୫୦୦ ନେପାଳ, ୩୮ ଜଣ ଭୂଟାନ ଓ ଜଣେ ମାଲଡିଭ୍ସ ଛାତ୍ରଙ୍କୁ ମଧ୍ୟ ବାଂଲାଦେଶରୁ ଉଦ୍ଧାର କରିଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ସୁରକ୍ଷିତ ଭାବେ ସେମାନଙ୍କୁ ଭାରତୀୟ ସୀମାକୁ ଆଣିବା ପରେ ସେମାନଙ୍କଉପଯୁକ୍ତ ସୁରକ୍ଷା ଯାଞ୍ଚ କରାଯାଇ ଭାରତ ଭିତରକୁ ପ୍ରବେଶ କରାଯାଇଛି।


8.ରାଜ୍ୟ କଂଗ୍ରେସକୁ ଭଙ୍ଗ କରିଛନ୍ତି ଏଆସିସି। ସଭାପତି, ଛାମୁଆ ସଂଗଠନ,  ଜିଲ୍ଲା ସଂଗଠନକୁ ମଧ୍ୟ ଭାଙ୍ଗି ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ନାମ ନଆସିଲା ଯାଏ ଜିଲ୍ଲା କମିଟିଗୁଡ଼ିକ ନିଜ ନିଜ ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ କୁହାଯାଇଛି। ନିର୍ବାଚନ ପରେ ଦଳ ଭିତରେ ସୃଷ୍ଟି ହୋଇଥିବା କନ୍ଦଳ ଓ ଅସନ୍ତୋଷ ଏହାର କାରଣ ବୋଲି କୁହାଯାଉଛି।


9.ଆଜିଠାରୁ ଶ୍ରାବଣ ସୋମବାର ବ୍ରତ ଆରମ୍ଭ ହେଉଛି। ହିନ୍ଦୁ ଉପାସକଙ୍କ ପାଇଁ ଏହି ମାସର ସୋମବାରଗୁଡ଼ିକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସୋମବାର ଦିନ ଭଗବାନ ଶିବଙ୍କୁ ଜଳାଭିଶେକ କରାଯାଏ। ପବିତ୍ର ନଦୀ ଓ ପୁଷ୍କରିଣୀରୁ ଜଳ ନେଇ ଶିବ ମନ୍ଦିରରେ ଲାଗି କରିବାର ପରମ୍ପରା ରହିଛି। ଏଥିଲାଗି କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୁଏ।


10.ରାଜ୍ୟରେ ଆଉ ଦୁଇଦିନ ବର୍ଷା ଲାଗି ରହିବ। ଲଗାତାର ଲଘୁଚାପ ଯୋଗୁ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ଅନୁଗୁଳ, ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କିନ୍ତୁ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି।