Natural Farming Mission: କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ ଆଜି ୨୨ ହଜାର ୮୪୭ କୋଟି ଟଙ୍କାର ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏଥିରେ ପ୍ରାକୃତିକ କୃଷିଠାରୁ ଆରମ୍ଭ କରି ଉଚ୍ଚଶିକ୍ଷାର ବିକାଶ, ନବସୃଜନ ଓ ଷ୍ଟାର୍ଟଅପକୁ ପ୍ରୋତ୍ସାହନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶରେ ସଡ଼କପଥକୁ ସମ୍ପ୍ରସାରଣ ଏବଂ ଅରୁଣାଚଳ ପ୍ରଦେଶରେ ଦୁଇଟି ଜଳ ବିଜୁଳି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ପ୍ରଥମଥର ପାଇଁ ସରକାର ଅଣ ରାସାୟନିକ କୃଷିର ବିକାଶ ପାଇଁ ଏକ ସାମଗ୍ରିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ କ୍ଷେତରେ ଚାଷ ସାଙ୍ଗକୁ ଶିକ୍ଷା ଓ ବଜାର ବ୍ୟବସ୍ଥାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

Jajpur Biraja Khetra: ବିରଜା କ୍ଷେତ୍ର କେବଳ ଓଡ଼ିଶାର ନୁହେଁ ବରଂ ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡ଼ିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’ ବିରଜାଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ନାଭି ଗୟା ଭାବରେ ବିରଜା ପୀଠର ପ୍ରସିଦ୍ଧି ରହିଛି। ମା’ ବିରଜାଙ୍କ ପ୍ରତି ସାରା ଓଡ଼ିଶାର ଜନସାଧାରଣଙ୍କ ପ୍ରଗାଢ ଭକ୍ତି ଓ ନିଷ୍ଠା ରହିଛି। ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡିକ ଜାରି ରହିଛି। ଏହା ସହିତ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଡିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ।


Odisha Assembly: ମଙ୍ଗଳବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ ସୂଚନା ପ୍ରଦାନ କରିଛନ୍ତି। ଶୀତକାଳୀନ ଅଧିବେଶନରେ କଂଗ୍ରେସ ଦଳ କେଉଁକେଉଁ ପ୍ରସଙ୍ଗ ଉଠାଇବ ସେ ନେଇ ଆଲୋଚନା ହୋଇଛି। ଆକ୍ରମଣାତ୍ମକ ଶୈଳୀରେ ବିଧାନସଭାକୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। 


Odisha Assembly From Tomorrow:  ବିଧାନସଭାରେ ସରକାରଙ୍କୁ ଅଡୁଆରେ ପକାଇବାକୁ ପ୍ରଭାବି ଡଙ୍ଗରେ ଉପସ୍ଥାପନ କରିବେ ବିରୋଧୀ । ଆଇନ ଶୃଙ୍ଖଳାରୁ- ଆମ୍ୱ ଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ ଘଟଣା ଉଠାଇ ହୁଲୁସ୍ତୁଲୁ କରିବେ ବିଜେଡି- କଂଗ୍ରେସ । ସେପଟେ ଚଳିତ ଶୀତ ଅଧିବେଶନରେ ଗୁରୁତ୍ୱପୂଣ୍ଣ ବିଲ ଆଣିବାକୁ ଯାଉଛନ୍ତି । ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହେଲେଣି ବିରୋଧୀ ବିଜେଡି ଓ କଂଗ୍ରେସ । ସରକାରଙ୍କ ଅବହେଳ ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡୁଆରେ ପକାଇବାକୁ ବିଧାୟକ ଦଳ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିରୋଧୀ ।


Pm Modi Odisha Visit:  ଓଡିଶାକୁ ପୂର୍ବଦୟ ବିକାଶର ଦ୍ୱାର ହେବ, କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୩୦ ଦିନ ଭିତରେ ୩ଥର ଓଡିଶା ଆସିବାକୁ ଯାଉଛନ୍ତି । ଓଡିଶାରେ ହେବାକୁ ଥିବା ପ୍ରଥମ ଥର ଡିଜିପି କନଫ୍ରେନ୍ସରେ ଯୋଗ ଦେବେ ମୋଦି । ୨୯,୩୦ ଏବଂ ୧ ତାରିଖ ତିନିଧରି ଏହି କାର୍ଯ୍ୟକ୍ରମ ଚାଲିବ । ପ୍ରଧାନମନ୍ତ୍ରୀ ନଭେମ୍ବର ୨୯ ତାରିଖ ରାତିରୁ ଆସି ଡିସେମ୍ବର ୧ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଓଡିଶାରେ ରହିବେ ।


Parliament Session Today: ଆଦାନୀ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ହଟ୍ଟଗୋଳ । ଆଜି ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଏହି ପ୍ରସଙ୍ଗରେ ଚାଲିପାରିନାହିଁ ଲୋକସଭା ଓ ବିଧାନସଭା । ଲୋକସଭା ମାତ୍ର ଗୋଟିଏ ମିନିଟ ପାଇଁ ଚାଲିଥିବାବେଳେ ରାଜ୍ୟସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ବାରମ୍ବାର ଗୃହ ମୁଲତବୀ ପରେ ଆଦାନୀ ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା କରିବା ସହ ମିଳିତ ସଂସଦୀୟ କମିଟି ଗଠନ କରିବାକୁ ଦାବି ରଖିଛନ୍ତି।


Maharashtra Politics: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ରାଜନୈତିକ ଗତିବିଧି ତୀବ୍ର ହେବାରେ ଲାଗିଛି । ବିଜେପି, ଏନସିପିର ଅଜିତ ପାୱାର ଗୋଷ୍ଠୀ ଏବଂ ଶିବସେନାର ସିନ୍ଦେ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଜାରି ରହିଛି । ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାର ଗୋଷ୍ଠୀ ସମର୍ଥନ ଜଣାଇଥିଲେ ମଧ୍ୟ ଶିବସେନାର ସିନ୍ଦେ ଗୋଷ୍ଠୀ ଏବେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ତେବେ ଏହାକୁ ନେଇ ରାଜଧାନୀ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି। 


Uttarpradesh Sambhal Violence: ଅଶାନ୍ତ ଉତ୍ତର ପ୍ରଦେଶର ସମ୍ଭଲ । ଏଠାରେ ଥିବା ମୁଗଲ ଯୁଗର ଏକ ଧାର୍ମିକ ଅନୁଷ୍ଠାନରେ ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ହିଂସା । ଏହି ହିଂସାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। 


IPL Mega Auction: ସାଉଦି ଆରବରେ ଚାଲିଥିବା ଆଇପିଏଲ ନିଲାମର ଦ୍ୱିତୀୟ ଦିନ। ବିଗତ ଦୁଇଦିନ ଧରି ଏହି ନିଲାମୀ ପ୍ରକ୍ରିୟା ଜାରି ରହିଛି। ପ୍ରଥମ ଦିନରେ ଆୟାଜକ ଟିମ୍‌ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣୁଛନ୍ତି। ତେବେ ଆଇପିଏଲ୍-୨୦୨୫ ପାଇଁ ନିଲାମରେ ସମୁଦାୟ ୫୭୭ ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୬୭ ଜଣ ଭାରତୀୟ ଏବଂ ୨୧୦ ଜଣ ବିଦେଶୀ ରହିଛନ୍ତି। ତେବେ ଟିମ ଡେଭିଡଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି ୩ କୋଟିରେ କିଣିଛି। ସେହିପରି ଦୀପକ ହୁଡ୍ଡାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧.୭୦ କୋଟି ଟଙ୍କାରେ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ୫.୨୫ କୋଟି ବିନିୟମ କରି ୱିଲ ଜ୍ୟାକସଙ୍କୁ କିଣିଛି। 


RCB Won Bhubaneswar Kumar: ଘାତକ ବୋଲର ଭୁବନେଶ୍ୱର କୁମାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଛନ୍ତି। ଆଇପିଏଲ ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆରସିବି ଭୁବିଙ୍କୁ ମୂଳ ମୂଲ୍ୟଠାରୁ ଅନେକ ଗୁଣ ଅଧିକ ମୂଲ୍ୟରେ କିଣିଛି। ଭୁବନେଶ୍ୱର ୧୦.୭୫ କୋଟିରେ ବିକ୍ରି ହୋଇଥିଲେ, ସେ ଜଣେ ଘାତକ ଦ୍ରୁତ ବୋଲର ଏବଂ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦରେ ଥିଲେ ।