ବିଗୁଡ଼ୁଛି ରାଜଧାନୀ ବାୟୁମଣ୍ଡଳ
ଦିନ କେଇଟା ମଧ୍ୟରେ ଦିଲ୍ଲୀ ଅବସ୍ଥା ଭୋଗିଲାଣି ଓଡ଼ିଶା। ରାଜ୍ୟର ଗୋଟିଏ ପରେ ଗୋଟିଏ ସହରର ବାୟୁ ପ୍ରଦୂଷଣ ଏବେ ଦିଲ୍ଲୀକୁ ଟପୁଛି। ଗତ ସପ୍ତାହରେ ତାଳଚେର, ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଦିଲ୍ଲୀ ସହରକୁ ଟପିଯାଇଥିଲା। ଏବେ ବାଲେଶ୍ବର ଅବସ୍ଥା ତଦ୍ରୂପ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିବିସିବି) ତଥ୍ୟ ଅନୁଯାୟୀ, ବାଲେଶ୍ବର ସହରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଅତି ସାଂଘାତିକ ସ୍ତରରେ ରହିଛି, ଯାହାକି ଦିଲ୍ଲୀଠାରୁ ଅଧିକ। ଅପରାହ୍ଣ ୪ଟା ସୁଦ୍ଧ‌ା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍‌-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି। ଯେତେବେଳେ କି ବାଲେଶ୍ବରର ଏକ୍ୟୁଆଇ ପିଏମ୍‌-୨.୫ ମାତ୍ରା ୩୩୪ରେ ପହଞ୍ଚିଥିବା ନେଇ ସୂଚନା ରହିଛି।
 
ହୀରାକୁଦରେ ଆରମ୍ଭ ହେଲା ପକ୍ଷୀ ଗଣନା

ଆଜିଠାରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହେବ ପକ୍ଷୀ ଗଣନା। ସକାଳ ୬ଟା ରୁ ଅପରାହ୍ନ ୫ ଟା ଯାଏଁ ପକ୍ଷୀ ଗଣନା କରାଯିବ। ଏଥିପାଇଁ ଡ୍ୟାମର ୫ଶହ ବର୍ଗ କିଲୋମିଟର ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇଛି। ୫୦୦ ବର୍ଗ କିଲୋମିଟର ମଧ୍ୟରେ ହେବ ଗଣନା ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ୍ ଗଣନା କରିବେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍ ରେ ସାମିଲ ହେବେ। ମୋଟ ୩୨ଟି ଟିମ ସହିତ ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡାର ବନ ବିଭାଗ ମଧ୍ୟ ଏହି ଗଣନା କାର୍ଯ୍ୟରେ ସାମିଲ ହେବ। ଏନେଇ ହିରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଚିଲିକା ଗଣ୍ଡରେ ଫସିଲେ କେନ୍ଦ୍ରମନ୍ତ୍ରୀ
ଚଲିକା ମଝିରେ ଫସିଲେ କେନ୍ଦ୍ରମନ୍ତ୍ରୀ। ଦୁଇ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ବିଳମ୍ୱ ହେବାରୁ ମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ରାତିରେ କେନ୍ଦ୍ରମନ୍ତ୍ରୀ ପୁରୀ ଫେରି ଯାଇଥିବା ଜଣାପଡ଼ିଛି। ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ସାଗର ପରିକ୍ରମା କାର୍ଯ୍ୟକ୍ରମ ରହିଥିଲେ। ଏଥିରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯାଉଥିଲେ। ଅପରାହ୍ନ ପ୍ରାୟ ୪.୧୫ ମିନିଟ୍‌ରେ ଉଭୟ ଅରଖପଦା ଘାଟରୁ ଡଙ୍ଗାରେ ବାହାରି ଥିଲେ। ତେବେ ଚିଲିକା ମଧ୍ୟରେ ଫସିଯିବା ନେଇ ଅନେକ କାରଣ ସାମ୍ନାକୁ ଆସୁଛି। ଶୁଣିବାକୁ ମିଳୁଛି, ଡଙ୍ଗାରେ ଲାଗିଥିବା ଚକିରେ ମାଛ ଧରା ଜାଲ ଗୋଡ଼ାଇ ଯାଇଥିବାରୁ ଡଙ୍ଗା ଆଗକୁ ଯାଇ ପାରୁନାହିଁ। ଆଉ କିଛି କହୁଛନ୍ତି ରୁଟ୍‌ ଭୁଲ ହୋଇଥିବାରୁ ସାତପଡ଼ାକୁ ଯିବା ପାଇଁ ରାସ୍ତା ପାଉନଥିଲେ। କିନ୍ତୁ ପ୍ରକୃତ କାରଣ ଜଣାପଡ଼ି ନାହିଁ।


ରାଜ୍ୟରେ ଶୀତର ଲହରୀ ଜାରି, ୧୫ ଡିଗ୍ରୀ ତଳେ ୧୯ ସହର:
ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ଶୀତ କମୁଛି ହେଲେ କୁହୁଡି଼(fog) ବଢୁଛି। ରାଜ୍ୟର ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି. ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୭.୪ ଡିଗ୍ରୀ ରେକର୍ଡ ହୋଇଥିଲା।  କୋରାପୁଟରେ ୮, ଦାରିଙ୍ଗିବାଡିରେ ୮.୫, ଓ ସେମିଳିଗୁଡାରେ ୯.୯,  ଓ କିରେଇରେ ୧୧.୭ ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୪.୪ ଡିଗ୍ରୀ ରହିଛି। ଏଠାରେ ସ୍ବାଭାବିକ ଠାରୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି।  ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା ରହିଛି। 


ସ୍ପଷ୍ଟ ବା କ୍ୟାପିଟାଲ୍‌ ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଡାକ୍ତରଙ୍କ ପ୍ରେସକ୍ରିପସନ ଲେଖା ଶୈଳୀକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ। ପ୍ରେସ୍‌କ୍ରିପ୍‌ସନ୍‌ ଓ ଅନ୍ୟାନ୍ୟ ରିପୋର୍ଟ ଗୋଡ଼ିକୁ ସ୍ପଷ୍ଟଭାବେ ବା ବଡ଼ ଅକ୍ଷରରେ(ସମସ୍ତେ ପଢ଼ି ପାରୁଥିଲା ପରି ଅକ୍ଷରରେ) ଲେଖିବାକୁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 


ଆଜିଠୁ ନିଟ୍ ଓ ଜେଇଇ ମାଗଣା କୋଚିଂ ଆରମ୍ଭ
ଆଜିଠୁ ଯୁକ୍ତ ଦୁଇ କଲେଜରେ ଆରମ୍ଭ ହେବ ଜେଇଇ ମେନ୍ ଏବଂ ନିଟ୍ କୋଚିଂ। ଏହି କୋଚିଂ ମାଗଣାରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ଏହି ଅନଲାଇନ କୋଚିଂ ବ୍ୟବସ୍ଥା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜକୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ନିଟ୍ ଏବଂ ଜେଇଇ କୋଚିଂ ଦିଆଯିବା ନେଇ (DHSE) ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଆଜି ସକାଳ ୮ଟାରୁ ୧୦ଟା  ଏବଂ ଅପରାହ୍ନ ୨ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଏହି ଅନଲାଇନ୍ କ୍ଲାସ୍ ହେବ। ଛାତ୍ରଛାତ୍ରୀଙ୍କୁ ଆଜି କେମେଷ୍ଟ୍ରି-୧ ପଢାଯିବ। 


ମାଳଦୀପର ୩ ମନ୍ତ୍ରୀ ନିଲମ୍ବିତ:
ଲାକ୍ଷାଦ୍ୱୀପ ଗସ୍ତ ସମୟରେ ମୋଦୀଙ୍କୁ ଅପମାନଜନକ ମନ୍ତବ୍ୟ ଦେଇ ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପ କିଛି ନେତା ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯେଉଁ ମାମଲା ଏବେ ବେଶ ଗୁରୁତର ହୋଇ ପଡ଼ିଛି। ଏଠାରେ କହି ରଖୁ କି ଏକାଧିକ ପ୍ରକଳ୍ପର ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୨ ରୁ ୩ ତାରିଖ ପର୍ଯ୍ୟନ୍ତ ଲାକ୍ଷାଦୀପରେ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କର ଲାକ୍ଷାଦୀପ ପରିଦର୍ଶନ ସମୟରେ ନିଆଯାଇଥିବା ଅନୁଭୂତିର କିଛି ଚିତ୍ର ଏବଂ ଭିଡିଓ ସେୟାର କରିଥିଲେ। ସେ ଭାରତୀୟ ପର୍ଯ୍ୟଟକମାନଙ୍କୁ ଲକ୍ଷାଦୀପଙ୍କୁ ସେମାନଙ୍କ ପର୍ଯ୍ୟଟନ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ।


ଆଜିଠୁ ପରିବହନ ଶ୍ରମିକ ମହାସଂଘର ଆନ୍ଦୋଳନ: 
ଆଜିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ଼ ଶ୍ରମିକ ମହାସଂଘ।


ଆଜି ବାଂଲାଦେଶ ନିର୍ବାଚନ ଫଳାଫଳ
ଆଜି ଘୋଷଣା ହେବ ବାଂଲାଦେଶ ନିର୍ବାଚନୀ ଫଳାଫଳ। ଭୋଟ ବର୍ଜନ ଓ ଦେଶବ୍ୟାପୀ ଧର୍ମଘଟ ଭିତରେ ବାଂଲାଦେଶରେ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ଫଳାଫଳ ଅପେକ୍ଷାରେ ପୂରା ବାଂଲାଦେଶ। ୨୦୦୮ରୁ ପ୍ରଧାନମନ୍ତ୍ରୀ ଥିବା ଆଓ୍ବାମି ପାର୍ଟି ନେତ୍ରୀ ଶେଖ ହାସିନା ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବାର ଅଧିକ ସମ୍ଭାବନା ରହିଛି । ସମ୍ଭାବ୍ୟ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏଥିସହ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।


ଟି-୨୦ ରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ: 
ରୋହିତ ଶର୍ମା ଅଧିନାୟକ ଭାବରେ ଟି-୨୦ ଫର୍ମାଟକୁ ଫେରିଛନ୍ତି। ବିରାଟ କୋହଲିଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ଟି-୨୦ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ। ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଏହି ଦୁଇ ବଡ଼ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଏହି ସିରିଜର ଅଂଶ ହେବେ ନାହିଁ। ଇଶାନ କିଶାନ ଓ ରିତୁରାଜ ଗାଇକୱାଡ ମଧ୍ୟ ଏହି ସିରିଜର ଅଂଶ ହେବେ ନାହିଁ।