Advertisement
Article Detail0/zeeodisha/odisha2273246
Zee OdishaOdisha Stateସାଲେପୁର ମାଳଶାସନ ବୁଥରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ, ଏଜେଣ୍ଟ ସମେତ ୩ଆହତ

ସାଲେପୁର ମାଳଶାସନ ବୁଥରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ, ଏଜେଣ୍ଟ ସମେତ ୩ଆହତ

ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। 

ସାଲେପୁର ମାଳଶାସନ ବୁଥରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ, ଏଜେଣ୍ଟ ସମେତ ୩ଆହତ

ଭୁବନେଶ୍ଵର, କେନ୍ଦ୍ରାପଡ଼ା ଲୋକସଭା ଆସନ ସାଲେପୁର ମାଳଶାସନରେ ୧୮୪ ଓ ୧୮୫ ନମ୍ବର ବୁଥରେ ସାମ୍ନାକୁ ଆସିଛି ନିର୍ବାଚନୀ ହିଂସା ଘଟଣା। ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ବିଜେଡି ସମର୍ଥକ କର୍ମୀ ମାନେ ଥିବା ଅଭିଯୋଗ କରିଛନ୍ତି। ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବୁଥରେ ଉତ୍ତେଜନା ଦେଖାଦେଇଛି। ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। 

ଅଭିଯୋଗ ଅନୁସାରେ, ଶତାଧିକ  ବିଜେଡି ସମର୍ଥକ ଜୋଜବରଦସ୍ତି ବୁଥ୍ ଭିତରକୁ ପଶି ବୁଥ୍ କ୍ୟାପଚରିଂ କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ବିରୋଧ କରିଥିଲେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟ। ପରେ ସେମାନେ ପଛପଟୁ ତାଙ୍କୁ ପନିକିରେ ଆକ୍ରମଣ କରିଥିଲେ। ତାଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି ସମର୍ଥକ ମାନେ। 

ସାଲେପୁର ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ କହିଛନ୍ତି, ମୋ ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ୧୮୪, ୧୮୫ ନମ୍ବର ବୁଥରେ ବିଜେଡି କର୍ମୀ ବୁଥ୍ କ୍ୟାପଚରିଂ କରୁଥିବା ମୋ ଏଜେଣ୍ଟ ଖବର ପାଇଥିଲେ। ଏ ନେଇ ସେ ବୁଥକୁ ଯାଇଥିଲେ। ଏହି ସମୟରେ ବିଜେଡିର କର୍ମୀ ରମେଶ ଜେନା ଓ  କିଛି କର୍ମୀ ତାଙ୍କୁ ଧକ୍କା ମାରି ବୁଥ ବାହାରକୁ ବାହାର କରିଦେଇ ଥିଲେ। ପରେ ସେ ମୋର ଏଜେଣ୍ଟ ବୋଲି ଚିରକୁଟି ଦେଖାଇବାରୁ ତାକୁ ଚିରି ଦେଇଥିଲେ। ତା ପରେ ବିଜେଡିର କର୍ମୀମାନେ ଠେଙ୍ଗା, ବାଡ଼ି ଓ ପନିକରେ ମୋ ଏଜେଣ୍ଟ ସହ କିଛି କର୍ମୀଙ୍କୁ ଆକ୍ରମଣ କରିଥିଲେ। ସେମାନେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଥିଲେ। ପୁଲିସ ପ୍ରଶାସନ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅରନ୍ଦିମ କହିଛନ୍ତି।

Add Zee News as a Preferred Source

ଅନ୍ୟପଟେ ଭଦ୍ରକ ଲୋକସଭା ଆସନ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ୟ ନିର୍ବାଚନୀ ହିଂସା ଘଟିଛି। ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।  ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। 

ସେହିପରି ଯାଜପୁର ବରୀ ଅଞ୍ଚଳରେ ଦେଖାଦେଇଛି ନିର୍ବାଚନୀ ହିଂସା। ବୁଥ ରିଗିଂ ଅଭିଯୋଗ ଆସିଛି। ଏହାକୁ ନେଇ ବରୀ ସାହୁପଡ଼ା ୧୦୬ନମ୍ବର ବୁଥରେ ବିଜେପି ଓ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ କୋଣାର୍କରେ ମତଦାନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛନ୍ତି। ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଏଥିସହ ଗୋପ ବ୍ଲକର ୪୧ ନମ୍ବର ବୁଥରେ ଦୁଇ ଗୋଷ୍ଠୀ ହାତାହାତି, ଫଳରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଛି।

Writing By- Debabrata

Also Read- Sunstroke Treatment: ଅଂଶୁଘାତର ଘରୋଇ ଚିକିତ୍ସା

About the Author