Advertisement
Article Detail0/zeeodisha/odisha2273234
Zee OdishaOdisha EntertainmentSalman Khan: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ମାସେ ପୂର୍ବରୁ ହୋଇଥିଲା ଷଡଯନ୍ତ୍ର, ଘର ଉପରେ....

Salman Khan: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ମାସେ ପୂର୍ବରୁ ହୋଇଥିଲା ଷଡଯନ୍ତ୍ର, ଘର ଉପରେ....

Salman Khan: ସଲମାନ୍ ଖାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଘଟଣାରେ ୪ ଜଣଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। 

Salman Khan: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ମାସେ ପୂର୍ବରୁ ହୋଇଥିଲା ଷଡଯନ୍ତ୍ର, ଘର ଉପରେ....

Salman Khan: ସଲମାନ୍ ଖାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଘଟଣାରେ ୪ ଜଣଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହୋଇଥିବା  ସୂଚନା ମିଳିଛି। ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସୂଚନାନୁସାରେ, ଏଥିପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବାର ଯୋଜନା ଥିଲା। ନାଭି ମୁମ୍ବାଇ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ଏବଂ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। 

ALSO READ: Rajyoga In June 2024: ଜୁନ୍ ୭ରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ବର୍ଷିବ ଧନ ସହ ବ୍ୟବସାୟରୁ ମିଳିବ....

ପୋଲିସ୍ ସୂଚନା ଅନୁଯାୟୀ, ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ସହ ତାଙ୍କ କାନାଡାର ସମ୍ପର୍କୀୟ ଅନମୋଲ ବିଷ୍ଣୁ ଏବଂ ସହଯୋଗୀ ଗୋଲଡି ବ୍ରାର ମଧ୍ୟ ଅସ୍ତ୍ରଶସ୍ତ୍ର ବିକ୍ରୟକାରୀଙ୍କ ଠାରୁ AK-47, M-16 ଏବଂ AK-92 ସମେତ ଗୁଳି କିଣିଛନ୍ତି। ପାକିସ୍ତାନ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ। ଏ-ନେଇ ହତ୍ୟା କରିବା ପାଇଁ ଏକ ଯୋଜନା କରାଯାଇଥିଲା। ଯେଉଁଥିରେ ଗିରଫ ଅଭିଯୁକ୍ତମାନେ ବି ସାମିଲ୍ ହୋଇଥିଲେ। 

Add Zee News as a Preferred Source

ସେମାନଙ୍କର ଉଦ୍ଦେଶ୍ୟ ଥିଲା ସଲମାନ ଖାନଙ୍କ୍ କାରକୁ ଅଟକାଇବା କିମ୍ବା ଫାର୍ମହାଉସ ଉପରେ ଆକ୍ରମଣ କରିବା।  ଏପରିକି , ଅଭିନେତାଙ୍କୁ ମାରିବା ପାଇଁ ସେହି ଗ୍ୟାଙ୍ଗର୍ ୨ ଜଣ ସୁଟର ମଧ୍ୟ ସଲମାନ ଖାନଙ୍କ ଘର ଉପରେ ଦିର୍ଘ ମାସେ ହେବ ନଜର ରଖିଥିଲେ। ସଲମାନଙ୍କୁ ହତ୍ୟା କରିବା ପାଇଁ ଏକ ମାସ ପୂର୍ବରୁ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ ଏହି ଯୋଜନା ପ୍ରସ୍ତୁତ କରିଥିଲେ। ସେପଟେ, ଧରାପଡିଥିବା ୪ ଅଭିଯୁକ୍ତମାନେ ହେଲେ ଧନଞ୍ଜୟ ସିଂ,ଗୌରବ ଭାଟିଆ, ୱାସି ଖାନ ଏବଂ ଜିଶାନ ଖାନ ବୋଲି ଜଣାପଡିଛି। ଆଇପିସିର ଧାରା ୧୧୫, ୧୨୦ (ବି) ଏବଂ ୫୦୬ (୨) ଅନୁଯାୟୀ ଏହି ମାମଲାରେ ପୋଲିସରେ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author