Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
ଜାମ୍ମୁ କାଶ୍ମୀର ପୁଞ୍ଚରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ପୁଞ୍ଚ ଜିଲ୍ଲାର ମେହେଣ୍ଡର ସବ୍ ଡିଭିଜନର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏକ ଗଭୀର ଖାଲକୁ ଖସିପଡିଛି ବୋଲି ଖବର ଆସିଛି । ଏହି ଘଟଣାରେ ୫ ଯବାନ ସହୀଦ ହୋଇଥିବାବେଳେ ଅନେକ ଯବାନ ଗୁରୁତର ଆହତ ହୋଇଥିବା ଖବର ରହିଛି। &nb
1.Jammu and Kashmir News: ଜାମ୍ମୁ କାଶ୍ମୀର ପୁଞ୍ଚରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ପୁଞ୍ଚ ଜିଲ୍ଲାର ମେହେଣ୍ଡର ସବ୍ ଡିଭିଜନର ବାଲନୋଇ ଅଞ୍ଚଳରେ ଭାରତୀୟ ସେନାର ଏକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏକ ଗଭୀର ଖାଲକୁ ଖସିପଡିଛି ବୋଲି ଖବର ଆସିଛି । ଏହି ଘଟଣାରେ ୫ ଯବାନ ସହୀଦ ହୋଇଥିବାବେଳେ ଅନେକ ଯବାନ ଗୁରୁତର ଆହତ ହୋଇଥିବା ଖବର ରହିଛି।
2.Odisha News: ରାଜ୍ୟରେ ଚିଟ୍ଫଣ୍ଡ ଚେର ବଡ଼ ଗମ୍ଭୀର। ରାଜନେତାଙ୍କଠାରୁ ସରକାରୀ କର୍ମଚାରୀ କେହି ଏଥିରୁ ବାଦ ପଡ଼ି ନାହାନ୍ତି। ଏପରିକି ଅତୀତର ଆଇନ କାନୁନ ଏହି ଠକେଇକୁ ରୋକିବାରେ ଅସମର୍ଥ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
3.Odisha News: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ୨୦୦୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଆର୍ ସନ୍ଥଗୋପାଳନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଶ୍ରୀ ସନ୍ଥଗୋପାଳନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ସଚିବ ଦାୟିତ୍ୱ ତୁଲାଇବେ।
4.CM Mohan Majhi:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ବାଚନୀ ବିଜୟକୁ ନେଇ ପ୍ରଶ୍ନ କରିଛି ବିଜୁ ଜନତା ଦଳ। ଯେଉଁ ପରିକାଣର ଭୋଟ ସେ ପାଇଛନ୍ତି ସେଥିରେ ଜାଲିଆତି ହୋଇଥିବା ସନ୍ଦେହ କରିଛି ଦଳ। ଏପରିକି ତାଙ୍କୁ ମିଳିଥିବା ଭୋଟ ଏବଂ ଦର୍ଶାଯାଇଥିବା ଭୋଟ ମଧ୍ୟ ୩୦.୬୪ ପ୍ରତିଶତର ଫରକ ରହିଥିବା ବିଜେଡି ବିଧାୟକ ଅରୁଣ ସାହୁ ଏବଂ ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ କହିଛନ୍ତି।
5.Odisha News: ପାରାଦ୍ଵୀପ ରେ ଓଡ଼ିଶାର ପ୍ରଥମ ବ୍ଲଗ ବଟମ୍ ପଲୀ ବ୍ୟାଗ୍ ପ୍ଲାଣ୍ଟ ହୋଇଛି ଉଦଘାଟିତ।ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ୧୨୦ ଏକର ଇଡକୋ ପ୍ରଦାନ କରିଥିବା ବେଳେ ଏହା ପାରାଦ୍ଵୀପ ର ପ୍ଲାଷ୍ଟିକ ପାର୍କ ରେ ତୃତୀୟ କମ୍ପାନୀ ଭାବେ ଉଦଘାଟିତ ହୋଇଛି। ''ଏନରଗନ୍'' ପଲିମେଟେଲିକ୍ ପ୍ରାଇଭେଟ୍ ଲିଃ ଏହାକୁ ଆଇଓସିଏଲ ଓ ଇଡକୋ ର ସହଭାଗିତାରେ ତିଆରି କରାଯାଇଥିବା ବେଳେ ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
6.Odisha News: ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ପୁରୀ ଜିଲ୍ଲା ନିମାପଡ଼ାର ଜନ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଞ୍ଜନ ଜେନାଙ୍କୁ ୪ ବର୍ଷ କାରାଦଣ୍ଡାଦେଶ ହୋଇଛି। ଏହା ସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ।
7. PCC President: ନୂଆବର୍ଷରେ ନିଯୁକ୍ତ ହୋଇପାରନ୍ତି ନୂଆ ପିସିସି ସଭାପତି। ଅନେକ ଦିନ ହେଲା ଖାଲିପଡ଼ିଥିବା ଏହି ପଦବୀ ପୂରଣ ପାଇଁ ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ତଥା କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ।
8. ECI Clears Misconception: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସମ୍ପର୍କିତ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ଭାରତର ନିର୍ବାଚନ କମିଶନ। ସେ କହିଛନ୍ତି ସନ୍ଧ୍ୟାବେଳେ ମହାରାଷ୍ଟ୍ରରେ ଭୋଟ ପରିମାଣ ବଢ଼ିବା ଏକ ସ୍ୱଭାବିକ ଘଟଣା। ଏହାକୁ ପ୍ରମାଣ ସହ କଂଗ୍ରେସକୁ ଚିଠି ଯୋଗେ ଜଣାଇଛନ୍ତି କମିଶନ।
9. Committee to decide fate of ULFA: ଆସାମର ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଏବଂ ଏହାର ସମସ୍ତ ସହଯୋଗୀ ସଂସ୍ଥାକୁ ରଦ୍ଦ କରାଯିବ ନା ନାହିଁ ଏ ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ଗୃହ ମନ୍ତ୍ରଣାଳୟ ଏକ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଗୌହାଟୀ ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ମାଇକେଲ ଜୋଥାଖୁମ୍ବା ଏହାର ମୁଖ୍ୟ ହେବେ।
10.ICC Champions Trophy 2025: ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି। ଫେବୃଆରୀ 19 ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହୋଇଥିବାବେଳେ ଭାରତୀୟ ଟିମ୍ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳିବ। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ମ୍ୟାଚ୍ କରାଚି, ରାୱଲପିଣ୍ଡି ଏବଂ ଲାହୋର ବ୍ୟତୀତ ଦୁବାଇରେ ମଧ୍ୟ ଖେଳାଯିବ । କାରଣ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଏହା ପରେ, ଆଇସିସି ପକ୍ଷରୁ ହାଇବ୍ରିଡ୍ ମଡେଲରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।