ଗୃହରେ ମିଶନ ଶକ୍ତି ନିଆଁ, ଶାସକ ଉପରେ ବର୍ଷିଲେ ବିରୋଧି
ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ। 


COMMERCIAL BREAK
SCROLL TO CONTINUE READING

ଟଙ୍କଧର କହିଲେ ନବୀନ ଛଦ୍ମବେଶୀ, ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ। ଏହାର ଦୃଢ଼ ଜବାବ ରଖିଛି ବିଜେପି।


ବିଜେଡି କହିଲା ସରକାର ବ୍ୟବସ୍ଥା କରିବା କଥା
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ମିଶନ ଶକ୍ତି ମହିଳାଙ୍କର ଦରମା ମାମଲାରେ ବିଜେପି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି କି ବର୍ତ୍ତମାନ ରାଜରାସ୍ତାରେ ୧୦ରୁ ୧୨ ହଜାର ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କର ଦୁଃଖ କେହି ବୁଝୁନାହାନ୍ତି। ତାଙ୍କ ସମ୍ପର୍କରେ ଆଲୋଚନା କଲେ ସରକାର ଗୃହକୁ ଚଳାଇ ଦେଉନାହାନ୍ତି। ଆନ୍ଦୋଳନରତ ମହିଳାଙ୍କୁ ପ୍ରଥମେ ଦରମା ଦେବାକୁ ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି। 


ଲାଞ୍ଚ ନେବା ପଡ଼ିଲା ମହଙ୍ଗା; କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ
କନିଷ୍ଠ କିରାଣିଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଜାନି କରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଦେବଜାନିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜମି କାଗଜପତ୍ର ବାବଦକୁ ଦେବଜାନି ଜଣେ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କା ମାଗିଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଏନେଇ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଦେବଜାନି ଧରିବାକୁ ଯୋଜନା କରିଥିଲା। ଜମିଜମା ବାବଦକୁ ବ୍ୟକ୍ତିଙ୍କଠାରୁ ଦେବଜାନି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। 


ଦୁର୍ଘଟଣାରେ ୩ ମୃତ
ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫୩ ନମ୍ୱର ଜାତୀୟ ରାଜପଥର ଖଇରାମୁଣ୍ଡା ଟୋଲଗେଟର ୫୦୦ ମିଟର ଦୂରରେ ଏକ  ମୋଟର ସାଇକେଲକୁ  ଯାତ୍ରୀବାହୀ ବସ୍ ପଛପଟୁ ଧକ୍କା ଦେବାରୁ  ତିନିଜଣଙ୍କ ମୃତ୍ୟୁ ଘଟିଛି। ଏଣେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତିନି ମୃତକ ହେଲେ ସାଗର ପ୍ରଧାନ(୨୪), ସୁମନ୍ତ ପରିଡ଼ା (୫୫) ଓ ସୌମ୍ୟରଞ୍ଜନ ସାହୁ(୧୯)।  ଏମାନଙ୍କ ମଧ୍ୟରୁ ସାଗର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆର ଦୁଇଜଣଙ୍କ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।


ଟ୍ୱିନସିଟିରେ ଝିପିଝିପି ବର୍ଷା
ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସାଙ୍ଗକୁ କୋହଲା ପାଗ। ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ସେପଟେ ୧୧ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। 


RBI ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ
ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। RBI ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ଜଣେ।


ପରଲୋକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ ଏମ କ୍ରିଷ୍ଣା
ଆଉ ନାହାନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଏସ୍‌ ଏମ୍‌ କ୍ରିଷ୍ଣା। ବରିଷ୍ଠ ରାଜନେତା ତଥା ବର୍ଷିଆନ ନେତାଙ୍କର ଗତକାଲି ମଧ୍ୟରାତ୍ରରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଆଧୁନିକ ବେଙ୍ଗାଲୁରୁର ନିର୍ମାତା କୁହାଯାଉଥିବା ଏସ ଏମ କ୍ରିଷ୍ଣା କର୍ଣ୍ଣାଟକ ତଥା ଜାତୀୟ ରାଜନୀତିରେ ମଧ୍ୟ ବେଶ୍ ଚର୍ଚ୍ଚିତ ଚେହେରା ଥିଲେ। ୨୦୦୯ରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଏସ ଏମ କ୍ରିଷ୍ଣା।


ମହାଭିଯୋଗ ପ୍ରସ୍ତାବ ଆଣିଲା ଇଣ୍ଡିଆ ମେଣ୍ଟ
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ବହିଷ୍କାର କରିବା ଲାଗି ମହାଭିଯୋଗ ଆଣିଛି ଇଣ୍ଡିଆ ମେଣ୍ଟ। ଏହି ବାବଦରେ ପ୍ରସ୍ତାବ ଆଗତ କରିବା ଲାଗି ଯଥେଷ୍ଟ ମତ ଏକାଠି ହୋଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍‍ୟ ବିରୋଧୀ ଦଳ ପକ୍ଷରୁ ମହାଭିଯୋଗ ଆଣିବାର ଚେଷ୍ଟା ହୋଇଥିଲା କିନ୍ତୁ ଅଧିବେଶନ ଶେଷ ହୋଇଥିଲେ ମଧ୍ୟ ଏହି ଅଭିଯୋଗ ଉପରେ ଆବଶ୍ୟକ ସହମତି ହୋଇପାରି ନଥିଲା। ୨୦୨୦ ମସିହାରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶଙ୍କ ନାମରେ ମହାଭିଯୋଗ ଆଣିଥିଲେ ବିରୋଧୀ ଦଳର ସଦସ୍ୟ। 


ଭୁବନେଶ୍ୱର ରାଜରାସ୍ତାରେ ଗଡ଼ିବ ଡବଲ ଡେକର ନାଲି ବସ
ଏଣିକି ଯାତାୟାତ ହେବ ଆହୁରି ସରଳ। ବସ ଭିଡକୁ ନେଇ ଏବେ ଆଉ ହନ୍ତସନ୍ତ ହେବେନି ଯାତ୍ରୀ। କାରଣ ଖୁବଶୀଘ୍ର ଭୁବନେଶ୍ୱରରେ ଚାଲିବାକୁ ଯାଉଛି ଡବଲ୍ ଡେକର୍ ଇ-ବସ୍। ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ। ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା କ୍ରୁଟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଏହି ବସ ଚାଲିବ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି।