ବସିଲା ସର୍ବଦଳୀୟ ବୈଠକ
ଆସନ୍ତା କାଲିଠାରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଯୋଗ ଦେଇଛନ୍ତି। ଏହି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।  


COMMERCIAL BREAK
SCROLL TO CONTINUE READING

ସରକାରଙ୍କୁ ଘେରିବ ବିଜେଡି଼
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କି ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀଗଣ ଉପସ୍ଥିତ ରହିଥିଲେ। ଏହି ଅଧିବେଶନକୁ କିପରି ଭାବେ ସୁରୁଖୁରୁରେ ପରିଚାଳନା କରାଯିବ ତାହା ଉପରେ ଆଲୋଚନା କରାଯିବ। କିନ୍ତୁ ବିରୋଧୀ ଦଳ ଭାବେ ବିଜେଡି ତାହାର ଦାୟିତ୍ୱ ତୁଲାଇବ। ସରକାରଙ୍କୁ ଘେରିବା ପାଇଁ ବିଜେଡ଼ି ତାର ରଣନୀତି ପ୍ରସ୍ତୁତ କରିଛି। ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ନାରୀ ନିର୍ଯାତନା ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗରେ ବିଜେଡ଼ି ଗୃହରେ ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। 


ବୁଧବାର ପର୍ଯ୍ୟନ୍ତ ଗୃହ ମୁଲତବୀ
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ସଭାପତି। ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ପରେ ଆଜି ଦିନ ୧୨ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଗୃହକାର୍ଯ୍ୟ ଆରମ୍ଭରୁ ଆଦାନୀ ଲାଞ୍ଚ ପ୍ରସଙ୍ଗରେ ବିରୋଧି ଗୃହରେ ହଟ୍ଟଗୋଳ କରିଥିଲେ। ମାତ୍ର ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗୃହର ସଭାପତି ଗୃହକୁ ମୁଲତବୀ କରିଦେଇଛନ୍ତି। ଏଠାରେ କହି ରଖୁ କି ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରୁ ହିଁ ଗୃହ ମୁଲତବୀ କରାଯାଇଥିଲା। 


ପ୍ରଥମ ଦିନରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି
ଆଜିର କାର୍ଯ୍ୟ ଦିବସ ଆରମ୍ଭରୁ ଲୋକସଭାର ବାଚସ୍ପତି ଓମ ବିର୍ଲା ସଭା ଆରମ୍ଭରୁ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ। 
ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୧୧ଟାରେ ଲୋଳସଭା ବସିଥିଲା। ବାଚସ୍ପତିଙ୍କ ଆସନକୁ ଆସିବ ପୂର୍ବରୁ ପ୍ରଧାନମନ୍ତ୍ରୀ ଗୃହକୁ ଆସିଥିଲେ। ତାଙ୍କ ଆସିବାରେ ଗୃହର କିଛି  ସଦସ୍ୟ 'ଜୟଭାବନୀ' ନାରା ବି ଦେଇଥିଲେ। ଏହାପରେ ବାଚସ୍ପତି ଆସନକୁ ଆସି ଗୃହକୁ ନିଧନ ସଦସ୍ୟ ଏବଂ ପୂର୍ବତନ ସଦସ୍ୟଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ନିଧନଙ୍କ ଭିତରେ ୨ ଜଣ ମୂଳ ଲୋକସଭାର ସଦସ୍ୟ ରହିଛନ୍ତି। ଜଣେ ହେଲେ ବସନ୍ତ ରାଓ ବଳବନ୍ତ ରାଓ ଚୌହାନ ଏବଂ ଅନ୍ୟଜଣେ ହେଉଛନ୍ତି ଶେଖ ନୁରୁଲ ଇସଲାମ।


ବିଜେଡିକୁ ଟାର୍ଗେଟ କଲେ ବରିଷ୍ଠ ରାଜନେତା ଅମର
ବିଜେଡିକୁ ପୁଣି ଥରେ ଟାର୍ଗେଟ କଲେ ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥି। ୨ ରାଜ୍ୟରେ ଆଞ୍ଚଳିକ ଦଳର ବିଜୟ ନେଇ ବିଜେଡିର ମନ୍ତବ୍ୟକୁ କାଉଣ୍ଟର । ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଆଞ୍ଚଳିକ ଦଳର ବିଜୟ ହୋଇନି କହିଲେ ଶ୍ରୀ ଶତପଥି। ମେଣ୍ଟ ପ୍ରସଙ୍ଗରେ ପୁଣି ଥରେ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ଅମର। କହିଛନ୍ତି ନିକଟରେ ନିର୍ବାଚନ ପୂର୍ବରୁ ବିଜେଡ଼ି ଓ କଂଗ୍ରେସ ମେଣ୍ଟ କରିବେ ବୋଲି କହିଥିଲେ। କିନ୍ତୁ ବିଜେପି ଏକାକୀ ଲଢିବା ନିଷ୍ପତ୍ତିରେ ଅଟଳ ରହିଥିଲା ଓ ନିର୍ବାଚନ ଲଢିଥିଲା। ଯଦିଓ ବିଜେଡ଼ିକୁ ଏହି ନିର୍ବାଚନରେ ଲୋକେ ପ୍ରତ୍ୟାଖ୍ୟାନ କରିବା ସହିତ ବିଜେପି ଶାସନ କ୍ଷମତା ପ୍ରଦାନ କରିଛନ୍ତି। ନିକଟରେ ଦୁଇ ରାଜ୍ୟରେ ହୋଇଥିବା ନିର୍ବାଚନରେ ମଧ୍ୟ ଏକ ପ୍ରକାର ଆପୋଷ ବୁଝାମଣାରେ ନିର୍ବାଚନ ଅନୁଷ୍ଠିତ ହୋଇଛି। 


ବବି ଦାସଙ୍କ ଭାଇଙ୍କ ନାଁରେ ଆଉ ୩ ମାମଲା
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାମଲାରେ ଫସିଥିବା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲ ଦାସଙ୍କର ଅଡ଼ୁଆ ବଢିବାରେ ଲାଗିଛି। ଲଲଙ୍କ ନାଁରେ ଆଉ ୩ ମାମଲା ରୁଜୁ ହୋଇଥିବା ନେଇ ସୂଚନା ରହିଛି। ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ ନେଇ ମାମଲା ଯୋଡ଼ିଛି ଯାଜପୁର ଟାଉନ ଥାନା ପୋଲିସ। 


୨୪ ଦିନରେ ୨୩୭୫ ଏକର ଜମିରେ ନଷ୍ଟ ହେଲାଣି ଗଞ୍ଜେଇ ଚାଷ
ରାଜ୍ୟରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ଉପରେ ରୋକ ଲଗାଇବାକୁ ସରକାର ଅଣ୍ଟା ଭିଡିଛନ୍ତି। ଗତ ୧ ତାରିଖରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ପ୍ରାୟ ବନ ବିଭାଗ ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ବିଗତ ପ୍ରାୟ ଏକ ମାସ ମଧ୍ୟରେ ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ ପାଖାପାଖି ୨୩୭୫ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ବନବିଭାଗ। ଏହା ସହିତ ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଗଛକୁ ନଷ୍ଟ କରିଥିବା ନେଇ ତଥ୍ୟରେ ପ୍ରକାଶ ପାଇଛି। ସେହିପରି ଏହି ୨୪ ଦିନ ମଧ୍ୟରେ ୫୩୦୦ କେଜି ଗଞ୍ଜେଇ ଜବତ ହୋଇଥିବା ସହିତ ୫୪ଟି ମାମଲା ଆଧାରରେ ୧୦୨ ଜଣଙ୍କୁ ଗିରଫ କରାଯାଇଛି।


୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
ଆସନ୍ତା ୨୯ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୋଲିସ ମହାନିର୍ଦ୍ଦେଶକଙ୍କ ବୈଠକ। ଏହି ବୈଠକରେ ଯୋଗଦେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟ ମଧ୍ୟରେ ୩ ଦିନ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ। ଏନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱରାଜ ସୂଚନା ପ୍ରଦାନ କରିଛନ୍ତି। ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ୩୦ ଓ ୧ରେ ବୈଠକରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପୃଥ୍ୱରାଜ ହରିଚନ୍ଦନ।  


ଖଲିକୋଟ ବିଧାୟକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ଖଲିକୋଟ ବିଧାୟକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବସିଥିଲେ। ସୂଚନା ଅନୁଯାୟୀ, ଏକ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା ବିଧାୟକଙ୍କ କାର୍। ବିଧାୟକ ଭୁବନେଶ୍ୱର ଯାଉଥିଲେ। କିନ୍ତୁ ବିଧାୟକଙ୍କର କୌଣସି କ୍ଷତି ହୋଇନଥିବା ଜଣାଯାଇଛି। ଅଟୋରେ ବସିଥିବା ଦୁଇ ଯାତ୍ରୀ ଆହତ ହୋଇଛନ୍ତି।


ବର୍ଡର-ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଶାଳ ବିଜୟ
ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଘରୋଇ ମାଟିରେ କଙ୍ଗାରୁ ବାହିନୀ 295 ରନରେ ପରାସ୍ତ ହୋଇଛନ୍ତି। ଫଳରେ ଏହି ଟେଷ୍ଟ ସିରିଜରେ 1-0ରେ ଆଗରେ ରହିଛି ଭାରତ। ଅଷ୍ଟ୍ରେଲିଆର ପର୍ଥରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର 150 ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଫଳରେ ଏକ ଲଜ୍ଜାଜନକ ପରାଜୟର ଆଶଙ୍କା କରାଯାଉଥିଲା।  ମାତ୍ର ବୋଲର ଆଶାର ସଂଚାର ସୃଷ୍ଟି କରିଥିଲେ। ଘରୋଇ ଦଳକୁ ପ୍ରଥମ ଇନିଂସରେ 104 ରନରେ ଅଲ୍ ଆଉଟ୍ କରାଇ ନେଇଥିଲେ। ଏଥିରେ ଯଶପ୍ରୀତ ବୁମରାଙ୍କୁ 5ଟି ୱିକେଟ ମିଳି ଥିବାବେଳେ ନୀତିଶ ରେଡ୍ଡୀଙ୍କୁ ତିନୋଟି ଏବଂ ମହମ୍ମଦ ସିରାଜଙ୍କୁ 2ଟି ୱିକେଟ ମିଳିଥିଲା।