Top 10 News Today | 7th March | H1. Lekhashri Samantsinghar Joins BJD: ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ଦଳର ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜଡି ଦଳରେ ସାମିଲ ହୋଇଛନ୍ତି। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଥିଲେ, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ।


COMMERCIAL BREAK
SCROLL TO CONTINUE READING

H2. Ganeswar Behera joins BJD: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରବିବାର ଭୁବନେଶ୍ୱରରେ ଆୟୋଜିତ ଏକ ବିଜେଡିରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କହିରଖୁଛୁ ଯେ ୨ ଏପ୍ରିଲ ରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ବେହେରା ଇସ୍ତଫା ଦେଇଥିଲେ। ଗଣେଶ୍ୱର ବେହେରା ବିଜେଡି ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଥିଲେ।


H3. Two UTPs escape from Bhawanipatna jail: ୨ ବିଚାରାଧୀନ କଏଦୀ ଭବାନୀପାଟଣା ଜେଲ୍ରୁ ଫେରାର ହେବାରେ ସଫଳ ହୋଇଛନ୍ତି। ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ମାଝି ବୋଲି ଜଣାପଡିଛି। ଉଭୟଙ୍କ ନାମରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ବିଚାରାଧୀନ କଏଦୀ ଭାବେ ଜେଲରେ ରହିଥିବା ସମୟରେ ସେମାନେ ଜେଲ ମଧ୍ୟରୁ କିପରି ଫେରାର ହେବାରେ ସକ୍ଷମ ହେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।


H4. IMD Weather Forecast: ଭାରତ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି ଯେ ଅନେକ ରାଜ୍ୟ, ବିଶେଷ କରି ଦକ୍ଷିଣ ଭାରତ ରାଜ୍ୟକୁ ହିଟ୍ ୱେବର ସମ୍ମୁଖୀନ ହେବାକୁ ପଡିପାରେ। ଏଥି ସହିତ ହାଲୁକା ଓ ମଧ୍ୟମ ବର୍ଷା ହେବାର ସମ୍ଭାବନା ମଧ୍ୟ ଦେଶର ଅନେକ ରାଜ୍ୟରେ ଅନୁମାନ କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର-ପୂର୍ବ ଭାରତ ଉପରେ ବର୍ଷା /ତୁଫାନ ବୃଦ୍ଧି ପାଇବ ବୋଲି ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


H5. Gourav Vallabh On Congress Party: ଭାରତୀୟ ଜନତା ପାର୍ଟିରେ ଯୋଗଦେବାର କିଛି ଦିନ ପରେ ପୂର୍ବତନ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲବ ରବିବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଟାର୍ଗେଟ କରିଛନ୍ତି। ଗୌରବ ବଲ୍ଲବ କହିଛନ୍ତି ଯେ ଯିଏ ସକେବେ କ୍ଲାସ ମନିଟର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି, ସେ ବର୍ତ୍ତମାନ ଦଳ ପରିଚାଳନା କରୁଛନ୍ତି।


H6. Lok Sabha Election 2024: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ରବିବାର ଦିନ କାଶ୍ମୀର ଉପତ୍ୟକାରେ ୩ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପାର୍ଟି ସଭାପତି ମେହବୁବା ମୁଫ୍ତି ଅନନ୍ତନାଗ ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ପାର୍ଟି ଯୁବ ସଂଗଠନର ସଭାପତି ୱାହିଦ୍ ପାରା ଶ୍ରୀନଗରରୁ ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ମିର ଫାୟାଜ ବାରାମୁଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପିଡିପି ସଂସଦୀୟ ବୋର୍ଡ ମୁଖ୍ୟ ସରତାଜ ମଦାନୀ ଏହି ସୂଚନା ଦେଇଛନ୍ତି। 


H7. Prashant Kishor on Rahul Gandhi: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟ  ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦକ୍ଷିଣ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନ ଜିତିବ।


H8. NIA Reaction On FIR In West Bengal: ପଶ୍ଚିମବଙ୍ଗର ଭୂପତି ନଗର ବିସ୍ଫୋରଣ ମାମଲାର ତଦନ୍ତ କରିବାକୁ ଯାଇଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଏଜେନ୍ସି ସ୍ପଷ୍ଟୀକରଣ ଦେଇଛି। ରବିବାର (୭ ଏପ୍ରିଲ) ଏନଆଇଏ ଏକ ବୟାନ ଜାରି କରି କହିଛି ଯେ ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ଯାହା ଅଭିଯୋଗ ହେଉଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଭିତ୍ତିହୀନ।


H9. MI vs DC: IPL 2024: ଆଇପିଏଲ୍ ୨୦୨୪ ର ୨୦ ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଥିଲା। ୱାନ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଦିଲ୍ଲୀ ଧାର୍ଯ୍ୟ ଓଭରରେ ମାତ୍ର ୨୦୫ ରନ୍ ସ୍କୋର କରିପାରିଥିଲେ। ଏହା ସହ ମୁମ୍ବାଇ ଏହି ମ୍ୟାଚକୁ ୨୯ ରନରେ ଜିତି ନେଇଛି।


H10. LSG vs GT IPL 2024 updates: ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଆଇପିଏଲ୍ ୨୦୨୪ ର ୨୧ ତମ ମ୍ୟାଚ୍ ରବିବାର ଦିନ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୩ ରନ୍ ସଂଗ୍ରହ କରିଥିଲା। ଗୁଜୁରାଟ ଟାଇଟାନ୍ସ ତରଫରୁ ମାର୍କସ ଷ୍ଟିନିସଙ୍କ ଅର୍ଦ୍ଧଶତକ ହାସଲ କରିଥିଲେ। ଗୁଜୁରାଟ ପାଇଁ ଉମେଶ ୨ଟି ଓ ନାଲକାଣ୍ଡ ଗୋଟିଏ ୱିକେଟ୍ ନେଇଥିଲେ।