Top 10 News Today: H1.Congress Candidate List 2024: କଂଗ୍ରେସ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସ ଦଳ ସମ୍ବଲପୁର ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର ଆସନରୁ ବିନୋଦ ବିହାରୀ ନାୟକ, ଆସ୍କା ଆସନରୁ ଦେବୋକାନ୍ତ ଶର୍ମା ଓ ପଶ୍ଚିମବଙ୍ଗ କାନ୍ଥି ଆସନରୁ ଉର୍ବଶୀ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ୍ ଦେଇଛି। ଏହା ସହ କେନ୍ଦୁଝର ଆସନରୁ ଦଳ ମୋହନ ହେମ୍ବ୍ରମଙ୍କ ନାମ ବଦଳାଇ ବିନୋଦ ବିହାରୀ ନାୟକଙ୍କୁ ଟିକେଟ୍ ଦେଇଛି।


COMMERCIAL BREAK
SCROLL TO CONTINUE READING

H2. BJD 6th Candidate List 2024: ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ। ଷଷ୍ଠ ପର୍ଯ୍ୟାୟରେ ୯ ଜଣଙ୍କୁ ଟିକେଟ ଦେଇଛି ଦଳ। ବଡ଼ଚଣାରୁ ଦଳ ଅମର ଶତପଥୀଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକଟ ଦେଇଛି। ସେହିପରି ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆ ସୁଭାସିନୀ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ଟିକେଟ୍ ମିଳିଛି।


H3. AC Helmets For Traffic Cops: ଓଡି଼ଶାର ଟ୍ରାଫିକ କନଷ୍ଟେବଳମାନେ ଶୀଘ୍ର ଏସି ହେଲମେଟ ଦ୍ୱାରା ଖରାରୁ ମୁକ୍ତି ପାଇବାର ସୁବିଧା ପାଇବାକୁ ଯାଉଛନ୍ତି। ଗୁଜୁରାଟ ଓ ଅନ୍ୟାନ୍ୟ ରାଜ୍ୟକୁ ଅନୁସରଣ କରି କମିଶନରେଟ୍ ପୋଲିସ ବର୍ତ୍ତମାନ ଟ୍ରାଫିକ୍ କନଷ୍ଟେବଳଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଉପକରଣ ଅର୍ଥାତ୍ ଏୟାର କଣ୍ଡିସନର (ଏସି) ହେଲମେଟ କିଣିବାକୁ ଚିନ୍ତା କରୁଛନ୍ତି। ଶନିବାର ଦିନ କମିଶନରେଟ୍ ପୋଲିସ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭିତ୍ତିରେ ଏସି ହେଲମେଟର ପରୀକ୍ଷା କରିଛି।


H4. Mahanadi Boat Tragedy: ଝାରସୁଗୁଡା ଜିଲ୍ଲା, ଲଖନପୁର ବ୍ଲକ୍ ଶରଧା ଗ୍ରାମ ନିକଟସ୍ଥ ମହାନଦୀରେ ଡଙ୍ଗା ବୁଡି ଘଟଣାରେ ସମସ୍ତ ୮ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଗତ ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହୋଇଥିଲା। ଆଜି ସକାଳ ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ଭୁବନେଶ୍ୱରରୁ ଆସିଥିବା ସ୍ୱତନ୍ତ୍ର  ବୁଡ଼ାଳୀ ଦଳଙ୍କ ସହାୟତାରେ ପାଣି  ଭିତରୁ ୭ଜଣଙ୍କ ମୃତ ଦେହ ଉଦ୍ଧାର କରାଇଛି। ଗତକାଲି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା।


H5. Odisha Weather Report: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ଏହା ପରେ ୩ ଦିନ ମଧ୍ୟରେ  ପଶ୍ଚିମା-ଝଡ଼ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।


H6. Doordarshan Logo: ସରାକାରୀ ବ୍ରଡକାଷ୍ଟର ଦୂରଦର୍ଶନ ଲୋଗୋକୁ କମଳା ରଙ୍ଗ ଦେବା ଯୋଗୁଁ ବିବାଦ ଉପୁଜିଛି। ବିରୋଧୀ ପ୍ରଶ୍ନ ଉଠାଇ ଦୂରଦର୍ଶନକୁ 'ଗେରୁଆକରଣ' କରାଯାଇଥିବା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଓ ଏହାକୁ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛନ୍ତି। ନିକଟରେ ଦୂରଦର୍ଶନ ଏହାର ଲୋଗୋକୁ ଲାଲରୁ କମଳା ରଙ୍ଗରେ ପରିବର୍ତ୍ତନ କରିଛି।


H7. Sarvesh Singh Passes Away: ଉତ୍ତରପ୍ରଦେଶର ମୋରାଦାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସରବଶ ସିଂଙ୍କର ଶନିବାର ହୃଦଘାତ ଯୋଗୁଁ ହଠାତ୍ ମୃତ୍ୟୁ ଘଟିଛି। ଗତକାଲି ମୋରାଦାବାଦରେ ପ୍ରଥମ ପର୍ଯ୍ୟାୟରେ ମତଦାନ କରାଯାଇଥିଲା ଓ ସର୍ଭେଶ ସିଂ ମଧ୍ୟ ଭୋଟ୍ ଦେଇଥିଲେ। କିଛି ଦିନ ପୂର୍ବରୁ ସୌରଭ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଏହା ପରେ ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।


H8. CJI Chandrachud On New Laws: ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିଏ ଚନ୍ଦ୍ରଚୁଡ୍ ଶନିବାର ଦେଶରେ ତିନୋଟି ନୂତନ ଅପରାଧିକ ଆଇନ ପ୍ରଣୟନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହା ଭାରତର ପରିବର୍ତ୍ତନର ଏକ ସ୍ପଷ୍ଟ ସଙ୍କେତ। CJI ଅନୁଯାୟୀ, ନୂତନ ନିୟମ ଭାରତର ଆଇନଗତ ଢ଼ାଞ୍ଚାକୁ ଅପରାଧିକ ନ୍ୟାୟ ସମ୍ବନ୍ଧରେ ଏକ ନୂତନ ଯୁଗରେ ପରିଣତ କରିଛି।


H9. Elon Musk Postpones India Trip: ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରିକ୍ କାର ନିର୍ମାତା ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ଟେସଲାର ମାଲିକ ଏଲୋନ୍ ମସ୍କ ଭାରତ ଗସ୍ତକୁ ସ୍ଥଗିତ ରଖିଛନ୍ତି। ଏଲୋନ୍ ମସ୍କ ୨୧ ଓ ୨୨ ଏପ୍ରିଲରେ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିବାକୁ ଯାଉଥିଲେ, ଯାହାକୁ ସେ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି। ମସ୍କ ନିଜେ ତାଙ୍କ X ପୋଷ୍ଟ ମାଧ୍ୟମରେ ଏହା ନିଶ୍ଚିତ କରିଛନ୍ତି। 


H10. T20 World Cup 2024: ୧ ମେ' ସୁଦ୍ଧା ସମସ୍ତ ଦେଶ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ନିଜ ଦଳ ଘୋଷଣା କରିପାରିବେ। ବର୍ତ୍ତମାନ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆ ଘୋଷଣାକୁ ନେଇ ବିସିସିଆଇ ୨୭ କିମ୍ବା ୨୮ ଏପ୍ରିଲରେ ଏକ ବୈଠକ କରିବାକୁ ଯାଉଛି। ଏହି ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇପାରେ କାରଣ ଏହି ସମୟ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ୍ ମଧ୍ୟ ଦିଲ୍ଲୀରେ ଅନୁଷ୍ଠିତ ହେବ।