ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ପୁଅଙ୍କ ବିବାଦୀୟ କାର୍ଯ୍ୟ ପାଇଁ ରଘୁବର ବିବାଦ ଘେରକୁ ଆସିଥିଲେ। ଗତବର୍ଷ ଅକ୍ଟୋବର ୧୮ ତାରିଖରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।


COMMERCIAL BREAK
SCROLL TO CONTINUE READING

ଆଜି ପବିତ୍ର ବଡ଼ଦିନ
ଆଜି ବଡ଼ଦିନ, ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ବଡ଼ ପର୍ବ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ଚ୍ଚମାନଙ୍କରେ ଏନେଇ ସୁନ୍ଦର ସାଜସଜ୍ଜା ହୋଇଛି। କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼।


ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଆଜିଠାରୁ ଜାନୁଆରୀ ୨ ତାରିଖ ଯାଏ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଜାନୁଆରୀ ୩ ତାରିଖରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯଥାରିତିରେ ଚାଲିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ୩ ତାରିଖରୁ ପୁଣି ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।


ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କରାଜ। ଆଇନଗତ କଟକଣା ଯୋଗୁ ଦୀର୍ଘ ଦିନ ହେଲା ରାଜଧାନୀରେ ବନ୍ଦ ରହିଛି କୁକୁର ବନ୍ଧ୍ୟାକରଣ। ରାସ୍ତାଘାଟ ହେଉକି କଲୋନୀ ବସ୍ତି, ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ। ସେପଟେ ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ରାଜଧାନୀରେ ପୁଣି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି ବିଏମସି।  ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ ଗତ ଦେଢ଼ ମାସ ଭିତରେ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଥିବା ପଞ୍ଜିକୃତ ହୋଇଛି। ଏଥିରୁ ସ୍ପଷ୍ଟ ଯେ ରାଜଧାନୀରେ କୁକୁର କାମୁଡ଼ା କେତେ ପରିମାଣରେ ବଢ଼ିଛି। ହାଇକୋର୍ଟଙ୍କ ରହିତାଦେଶ ଥିବାରୁ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଥିଲା। 


ପୁଣି ଥରେ ଓଡିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବ ୧୦ ତାରିଖ ରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସଫଳ କରିବାକୁ ବିଭାଗ କାମ କରୁଛି। ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଅନୁଧ୍ୟାନ କରୁଛନ୍ତି। ବିଶ୍ୱର ୧୪୦ ଦେଶରୁ ୫ ହଜାରରୁ ୭ ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଜାନୁଆରୀ ୮, ୯, ୧୦ ତାରିଖ ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଲୋକଙ୍କ କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବେ। ପ୍ରବାସୀ ଭାରତୀୟ ରହଣୀ ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦିଆଯାଇଛି।


ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ
ଆଫଗାନିସ୍ତାନର ବାରମାଲ ଜିଲ୍ଲାର କିଛି ଅଞ୍ଚଳରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବାର ଖବର ସାମ୍ନାକୁ ଆସିଛି। ଏହି ଏୟାରଷ୍ଟ୍ରାଇକରେ ଆଫଗାନିସ୍ତାନର ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି। କୁହାଯାଉଛି କି ଡିସେମ୍ବର ୨୪ ତାରିଖ ରାତିରେ ଏହି ଏୟାର ଷ୍ଟ୍ରାଇକ କରିଛି। ଗଣମାଧ୍ୟମର ରିପୋର୍ଟ ମୁତାବକ ଆଫଗାନିସ୍ତାନର ପାକତିକ୍ ପ୍ରୋଭିଏନ୍ସିର ୭ଟି ଗାଁ ଉପରେ ଏହି ଆକ୍ରମଣ କରିଛି ପାକିସ୍ତାନ। ଏହି ୭ଟି ଗାଁ ମଧ୍ୟରୁ ଲମନ ନାମକ ଏକ ଗାଁ ଉପରେ ମଧ୍ୟ ପାକିସ୍ତାନ ଆକ୍ରମଣ କରିଛି। ଯେଉଁଠାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଛି। 


ଓଡ଼ିଶାର ପ୍ରଥମ ବ୍ଲଗ ବଟମ୍ ପଲୀ ବ୍ୟାଗ୍ ପ୍ଲାଣ୍ଟ ହୋଇଛି ଉଦଘାଟିତ
ପାରାଦ୍ଵୀପ ରେ ଓଡ଼ିଶାର ପ୍ରଥମ ବ୍ଲଗ ବଟମ୍ ପଲୀ ବ୍ୟାଗ୍ ପ୍ଲାଣ୍ଟ ହୋଇଛି ଉଦଘାଟିତ।ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ୧୨୦ ଏକର ଇଡକୋ ପ୍ରଦାନ କରିଥିବା ବେଳେ ଏହା ପାରାଦ୍ଵୀପ ର ପ୍ଲାଷ୍ଟିକ ପାର୍କ ରେ ତୃତୀୟ କମ୍ପାନୀ ଭାବେ ଉଦଘାଟିତ ହୋଇଛି। ''ଏନରଗନ୍'' ପଲିମେଟେଲିକ୍ ପ୍ରାଇଭେଟ୍ ଲିଃ ଏହାକୁ ଆଇଓସିଏଲ ଓ ଇଡକୋ ର ସହଭାଗିତାରେ ତିଆରି କରାଯାଇଥିବା ବେଳେ ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। 


ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ
ଆଜି ରାଜ୍ୟରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି।  ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ  ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।  ମଙ୍ଗଳବାର ଦିନ ସାଢେ ୮ଟା ରୁ ସାଢେ ୫ଟା ଭିତରେ କଟକରେ ୧୧.୪ ମିମି ବର୍ଷା ହୋଇଛି। ଦାରିଙ୍ଗିବାଡିରେ ୭ମିମି, କୋରାପୁଟରେ ୪.୨, ଅନୁଗୁଳରେ ୩, ପାରଳାଖେମୁଣ୍ତିରେ ୨.୪, ଢେଙ୍କାନାଳରେ ୧.୨ ମିମି ବର୍ଷା ରେକର୍ଡ଼ ହୋଇଛି।


କୁକୁର କାମୁଡାରେ ନାବାଳିକା ମୃତ
୬ ବର୍ଷର କୁନି ଝିଅକୁ ଝୁଣି ମାରିଦେଲେ କୁକୁରପଲ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ହୃଦୟ ବିଦାରକ ଘଟଣା। ବୋରିଗୁମ୍ମା ବ୍ଲକ୍ ଫୁଫୁଗାଁରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ୬ ବର୍ଷୀୟା ଚାନ୍ଦିନୀ ହରିଜନ ଫୁଫୁଗାଁରେ ଅଜା ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ। ନାବାଳିକାଙ୍କ ଭାଇ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ। ମାତ୍ର ନାବାଳିକାଜଣକ କୁକୁର ହାବୁଡ଼ରେ ପଡ଼ି ଯାଇଥିଲେ। ଖବର ପାଇ ଘର ଲୋକେ ପହଞ୍ଚିଥିବା ବେଳେ କୁକୁର ପଲ ଝିଅଟିକୁ ଝୁଣି ଲହୁଲୁହାଣ କରି ଦେଇଥିଲେ।


୨୩ରେ ଭାରତ-ପାକିସ୍ତାନ ମ୍ୟାଚ
ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି। ଫେବୃଆରୀ ୧୯ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହୋଇଥିବାବେଳେ ଭାରତୀୟ ଟିମ୍ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳିବ। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ମ୍ୟାଚ୍ କରାଚି, ରାୱଲପିଣ୍ଡି ଏବଂ ଲାହୋର ବ୍ୟତୀତ ଦୁବାଇରେ ମଧ୍ୟ ଖେଳାଯିବ । କାରଣ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଏହା ପରେ, ଆଇସିସି ପକ୍ଷରୁ ହାଇବ୍ରିଡ୍ ମଡେଲରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।