ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପଂହଚିଛନ୍ତି। ପ୍ରବାସୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଭର୍ଚୁଆଲରେ ସାମିଲ ହେଲେ ତ୍ରିନିଦାଦ ରାଷ୍ଟ୍ରପତି। ସମମ୍ମିଳନୀରେ ସାମିଲ ହେବା ପାଇଁ ଗତକାଲି ରାତିରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ବିମାନ ବନ୍ଦରରୁ ସେ ସିଧାସଳଖ ରାଜଭବନ ଯାଇଛନ୍ତି। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ସ୍ବାଗତ କରିଛନ୍ତି। ରାଜଭବନରେ ରାତ୍ରିଯାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।


COMMERCIAL BREAK
SCROLL TO CONTINUE READING

ଆଜି ଆସିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଗସ୍ତରେ ଆସିବେ। ୧୮ତମ ପ୍ରବାସୀ ଭାରତୀୟ ସମାରୋହରେ ଯୋଗଦେବେ। ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବା ସହ ୧୭ ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ ମଧ୍ୟ କରିବେ। ରାଷ୍ଟ୍ରପତି ବୁଧବାର ମେଘାଳୟର ଉମିୟାମଠାରେ ଉତ୍ତର ପୂର୍ବ ପାର୍ବତ୍ୟାଞ୍ଚଳ ପାଇଁ ଆଇସିଏଆର ଗବେଷଣା କମ୍ପ୍ଲେକ୍ସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ଗୁରୁବାର ଗୌହାଟୀ ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଅପରାହ୍ଣ ୪ଟା ୩୫ ମିନିଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। 


ଆଜି ପବିତ୍ର ଶାମ୍ବ ଦଶମୀ
ଆଜି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ଅନୁଷ୍ଠିତ ହେଉଛି ସୂର୍ଯ୍ୟ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଛି ଅର୍କକ୍ଷେତ୍ର କୋଣାର୍କ। ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ସୂର୍ଯ୍ୟ ରଥଯାତ୍ରା ୨୭ ଦିନ ଯାଏ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ। ଏହାକୁ ଦେଖିବାକୁ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।


କମିବ ଶୀତ, ଆଜି ଘନ କୁହୁଡି଼
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ରବିବାର ଠାରୁ ରାଜ୍ୟରେ ରାତି ତାପମାତ୍ରା  ଆହୁରି ୨ ରୁ ୪ ଡିଗ୍ରୀ ବଢିବ। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କରିଛି।  ଆଜି ସୁନ୍ଦରଗଡ ଓ କନ୍ଧମାଳରେ ଘନ କୁହୁଡୁ ଦୃଶ୍ୟମାନ ହୋଇପାରେ ବୋଲି ଆକଳନ  କରାଯାଇଛି। ରାଉରକେଲା ଓ ଝାରସୁଗୁଡାରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା।  ଦାରିଙ୍ଗିବାଡିରେ ୯,କୋରାପୁଟ୍ ୯.୨, ସୁନ୍ଦରଗଡରେ ୧୦.୨, ଫୁଲବାଣୀରେ ୧୦.୫, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୧୧.୫, ନବରଙ୍ଗପୁରରେ ୧୧.୬, ଅନୁଗୁଳରେ ୧୨, ରାୟଗଡାରେ ପାରଦ ୧୨.୬, ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ୧୫.୩ ଓ ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ଼ ହୋଇଛି। 


୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ
ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ନାଟମଣ୍ଡପ ଭିତରେ ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣିତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନୂତନ ପ୍ରକଳ୍ପ ଯୋଡି ହେବ । ନୂଆ ନକ୍ସାରେ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ମଣ୍ଡପ ରହିବ ।


ଶହେ ଟଙ୍କାରେ ଅବଢ଼ା ପାଇବେ ଶ୍ରଦ୍ଧାଳୁ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇବୋ। ଜଣେ ବ୍ୟକ୍ତି ମାତ୍ର ଶହେ ଟଙ୍କାରେ ଅନ୍ନ, ଡାଲି, ବେସର, ମହୁର ପାଇ ମନଖୁସିରେ ଘରକୁ ଫେରିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଅନୁଷ୍ଠିତ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।


ତିରୁପତି ମନ୍ଦିରରେ ଦଳାଚକଟା
ତିରୁପତିରେ ଦଳଚକଟା । ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ବେଳେ ଦଳାଚକଟା ହୋଇଛି। ଏଥିରେ ୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଦଳାଚକଟାରେ ଆଉ କିଛି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଜି ଗୁରୁବାର ଭୋର୍ ୫ଟାରେ ଟିକେଟ୍ କାଉଣ୍ଟର ଖୋଲିଥାନ୍ତା। ତେବେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ହିଁ ଟିକେଟ୍ ପାଇଁ ଲାଗିଯାଇଥିଲା ଭିଡ଼। ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିରରେ ଉପସ୍ଥିତ ଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। 


ଅଯୋଧ୍ୟାକୁ ଗଡିବ ବସ
ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡିବ ସ୍ଵତନ୍ତ୍ର ବସ୍।ସିଧା ଓଡ଼ିଶାରୁ ଅଯୋଧ୍ୟା ସଂଯୋଗ କରିବ। ଏବେ ଓଡ଼ିଶାବାସୀ ସିଧା ଓଡ଼ିଶାର ପ୍ରମୁଖ ସହରରୁ ବସି ଅଯୋଧ୍ୟାର କୁମ୍ଭମେଳାରେ ଓହ୍ଲାଇବେ। ଏଥିପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ ସେବାର ଶୁଭାରମ୍ଭ କରିବେ ଓଡ଼ିଶା ସରକାର । ଯାହା ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଯାଏ ଏହି ସେବା ଚାଲୁ ରହିବ।


ରାଜଧାନୀ ଛାତି ଉପରେ ହତ୍ୟା
ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିନ ସକାଳୁ ସହର ଅଶାନ୍ତ ହୋଇଯାଇଛି। ଭିଭିଆଇପିଙ୍କ ଆଗମନକୁ ଦୃଷ୍ଟିରେ ରଖି ଚାରିଆଡ଼େ କଡ଼ା ସୁରକ୍ଷା ଥିଲେ ମଧ୍ୟ ରାଜଧାନୀର ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ବର ଥାନାଠାରୁ ମାତ୍ର ୫ଶହ ମିଟର ଦୂର ରସୁଲଗଡ଼ ରେଳ ଓଭରବ୍ରିଜ୍‌ ଉପରେ। ମୃତ ଯୁବକ ଜଣଙ୍କ ହେଲେ କ୍ୟାପିଟାଲ୍‌ ଥାନା କେଦାରପଲ୍ଲୀ ବସ୍ତିର ସହଦେବ ନାୟକ (୨୮)। ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଓ ସ୍ପେସାଲସ୍କ୍ବାଡ୍‌ ମିଳିତ ଚଢ଼ଉ କରି ନୟାଗଡ଼ ଶରଣକୂଳ ଅଞ୍ଚଳରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦମ୍ପତି ଲକ୍ଷ୍ମୀଧର ନାୟକ, ପତ୍ନୀ ଲିପିକା ନାୟକ ଓ ସହଯୋଗୀ ରକି ନାୟକକୁ ଗିରଫ କରିଛି। 


ଦିଆଯିବ ହକି ଇଣ୍ଡିଆ ଲିଗ
ହକି ଇଣ୍ଡିଆ ଲିଗ୍ (HIL) ୨୦୨୪-୨୫ ରେ ପୁରସ୍କାର ରାଶି ଭାବରେ ୧୦ କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯିବାକୁ ସ୍ଥିର ହୋଇଛି। ଯାହା ଚଳିତ ବର୍ଷର ସଂସ୍କରଣକୁ ଲିଗ୍ ଇତିହାସରେ ସବୁଠାରୁ ଲାଭଜନକ କରିଛି। ଲିଗ୍ ପକ୍ଷରୁ ଦିଆଯାଇଥିବା ବୟାନ ଅନୁଯାୟୀ ଉଚ୍ଚ ସ୍ତରୀୟ ପୁରୁଷ ଏବଂ ମହିଳା ହକିର ଏକ ରୋମାଞ୍ଚକର ମିଶ୍ରଣ ସହିତ ଏହି ସିଜିନରେ କେବଳ ତୀବ୍ର ପ୍ରତିଯୋଗିତା ନୁହେଁ ବରଂ ଉଭୟ ଦଳ ଏବଂ ବ୍ୟକ୍ତିଗତ ଖେଳାଳିଙ୍କ ପାଇଁ ମଧ୍ୟ ପୁରସ୍କାର ମିଳିବ।