Top 10 News Today: ଚୁଟକିରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
Top 10 News Today: ଚୁଟକିରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
1. Supplementary Budget: ଆଜି ଲୋକସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାର୍ଯ୍ୟ ଦିବସର ଦ୍ୱିତୀୟାର୍ଦ୍ଧରେ ଏଥିଲାଗି ସମୟ ନିର୍ଦ୍ଧାରଣ କରାଯାଇଛି। ଭାରତର ସଞ୍ଚିତ ପାଣ୍ଠିରୁ ଦେଶର ଆର୍ଥିକ ଖର୍ଚ୍ଚ ପାଇଁ ଅର୍ଥ ଉଠାଣ ଓ ଖର୍ଚ୍ଚ ପାଇଁ ଦାବି ଉପସ୍ଥାପନ କରାଯିବ। ଏହା ଆର୍ଥିକ ବିଧେୟକ ହୋଇଥିବାରୁ ଏହାକୁ ପ୍ରାଧାନ୍ୟତାର ସହ ଉପସ୍ଥାପନ କରାଯିବ ଏବଂ ଲୋକସଭାରେ ଭୋଟଗ୍ରହଣ କରାଯାଇ ଏହି ବିଧେୟକକୁ ଗୃହୀତ କରାଯିବାର କାର୍ଯ୍ୟକ୍ରମ ରହିଛି।
2.zakir hussain passed away: ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ତଥା ପଦ୍ମଭୂଷଣ ଜାକିର ହୁସେନ୍ଙ୍କ ଦେହାନ୍ତ ହୋଇଛି। ସେ ସାନ ଫ୍ରାନ୍ସିସ୍କୋରେ ଚିକିତ୍ସିତ ହେଉଥିଲେ। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ହୁସେନ୍ଙ୍କ ବନ୍ଧୁ ତଥା ବଂଶୀ ବାଦକ ରାକେଶ ଚୌରାସିଆ ରବିବାର ଏହି ସୂଚନା ଦେଇଛନ୍ତି । ହୁସେନ୍ଙ୍କ ମ୍ୟାନେଜର ନିର୍ମଳା କହିଛନ୍ତି ଯେ, ଆମେରିକାରେ ରହୁଥିବା 73 ବର୍ଷିୟ ଜାକିର ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିଲେ।
3.Weather Report: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଜ୍ୟର ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ସେପଟେ ବଙ୍ଗୋପସାଗର (Bay of Bengal)ରେ ପୁଣି ଲଘୁଚାପ ହେବାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହି ଅବପାତ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।
4.Devendra fadnavis: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ନାଗପୁରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଆଜି ଶପଥ ନେଇଛନ୍ତି। ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ୩୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପସ୍ଥିତ ଥିଲେ। ମନ୍ତ୍ରୀମଣ୍ଡଳ ଭାଗବଣ୍ଟା ମଧ୍ୟ ସରିଛି ଏବଂ ଆଜି ରାତି ସୁଦ୍ଧା ପୋର୍ଟଫୋଲିଓ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଉଛି। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ରହିବ।
5.Pahili Bhoga: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇ ଭୋର ୫ଟା ୩୦ରୁ ୬ ଟା ମଧ୍ୟରେ ପହିଲି ଭୋଗ ନିତି ଅନୁଷ୍ଠିତ ହେବ।
6.Arvind Kejriwal: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ୩୮ ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ପ୍ରକାଶ କରାଯାଇଛି। ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଲକାଜୀରୁ ନିର୍ବାଚନ ଲଢିବେ। ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଲାଶରୁ ପ୍ରାର୍ଥୀ ହୋଇଛନ୍ତି । ଆମ୍ ଆଦମୀ ପାର୍ଟି ମଦନ ଲାଲଙ୍କ ଟିକେଟ୍ ବାତିଲ କରି କସ୍ତୁରବା ନଗରରୁ ରମେଶ ପେହଲୱାନଙ୍କୁ ଟିକେଟ୍ ଦେଇଛି। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ବିଜେପି ଛାଡି AAP ରେ ଯୋଗ ଦେଇଛନ୍ତି।
7.Bus Accident: ବାଘମାରି ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଛୋଟ ପିଲା ସମେତ ୭ରୁ ୮ ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତି ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି ।ତେବେ ଦୁର୍ଘଟଣାର କାରଣ କଣ ତାହା ସ୍ପଷ୍ଟ ହୋଇନଥିବା ବେଳେ ଡ୍ରାଇଭରର ଆଖି ଲାଗିଯିବା କିମ୍ବା କୁହୁଡି କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
8.Odisha News: ବଲାଙ୍ଗୀର(Balangiri) ଜିଲ୍ଲା ଲାଠୋରସ୍ଥିତ ହରିଶଙ୍କର ରୋଡ୍ ରେଳ ଷ୍ଟେସନକୁ ରାଜ୍ୟର ଛୋଟ ଷ୍ଟେସନ୍ ମଧ୍ୟରେ ଗଣତି କରାଯାଇଥାଏ। ଦୈନିକ ୫-୬ଟି ଟ୍ରେନ୍ ଗୋଟିଏ କିମ୍ବା ଦୁଇ ମିନିଟ୍ ପର୍ଯ୍ୟନ୍ତ ଏହି ଷ୍ଟେସନ୍ରେ ଅଟକି ଥାଏ।
9.Puri News: ଆଜି ଧନୁ ସଂକ୍ରାନ୍ତି । ଏହା ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ । କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆରମ୍ଭ ହେବ ପହିଲି ଭୋଗ ନୀତି। ପରମ୍ପରା ଅନୁଯାଇ ଏହି ଏକମାସ ମାଆ ଲକ୍ଷ୍ମୀ(Maa Laxmi) ବାପଘରକୁ ଯାଇଥିବାରୁ ଏହି ସମୟରେ ମାତା ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ । ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଓ ଧନୁମୁଆଁ ଲାଗି କରାଯାଇଥାଏ।
10.MSP: ଥମୁନି କୃଷକଙ୍କ ଆକ୍ରୋଶ। ଆଜି କୃଷକଙ୍କ ଟ୍ରାକ୍ଟର ମାର୍ଚ୍ଚ। ଆଜି ଟ୍ରାକ୍ଟର ରାଲିରେ ବାହାରିବେ ହଜାର ହଜାର କୃଷକ । ଏମଏସପି ଗ୍ଯାରେଣ୍ଟି ଓ କୃଷକଙ୍କ ସୁରକ୍ଷା ନେଇ ଆଜି ଟ୍ରାକ୍ଟର ରାଲିରେ ବାହାରି ଗର୍ଜିବେ ଚାଷୀ। ପଞ୍ଜାବ ବାହାରେ ଏହି ଟ୍ରାକ୍ଟର ରାଲି କରିବେ ବୋଲି କୃଷକ ସଂଗଠନ ଘୋଷଣା କରିଥିଲେ। ସେହିପରି ଆସନ୍ତା ୧୮ ତାରିଖରେ ପଞ୍ଜାବରେ ରେଳରୋକ ଆହ୍ଵାନ ଦେଇଛନ୍ତି କୃଷକ ସଂଗଠନ। ପଞ୍ଜାବର ସମସ୍ତ ଚାଷୀଙ୍କୁ ଅପିଲ କରି ଏହି ରେଳରୋକରେ ସାମିଲ ହେବାକୁ ଅପିଲ କରିଛି କୃଷକ ସଂଗଠନ।