ଭୁବନେଶ୍ୱର, ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶେଷ କରି ନିଶା ମାଫିଆଙ୍କ ଧରିବାକୁ ଧରପଗଡ଼ ଜୋରଦାର କରାଯାଇଛି। ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୩ ଦିନରେ ୪ହଜାର ୯୭୬ଟି ମାମଲାରେ ୪ ହଜାର ୧୪୧ ନିଶା ମାଫିଆଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ମଦ, ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଅବକାରୀ ବିଭାଗର ସୂଚନା ଅନୁସାରେ, ବିଭିନ୍ନ ଜିଲ୍ଲାରେ ସ୍ଵତନ୍ତ୍ର ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ସମ୍ବଲପୁରର ସ୍ପେଶାଲ ସ୍କ୍ଵାଡ୍ ପକ୍ଷରୁ ୨ ହଜାର ୩୫୨ଲିଟର ବିୟର ଓ ଗୋଟିଏ ଟ୍ରକ୍ ଜବତ କରାଯାଇଛି। ସେହିପରି କଟକ ଅବକାରୀ ବିଭାଗ ଦ୍ଵାରା ୨ହଜାର ୮୦୦ ଲିଟର ବେଆଇନ୍ ମଦ, ଗୋଟିଏ ଚାରି ଚକିଆ ଯାନ ଓ ବାଲେଶ୍ବର ଅବକାରୀ ଅଧିକାରୀଙ୍କ ଦ୍ବାରା ୧ ହଜାର ୪୫୦ ଲିଟର ବେଆଇନ୍ ମଦ ସହ ଗୋଟିଏ କାର ଓ ୨ଟି ବାଇକ୍ ଏବଂ ବୌଦ୍ଧ ଅବକାରୀ ଦ୍ବାରା ଦ୍ୱାରା ୧୦୭୫ କେଜି ଗଞ୍ଜେଇ ଜବତ କରାଯାଇଛି। ସେହିପରି ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨ ହଜାର ୬୧୩ଲିଟର ଭାରତ ତିଆରି ବିଦେଶୀ ମଦ, ୧୫ ହଜାର ୧୧୬ ଲିଟର ବିୟର, ୫ ହଜାର ୩୦୫ଲିଟର ମହୁଲି ମଦ, ୪୧୦ କିଲୋ ଭାଙ୍ଗ, ୧୮୫୨ ଲିଟର ଆସ୍କା ୪୦, ୮୪ହଜାର ୧୬୩ କେଜି ମହୁଆ ଫୁଲ ଏବଂ ୪ ହଜାର ୩୪ଟି ଗାଡ଼ି ସମୁଦାୟ ଜବତ ହୋଇଛି। ଏହିସବୁ ଘଟଣାରେ ୪ ହଜାର ୯୭୬ଟି ମାମଲା ରୁଜ୍ଜୁ ହେବା ସହିତ ୪ ହଜାର ୧୪୧ ଜଣ ନିଶା ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସେହିପରି ବେଆଇନ ଗଞ୍ଜେଇ, ଡ୍ରଗସ୍ ଓ କଫ୍ ସିରପ୍ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣାରେ ୧୧୪ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୩୦ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ ହଜାର ୯୫୧ କେଜି ଗଞ୍ଜେଇ, ୬୬ ଲିଟର କଫ ସିରପ୍ ଓ ୨ ହଜାର ୫୫୮ ଗ୍ରାମ୍ ଡ୍ରଗସ୍  କରାଯାଇଛି। ଜବତ ମଦ, ଗଞ୍ଜେଇ ଓ ଡ୍ରଗସ୍ ର ମୂଲ୍ୟ ୨୫କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ବିଭିନ୍ନ ଜିଲ୍ଲାରେ ରେକର୍ଡ ପରିମାଣର ୧୫ ଲକ୍ଷ ୮୪ ହଜାର ୪୫୦ଲିଟର ମହୁଆ ବା ମଦପ୍ରସ୍ତୁତ ପାଇଁ ଥିବା ପୋଚ ନଷ୍ଟ କରାଯାଇଛି।


Also Read- ୬ ରାଜ୍ୟକୁ ରେଡ୍ ଆଲର୍ଟ, ୨ ଦିନରେ ଅଂଶୁଘାତ ନେଲାଣି ୧୩ ଜୀବନ


Also Read- ମତଦାନ ସମୟରେ ଅଘଟଣ, ପୁଲିଂ ଏଜେଣ୍ଟଙ୍କର ମୃତ୍ୟୁ